Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସ୍ପେନ ଓ ଗ୍ୱାଟେମାଲାରେ ନିଯୁକ୍ତ ରାଷ୍ଟ୍ରଦୂତ ଦ୍ବୟଙ୍କ ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ

ଭୁବନେଶ୍ୱର: ଆଜି ସ୍ପେନ ଦେଶ ପାଇଁ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ଶ୍ରୀ ଦିନେଶ କୁମାର ପଟ୍ଟନାୟକ ଏବଂ ଗ୍ୱାଟେମାଲା ପାଇଁ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ଶ୍ରୀ ମନୋଜ କୁମାର ମହାପାତ୍ର ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ୱାର୍ଲଡ ସ୍କିଲ ସେଣ୍ଟରକୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଓଡିଶା ସ୍କିଲର ହବ୍‌ ଅଟେ। କୌଣସି ଆଧୁନିକ ଅର୍ଥନୀତିର ବିକାଶରେ ଦକ୍ଷତା ବିକାଶ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ଦେଶରେ ପ୍ରତିଭା ବିକାଶର ଏକ ହବ୍‌ ଭାବରେ ଓଡିଶାରେ ୱାର୍ଲଡ ସ୍କିଲ ସେଣ୍ଟର ବିକଶିତ ହେବା ଆଶ୍ଚର୍ଯ୍ୟଜନକ ଅଟେ।

ସେହିଭଳି ମହାମହିମ ଶ୍ରୀ ମହାପାତ୍ର ୱାର୍ଲଡ ସ୍କିଲ ସେଣ୍ଟରର ଅତ୍ୟାଧୁନିକ ବୈଷୟିକ ତାଲିମ କେନ୍ଦ୍ର ଦେଖି ଖୁସି ବ୍ୟକ୍ତ କରିବା ସହ ପ୍ରକାଶ କରିଛନ୍ତି ଯେ ସିଙ୍ଗାପୁର ସରକାରଙ୍କ ସହଭାଗିତାରେ ଓଡ଼ିଶା ସରକାର ୱାର୍ଲï ସ୍କିଲ ସେଣ୍ଟରର ବିକାଶ କରିଛନ୍ତି, ଯାହା ଦକ୍ଷତା ବିକାଶ ନିମନ୍ତେ ରାଜ୍ୟ ପାଇଁ ପ୍ରକୃତରେ ଆବଶ୍ୟକ ଥିଲା।

ମହାମହିମ ରାଷ୍ଟ୍ରଦୂତ ୱାର୍ଲଡ ସ୍କିଲ ସେଣ୍ଟରରେ ତାଲିମ ନିମନ୍ତେ ଚୟନ ପ୍ରକ୍ରିୟା ବିଷୟରେ ପଚାରି ବୁଝିଥିଲେ। ଚଳିତ ବର୍ଷ ଆରମ୍ଭ ହୋଇଥିବା ବିୟୁଟି େୱଲ୍‌ନେସ୍‌ ସ୍ପା ଓ ହେୟାର ଫେସନ ଡିଜାଇନିଂ ପାଠ୍ୟକ୍ରମ ବିଷୟରେ ଅବଗତ ହୋଇ ସେମାନେ ଖୁସି ବ୍ୟକ୍ତ କରିଥିଲେ ଏବଂ କହିଥିଲେ ଯେ ଏହି ଦୁଇଟି ପାଠ୍ୟକ୍ରମରେ ତାଲିମ ନେବା ଫଳରେ ଅଧିକ ନିଯୁକ୍ତି ଏବଂ ଉଦ୍ୟୋଗୀ ସୃଷ୍ଟି ହୋଇପାରିବେ।

