Categories
ଆଜିର ଖବର ରାଜ୍ୟ ଖବର

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ ଉଦ୍‌ଯାପିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚଏମ୍‌) ପକ୍ଷରୁ ଆରମ୍ଭ ହୋଇଥିବା ୪ ଦିନିଆ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି।
ଏହି ଅବସରରେ ସମାଜସେବୀ ତଥା ମହିଳା ଆତ୍ମନିର୍ଭର ଅଭିିଯାନର ଅଧ୍ୟକ୍ଷା ଡକ୍ଟର ରିନା ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ରନ୍ଧଣା ଏକ ପ୍ରକାର କଳା ହୋଇଥିବା ବେଳେ ବର୍ତମାନ ଏହା ସବୁବର୍ଗଙ୍କ ନିମନ୍ତେ ପ୍ୟାଶନ୍ ଅଟେ। ଝିଅ ହେଉ କିମ୍ବା ମହିଳାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଅନ୍ତଃନିର୍ହିତ ନ ରଖି ତାହାକୁ ଜାଣି ସେ ଦିଗ ପ୍ରତି ପଦକ୍ଷେପ ନେବା ଉଚିତ୍।

ନିଜ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ସ୍ୱାବଲମ୍ବୀ ହେବା ଅତ୍ୟନ୍ତ ଆବଶ୍ୟକ। ନିଜର ଆତ୍ମବିଶ୍ୱାସ, ଇଚ୍ଛାଶକ୍ତିକୁ ସୁଦୃୃଢ କରିବା ଯୋଗୁଁ ଅସମ୍ଭବକୁ ସମ୍ଭବ କରିହେବ ବୋଲି ସେ ପ୍ରତିଯୋଗୀଙ୍କୁ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃ୍‌ତି ବିଶ୍ୱବିଦ୍ୟାଳୟର କ୍ରଂଟୋଲର ଅଫ୍ ଏଗଜାମିନେସନ୍ ଧରଣୀଧର ରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ମା’ର ହାତ ରନ୍ଧାର ତୁଳନା ନାହିଁ। ଘରର ମହିଳାଟି ଯେଉଁ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିକି ଦିଏ ତାହାର ସ୍ୱାଦ ଖୁବ୍ ନିଆରା ଥାଏ କିନ୍ତୁ ଏହା କେବଳ ଖାଦ୍ୟ ସୁସ୍ୱାଦ ହେବା ଯେତିକି ଜରୁରୀ ନୁହେଁ ବରଂ ଶରୀର ପାଇଁ ମଧ୍ୟ ସେତିକି ସ୍ୱାସ୍ଥ୍ୟକର ହେବା ଜରୁରୀ ବୋଲି ସେ କହିଥିଲେ । ଖାଦ୍ୟ ରନ୍ଧନ କରିବାରେ କୌଣସି ବୟସ ସୀମା ନ ଥାଏ । ଯାହାକୁ ସମସ୍ତ ବର୍ଗର ବୟସ୍କମାନେ ରାନ୍ଧିବାକୁ ଖୁବ୍ ପସନ୍ଦ କରିଥାନ୍ତି ।

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ଆୟୋଜିତ ହୋଇଥିବା ଅଭିନବ ପ୍ରୟାସ ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରତିଯୋଗୀମାନଙ୍କୁ ସେ ଉତ୍ସାହିତ କରିବା ସହିତ ମଧ୍ୟ ପ୍ରଶଂସା କରିଥିଲେ।

ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ସହିତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହିତ ରୁଚିକର ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ଏହାକୁ କିପରି ପରଷି ପାରିବେ ସେହି ସମ୍ପର୍କରେ ଏହି ପ୍ରଶିକ୍ଷଣ ଦିଆଯାଇଥିଲା। ଏଭଳି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିବା ସେ କହିଥିଲେ।

