Categories
ବିଶେଷ ଖବର ରାଜ୍ୟ ଖବର

ପ୍ରଖ୍ୟାତ ସାହିତ୍ୟିକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ତଥା କବି ହରପ୍ରସାଦ ପରିଚ୍ଛା ପଟ୍ଟନୟାକଙ୍କ ପରଲୋକ ହୋଇଯାଇଛି। ସେ କିଛିଦିନ ତଳେ ଗୁରୁତର ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ସେ ସାହିତ୍ୟିକ ମହଲରେ ବେଶ ପରିଚିତ ଅଛନ୍ତି। ବିଶେଷ କରି ଯୁବ ସାହିତ୍ୟିକଙ୍କଠାରୁ ଆରମ୍ବ କରି ବରିଷ୍ଠ ସାହିତ୍ୟିକଙ୍କ ସହିତ ତାଙ୍କର ଭଲ ସୁସଂପର୍କ ରହିଆସିଛି।

ଜଣେ ଇଂରାଜୀ ଅଧ୍ୟାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ହରପ୍ରସାଦ ଦୁଇଥର ସାହିତ୍ୟ ଏକାଡେମୀର ସଚିବ ଭାବେ କାର୍ଯ୍ୟ କରିଛନ୍ତି। ଏଥିସହିତ ସେ ରାଜ୍ୟ ପାଠ୍ୟପୁସ୍ତକ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ସହ ଓଡିଶା ସଂସ୍କୃତି ବିଶ୍ବବିଦ୍ୟାଳୟର ରେଜିଷ୍ଟାର ଭାବେ କାର୍ଯ୍ୟ କରିଛନ୍ତି।

ତାଙ୍କର କବିତା ସଂକଳନ ମଧ୍ୟରେ ପିଙ୍କି କଥା (୧୯୭୬),ଏକା ଏକା ସନ୍ୟାସୀ (୧୯୮୧), ଅଥୟ ସୂର୍ଯ୍ୟ (୧୯୯୦), ଆୟୁଷ୍ମାନ ସମୟ (୧୯୯୫), ସବୁଅନ୍ଧାର ଆଜି ରାତିରେ (୧୯୯୬), ଜୀବନ ଜଙ୍ଘା (୨୦୦୪) ଓ ଅରଣ୍ୟରେ ଯେତେ ଦିନ (୨୦୦୭) ଅନ୍ୟତମ।  କବିତା ସଂକଳନ ‘ନଷ୍ଟ ହୋଇଯାଇଥିବା ମୋହ’ ଲାଗି ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ।