ଭୁବନେଶ୍ବର : ଲକ୍ ଡାଉନ୍ ସମୟରେ ଘରେ ବସି ଲୋକେ ଘରେ ବସି ବିଦ୍ୟୁତ୍ ଦେୟ କରିପାରିବା ସହିତ ଏହି ବିଦ୍ୟୁତ୍ ସମ୍ପର୍କିତ ସୂଚନା ପାଇବା ଲାଗି ଏକ ନୂଆ ଆପ୍ ଉନ୍ମୋଚିତ ହୋଇଛି । ଗ୍ରାହକଙ୍କ ସୁବିଧା ପାଇଁ ’ସେସୁ’ ପକ୍ଷରୁ ଏକ ମୋବାଇଲ ଆପ୍ ଉନ୍ମୋଚିତ ହୋଇଛି । ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ବାରା ‘ସେସୁ କନେକ୍ଟ’ ଆପ୍ ଉନ୍ମୋଚିତ । ଆପ୍ ମାଧ୍ୟମରେ ଗ୍ରାହକ ବିଦ୍ୟୁତ୍ ବିଲ୍ ପୈଠ କରିପାରିବେ । ଏହି ଆପ୍ ଜରିଆରେ ମଧ୍ୟ ଗ୍ରାହକ ନିଜର ସୁବିଧା ଅସୁବିଧା ଜଣାଇ ପାରିବେ ।
ସୂଚନାଯୋଗ୍ୟ, କରୋନା ସହ ମୁକାବିଲା କରିବା ପାଇଁ ଦେଶରେ ତୃତୀୟ ଥର ପାଇଁ ଲକ୍ ଡାଉନ୍କୁ ବୃଦ୍ଧି କରାଯାଇଛି । ମେ‘ 4ରୁ ମେ 17 ତାରିଖ ଯାଏଁ ଲକ୍ ଡାଉନ ଜାରି ରହିବ ।