Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଇଡେନ ଏବଂ କମଳା ହାରିସଙ୍କୁ ବାଲୁକା କଳାରେ ସ୍ବାଗତ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ, ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି ଭାବେ କମଳା ହାରିସ ଶପଥ ଗ୍ରହଣ କରିଛନ୍ତି। ସାରା ବିଶ୍ବରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା। ତେବେ ଏପରି ଖୁସିର ମୂହୁର୍ତ୍ତରେ ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି ବାଲୁକା କଳା। ଯେଉଁଥିରେ ଉଭୟ ବାଇଡେନ ଏବଂ ହାରିସଙ୍କୁ କରାଯାଇଛି ସ୍ବାଗତ।

ଏହିପରିର ଆକର୍ଷଣୀୟ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ଉଭୟ ବାଇଡେନ ଏବଂ ହାରିସଙ୍କର ଅବିକଳ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଉଭୟଙ୍କ ପଛପଟେ ଆମେରିକୀୟ ଜାତୀୟ ପତାକାର ଏକ ଆକର୍ଷଣୀୟ ପ୍ରତିଛବି ମଧ୍ୟ ରହିଛି। ସେହିପରି ସମ୍ମୁଖ ଭାଗରେ କ୍ୟାପିଟୋଲ ହିଲର ଏକ ସ୍ଥାପତ୍ୟ ନିର୍ମାଣ କରିଛନ୍ତି।