ନୂଆଦିଲ୍ଲୀ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସ୍କୁଲ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଆସନ୍ତା 21 ତାରିଖରୁ ଏହା ଲାଗୁ ହେବ ବୋଲି କୁହାଯାଇଛି। କେବଳ ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ପାଇଁ ଏହି ଅନୁମତି ମିଳିଛି। ତେବେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ଏଥିପାଇଁ ବିଭାଗ ତରଫରୁ ଏକ ଗାଇଡ୍ ଲାଇନ ବା ଏସଓପି ଜାରୀ କରାଯାଇଛି।
ଏଥିରେ ସାମାଜିକ ଦୂରତ୍ୱ ପାଳନ, ମାସ୍କ ପିନ୍ଧିବା, ହାତ ଧୋଇବା ଆଦିକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ପାଳନ କରାଯିବାକୁ ମଧ୍ୟ କୁହାଯାଇଛି। ତେବେ କଣ୍ଟନମେଣ୍ଟ ଜୋନରେ ଥିବା ସ୍କୁଲ ଖୋଲା ଯାଇପାରିବ ନାହିଁ। ସେହିପରି ସେହି ଜୋନ ଭିତରେ ଥିବା ଛାତ୍ରଛାତ୍ରୀ, ଶିକ୍ଷକ ବା ଶିକ୍ଷା କର୍ମଚାରୀ ସ୍କୁଲକୁ ଆସିପାରିବେ ନାହିଁ। ଏହି ସମୟ ମଧ୍ୟରେ ସ୍କୁଲରେ କୋଣସି ସମାରୋହ, କ୍ରୀଡା ପ୍ରତିଯୋଗୀତା କିମ୍ବା ଉତ୍ସବ କରାଯାଇପାରିବ ନାହିଁ ବୋଲି କୁହାଯାଇଛି।