ୱାର୍ଲଡ ସ୍କିଲ ସେଣ୍ଟରର ସିଇଓ ଶ୍ରୀ ରେଘୁ ଜି କହିଛନ୍ତି ଯେ ୧୩୪୨.୨ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠିତ ଏହି କେନ୍ଦ୍ର ଓଡିଶାର ସ୍କିଲ ଇକୋ ସିଷ୍ଟମ ପାଇଁ ଏକ ପ୍ରାଥମିକ ତାଲିମ ପ୍ରତିଷ୍ଠାନ ଭାବେ କାର୍ଯ୍ୟ କରୁଛି। ଏହା ଆଇଟିଆଇ ଓ ପଲିଟେକନିକ୍‌ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱୟଂ ସମ୍ପୁର୍ଣ୍ଣ ଅନୁଷ୍ଠାନ ଭାବେ ଭୂମିକା ଗ୍ରହଣ କରିବ। ଶ୍ରୀ ରେଘୁ ଆହୁରି ମଧ୍ୟ କହିଛନ୍ତି ଯେ ଏଠାରୁ ତାଲିମ ନେବା ପରେ ବିଶ୍ୱ ବଜାରରେ ସ୍ୱୀକୃତି ଲାଭ କରିଥିବା ପ୍ରମାଣପତ୍ର ପ୍ରଦାନ କରାଯିବ। ଏହା ପ୍ରଶିକ୍ଷାର୍ଥୀଙ୍କୁ ବିଶ୍ୱବ୍ୟାପୀ ନିଯୁକ୍ତି ପାଇବାରେ ସହାୟକ ହେବ।

ଅନ୍ୟମାନଙ୍କ ମଧ୍ୟରେ ପ୍ରିନ୍ସିପାଲ, ସଙ୍ଗରନ ଗୋପାଲ, ଇଞ୍ଜିନିୟରିଂ ବିଭାଗର ନିର୍ଦ୍ଦେଶକ, ଚିୟକ ଏଙ୍ଗ ଚୁନ୍‌, ଏକାଡେମୀ ନିର୍ଦ୍ଦେଶକ, ସୁପିହା ନାଗମଲ, ନିର୍ଦ୍ଦେଶକ, କେରୱିନ୍‌ ହିଙ୍ଗ ଓ ଜିଏମ୍‌, ସଞ୍ଜୟ ପାଢୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ବରର ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କଲେ ଏୟାର ମାର୍ଶଲ ଏସ୍‌. କେ. ଝା

ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ବାୟୁସେନା ମୁଖ୍ୟାଳୟ ବାୟୁଭବନରୁ ଏୟାର ମାର୍ଶଲ ଶ୍ରୀ ଏସ.କେ. ଝା, ଏଭିଏସ୍‌ଏମ୍‌, ଏଓପିଙ୍କ ସମେତ ଏକ ପ୍ରତିନିଧି ଦଳ ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି। ଭାରତୀୟ ବାୟୁସେନାର ଅଗ୍ନିପଥ ଯୋଜନାରେ କିଭଳି ସ୍କିଲକୁ ଉପଯୋଗ କରାଯାଇପାରିବ ସେ ନେଇ ଏହି ପ୍ରତିନିଧି ଦଳ ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି ଏବଂ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଦକ୍ଷତା ବିକାଶ ନିମନ୍ତେ ୱାର୍ଲï ସ୍କିଲ ସେଣ୍ଟରରେ ତିଆରି କରାଯାଇଥିବା ଭିତ୍ତିଭୂମି, ତାଲିମ ସୁବିଧା, ଅପ୍‌ସ୍କିଲିଂ ବ୍ୟବସ୍ଥା ଅତ୍ୟନ୍ତ ହୃଦୟସ୍ପର୍ଶୀ। ଏହି ଉତ୍କୃଷ୍ଟ ବ୍ୟବସ୍ଥା ସାଧାରଣ ଯୁବଗୋଷ୍ଠୀଙ୍କୁ ବୈଷୟିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଏକ ସଶକ୍ତ ବ୍ୟକ୍ତିଭାବେ ରୂପାନ୍ତରଣ କରୁଛି। ଏଭଳି ବୈଷୟିକ ଜ୍ଞାନକୌଶଳରେ ସଶକ୍ତ ଯୁବଗୋଷ୍ଠୀଙ୍କର ବାୟୁସେନାରେ ଆବଶ୍ୟକତା ରହିଛି। ଏହି ଗସ୍ତ ଆଗାମୀ ଦିନରେ ଓଡିଶାର ଯୁବଗୋଷ୍ଠୀଙ୍କୁ ଏକ ନୂତନ ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ ବୋଲି ଏୟାର ମାର୍ଶଲ ଶ୍ରୀ ଝା ମତବ୍ୟକ୍ତ କରିଛନ୍ତି।