ଏହି ରାନ୍ଧଣା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ସ୍ଥାନରୁ ୬୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କୁ ଭାରତୀୟ ଖାଦ୍ୟ ଯେପରିକି କବାବ ଏବଂ ଅନ୍ୟାନ୍ୟ ସ୍ୱାଦିଷ୍ଟ ବ୍ୟଞ୍ଜନ, ପୁଷ୍ଟିକର କନ୍‌ଟିନେଂଟାଲ୍ ଓ ଚାଇନିଜ, ବିଭିନ୍ନ ପ୍ରକାରର ମକ୍‌ଟେଲ୍ ଓ ବେକରୀ ଜାତୀୟ ଖାଦ୍ୟ ପ୍ରସ୍ତୁତିର ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନଙ୍କୁ ମାନପାତ୍ର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ପ୍ରୋଗ୍ରାମ୍ କୋର୍ଡିନେଟର ତଥା ଏସ୍‌ଏଚ୍‌ଏମ୍‌ର ପ୍ରଫେସର (ଡକ୍ଟର) ସ୍ମିତା ସୁଚରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଏସ୍‌ଏଚ୍‌ଏମ୍‌ରେ ମହିଳାଙ୍କ ନିମନ୍ତେ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆରମ୍ଭ

ଭୁବନେଶ୍ୱର: ଖାଦ୍ୟ ରନ୍ଧନ ଖୁବ୍ ଭଲ ଅନୁଭବ ଏବଂ ମା’ର ହାତ ରନ୍ଧାର ତୁଳନା ନାହିଁ। ଘରର ମହିଳାଟି ଯେଉଁ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିକି ଦିଏ ତାହାର ସ୍ୱାଦ ଖୁବ୍ ନିଆରା। କେବଳ ଖାଦ୍ୟ ସୁସ୍ୱାଦ ହେବା ଜରୁରୀ ନୁହେଁ ସେତିକି ଶରୀର ପାଇଁ ସ୍ୱାସ୍ଥ୍ୟକର ହେବା ଜରୁରୀ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ସୋମବାର ମହିଳାମାନଙ୍କ ନିମନ୍ତେ ଆରମ୍ଭ ହୋଇଥିବା ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛପନ ଭୋଗର ପ୍ରତିଷ୍ଠାତା ଶ୍ରୀ ସତ୍ୟବତ୍ର ମହାନ୍ତି କହିଛନ୍ତି।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ଅବସରରେ ଦୁଇ ସପ୍ତାହବ୍ୟାପୀ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହିଳାମାନେ କିଭଳି ରୁଚିକର ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିପାରିବେ ଓ ଠିକ୍ ଭାବେ ପରଷି ପାରିବେ ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି। ଏଭଳି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିବା ସହିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ଆମ ଖାଦ୍ୟ ଯେତିକି ପୁଷ୍ଟିକର ହେବ ତାହା ଆଗାମୀ ପିଢିମାନଙ୍କୁ ବଂଚେଇ ପାରିବ। ଅନେକ ମହିଳା ଘରେ କ୍ଲାଉଡ କିଚେନ୍ ଆରମ୍ଭ କରିଥିବା ପ୍ରକାଶ କହିଥିଲେ। ତେଣୁ ଏଭଳି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିବ ବୋଲି ଶ୍ରୀ ମହାନ୍ତି ଏହି ଅବସରରେ କହିଛନ୍ତି।

ଏସ୍‌ଏଚ୍‌ଏମ୍‌ର ପ୍ରଫେସର (ଡକ୍ଟର) ଅଂଶୁମାନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁସ୍ୱାଦୁକର ଭାରତୀୟ ବ୍ୟଞ୍ଜନ, ପୁଷ୍ଟିକର କନ୍‌ଟିନେଂଟାଲ୍ ବ୍ୟଞ୍ଜନ ଓ ବିଭିନ୍ନ ପ୍ରକାରର ମକ୍‌ଟେଲ୍ ପ୍ରସ୍ତୁତିର ପ୍ରଶିକ୍ଷଣ ଦିଆଯିବ। ପ୍ରତ୍ୟେକ ଦିନ ୨ଟାରୁ ୫ ଟା ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ।

