ନିମାପଡା: ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପୁରୀ ଜିଲ୍ଲା ନିମାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅତ୍ୟାଧୁନିକ ଡିଜିଟାଲ ହେଲ୍ଥ କିଓସ୍କ- ସ୍ବୟମ୍ ହେଲ୍ଥ ଏଟିଏମ୍ ଉଦ୍ଘାଟନ କରିଛନ୍ତି। ଏହି ହେଲ୍ଥ ଏଟିଏମ୍ ମାଧ୍ୟମରେ ଉପାନ୍ତ ଅଞ୍ଚଳର ଅଧିବାସୀମାନେ ତ୍ବରିତ, ଶସ୍ତା ଓ ଉପଯୁକ୍ତ ନିଦାନ ସେବା ପାଇପାରିବେ।
ଏହି ହେଲ୍ଥ ଏଟିଏମ୍ ରାଜ୍ୟ ପ୍ରାଥମିକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଜାଗରଣ ସୃଷ୍ଟି କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି। ଏହି ହେଲ୍ଥ ଏଟିଏମ୍ ମାଧ୍ୟମରେ ୧୦୦ରୁ ଅଧିକ ଆବଶ୍ୟକ ସ୍ବାସ୍ଥ୍ୟସେବା ଜଡିତ ପରୀକ୍ଷା ସହିତ ତ୍ବରିତ ରିପୋର୍ଟ ମିଳିପାରିବ।