ୱାର୍ଲଡ ସ୍କିଲ ସେଣ୍ଟରର ସିଇଓ ଶ୍ରୀ ରେଘୁ ଜି ୱାର୍ଲଡ ସ୍କିଲ ସେଣ୍ଟରର ନଲେଜ ପାର୍ଟନର ଆଇଟିଇଇ ସିଙ୍ଗାପୁର, ଭିତ୍ତିଭୂମି, ଅତ୍ୟାଧୁନିକ ଦକ୍ଷତା ପ୍ରଶିକ୍ଷଣ ପାଠ୍ୟକ୍ରମ, ଲାଇଫ୍‌ ସ୍କିଲ ପ୍ରଶିକ୍ଷଣ, ଶିଳ୍ପ ସହଭାଗିତା ଏବଂ ଦକ୍ଷତା ପ୍ରତିଯୋଗିତା ଇତ୍ୟାଦି ବିଷୟରେ ଆଲୋକପାତ କରିଛନ୍ତି। ଆଗାମୀ ଦିନରେ ୱାର୍ଲଡ ସ୍କିଲ ସେଣ୍ଟରକୁ ନେଇ କ’ଣ ସବୁ ଯୋଜନା ରହିଛି ସେସବୁ ବିଷୟରେ ଶ୍ରୀ ରେଘୁ ଙ୍କ ସହ ଆଲୋଚନା ହୋଇଥିଲା।

ଏୟାର ମାର୍ଶଲ ଶ୍ରୀ ଝା ଏବଂ ସହଯୋଗୀମାନେ ମେକାଟ୍ରନିକ୍ସ, ମେକାନିକାଲ ଏବଂ ଇଲେକ୍‌ଟି୍ରକାଲ୍‌ ସରଭିସେସ ଓ ଏୟାର କଣ୍ଡିସନିଂ ଏବଂ ରେଫ୍ରିଜିରେସନ ଲ୍ୟାବ୍‌ ପରିଦର୍ଶନ କରିଥିଲେ। ଏହି ଗସ୍ତରେ ଗ୍ରୁପ୍‌ କ୍ୟାପଟେନ ଏ. ଏମ୍‌.କେ. ନାଇଡୁ, ଗ୍ରୁପ୍‌ କ୍ୟାପଟେନ ଏ ମିଟ୍ଟୁ ଭିଏସଏମ, ଗ୍ରୁପ କ୍ୟାପଟେନ, ଜେ ପରମାର ଏବଂ ୱିଙ୍ଗ କମାଣ୍ଡର ଆରଆରକେ ସିହ୍ନା ସାମିଲ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅତିରିକ୍ତ ସଚିବ, ଶ୍ରୀମତି ରେଣୁପ୍ରଭା ନାୟକ, ୱାର୍ଲଡ ସ୍କିଲ ସେଣ୍ଟର ପ୍ରିନ୍ସିପାଲ, ଶ୍ରୀ ସଙ୍ଗରନ ଗୋପାଲ, ଡେପୁଟି ପ୍ରିନ୍ସିପାଲ, ଶ୍ରୀ ଏସ୍‌ କେ ଦାସ ଓ ନିର୍ଦ୍ଦେଶକ, ଚିୟକ୍‌ ଏଙ୍ଗ୍‌ ଚୁନ୍‌ ଉପସ୍ଥିତ ଥିଲେ।