Categories
ଆଜିର ଖବର ରାଜ୍ୟ ଖବର

ଏସ୍‌ଏଚ୍‌ଏମ୍‌ରେ ମହିଳାଙ୍କ ନିମନ୍ତେ ବେକେରୀ ଖାଦ୍ୟ ପ୍ରସ୍ତୁତି ପ୍ରଶିକ୍ଷଣ

ଭୁବନେଶ୍ୱର: ମହିଳାମାନଙ୍କୁ ବେକେରୀ ଓ କନ୍‌ଫେକ୍ସନାରୀ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ ଦେବା ନିମନ୍ତେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ସୋମବାର ‘ୱି କ୍ୟାନ୍ ବେକ୍‌୍‌’ ଶୀର୍ଷକ ଏକ ୬-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଗତ ବର୍ଷ ଖାଦ୍ୟ ରନ୍ଧନ ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “ୱି କ୍ୟାନ୍ କୁକ୍‌” ଆୟୋଜିତ ହୋଇଥିବା ବେଳେ ଚଳିତ ମାସ ମେ ୧୩ ତାରିଖରେ ‘ୱି କ୍ୟାନ୍ ବେକ୍‌୍‌’ର ପ୍ରଥମ ସଂସ୍କରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତେବେ ସୋମବାର ଠାରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଫ୍ରୁଟ୍ କେକ୍‌, ମିଲେଟ୍ କୁକିଜ୍‌, ଚକୋଲେଟ୍ ପେଷ୍ଟ୍ରି, ଡାନିସ୍ ପେଷ୍ଟ୍ରି, ଆସୋର୍ଟେଡ ପଫ୍‌, ପାଟିସ୍‌, ପାଇନାପଲ୍ ପେଷ୍ଟ୍ରି, ଚକୋ ଚିପ୍‌ସ କୁକିଜ୍‌୍‌, ଆସୋର୍ଟେଡ୍ ପିଜା, ବ୍ରେଡ୍ ଷ୍ଟିକ୍ସ, ରୋଲ୍ ଓ କ୍ରିମ୍ କାରାମେଲ୍ ପ୍ରଭୃତିର ପ୍ରସ୍ତୃତି ପ୍ରଣାଳୀ ଶିକ୍ଷା ଦିଆଯିବ।
ପ୍ରଥମ ପର୍ଯ୍ୟାୟରେ ୩୫ ଜଣ ଶୀକ୍ଷାର୍ଥୀ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୫ ଜଣ ମହିଳା ପ୍ରଶିକ୍ଷଣ ନିମନ୍ତେ ସାମିଲ ହୋଇଛନ୍ତି।

ସୋମବାର ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅବସରରେ ଓବରଏ ଗ୍ରୁପ୍ ଅଫ୍ ହୋଟେଲ୍‌ସର ହ୍ୟୁମ୍ୟାନ୍ ରିସୋର୍ସେସ୍ ଆଣ୍ଡ ଟ୍ରେନିଂର ପୂର୍ବତନ ଉପସଭାପତି ଯଶୋବନ୍ତ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ପ୍ରଶିକ୍ଷକଙ୍କ ଠାରୁ ବିଭିନ୍ନ ପ୍ରକାରର ବେକେରୀ ପ୍ରସ୍ତୁତି ପ୍ରଣାଳୀ ଶିଖିବା ଦ୍ୱାରା ନିଜେ ଭଲ ଉଦ୍ୟୋଗୀ ହୋଇପାରିବେ ବୋଲି କହିଥିଲେ।

ମହିଳାମାନେ କିଭଳି ରୁଚିକର ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିପାରିବେ ଓ ନିଜେ ସ୍ୱାବଲମ୍ବୀ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ ସେ ନେଇ ଶ୍ରୀ ପାଢ଼ୀ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରତିବର୍ଷ କରିବା ସହ ପ୍ରତିଯୋଗୀମାନେ ଏହାକୁ ବୃତି ଭାବେ ଗ୍ରହଣ କରିବା ନିମନ୍ତେ ସେମାନଙ୍କୁ ପ୍ରୋତ୍ସାହନ ଦେବା ଉଚିତ୍ ବୋଲି ସେ କହିଥିଲେ।

ଏହି ଅବସରରେ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଂଜନ ଚଇନି ସ୍ୱାଗତ ଭାଷଣ ଦେବା ଅବସରରେ ମହିଳାମାନଙ୍କୁ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ‘ୱି କ୍ୟାନ୍ କୁକ୍‌’ର ଦ୍ୱିତୀୟ ଓ ‘ୱି କ୍ୟାନ ବେକ୍‌’ର ତୃତୀୟ ସଂସ୍କରଣର ମଧ୍ୟ ଆୟୋଜନ କରିବା ନିମନ୍ତେ ଯୋଜନା ରହିଛି ବୋଲି ପ୍ରଫେସର ଚଇନି ଏହି ଅବସରରେ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ଏସ୍‌ଏଚ୍‌ଏମ୍‌ର ଆସିଷ୍ଟାଂଟ ପ୍ରଫେସର ସଂଘମିତ୍ରା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।