Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»Uncategorized»ଭାରତୀୟ ଲୋକପ୍ରିୟ ସଙ୍ଗୀତର ମହାରାଣୀ ଲତା ମଙ୍ଗେସ୍‌କର, ସେ ନିଜେ ହିଁ ନିଜର ପରମ୍ପରା ଓ ପରିଚୟ
Uncategorized

ଭାରତୀୟ ଲୋକପ୍ରିୟ ସଙ୍ଗୀତର ମହାରାଣୀ ଲତା ମଙ୍ଗେସ୍‌କର, ସେ ନିଜେ ହିଁ ନିଜର ପରମ୍ପରା ଓ ପରିଚୟ

September 28, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଏକଦା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ମହାନାୟକ ଉସ୍ତାଦ ବଡେ ଗୁଲାମ ଅଲି ଖାଁ କହିଥିଲେ- “ଶଶୁରି କଭି ବେସୁରି ନେହିଁ ହୋତି” ଓ ଯାହାଲାଗି ସେ ଏକଥା କହିଥିଲେ, ସେ ଥିଲେ ଭାରତୀୟ ଲୋକପ୍ରିୟ ସଙ୍ଗୀତର ମହାନାୟିକା ଲତା ମଙ୍ଗେସ୍କର। ଲତା, ଏଇ ନାଁ ହିଁ ଯଥେଷ୍ଟ। ୯୦ ବର୍ଷର ଜୀବନକାଳରୁ ପ୍ରାୟ ୮୦ ବର୍ଷ ସେ ଭାରତୀୟ  ସଙ୍ଗୀତର ସମୃଦ୍ଧି ଲାଗି ଦେଇଛନ୍ତି। ତାଙ୍କ ନିଜ ସ୍ଵରରେ “ମେରି ଆୱାଜ ହି ପେହେଚାନ ହୈ” (ଗୁଲଜାରଙ୍କ ରଚନା, ରାହୁଲ ଦେବ ବର୍ମନଙ୍କ ସଙ୍ଗୀତ, ସିନେମା-କିନାରା) ହିଁ ତାଙ୍କର ପରିଚୟ।

ଭାରତର କୋକିଳ କଣ୍ଠୀ ସ୍ବର ସାମ୍ରଜ୍ଞୀ ଲତା ମଙ୍ଗେସକରଙ୍କ ଆଜି ୯୦ତମ ଜନ୍ମଦିବସ । ଏହି ମହାନ୍‌ ଲୋକପ୍ରିୟ ଗାୟିକା ୧୯୨୯ ମସିହା ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଦିନାନାଥ ମଙ୍ଗେସ୍କର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ଥିଏଟର ଆର୍ଟିଷ୍ଟ ଥିଲେ । ଲତା ୫ବର୍ଷ ବୟସରୁ ତାଙ୍କ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ତାଙ୍କ ସହ ତାଙ୍କ ସାନ ଭଉଣୀ ଆଶା, ଉଷା, ମୀନା ଓ ଭାଇ ହୃଦୟନାଥ ମଧ୍ୟ ସଙ୍ଗୀତ ଶିକ୍ଷା କରୁଥିଲେ । ଲତାଙ୍କୁ ମାତ୍ର ୧୩ ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କର  ଦେହାନ୍ତ ହୋଇଥିଲା । ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ ।  ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ ଲତା ଜଣେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ମୁମ୍ବାଇରେ ଏକ ଲୋକାଲ୍ ଟ୍ରେନରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ‘ଆପ୍ କି ସେବା ମେଁ’ରେ ପ୍ରଛଦପଟ ଗାୟିକା ହେବାର ସୁଯୋଗ ମିଳିଥିଲା । ପରେ ତାଙ୍କୁ ‘ମଜବୁର୍’ ଓ ‘ବେଦର୍ଦ୍’ ନାମକ ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ମିଳିଲା । କିନ୍ତୁ ପରେ ଅନ୍ଦାଜ୍, ବରସାତ୍ ଓ ମହଲ୍ ଚଳଚ୍ଚିତ୍ର ଦ୍ୱାରା ସେ ସଙ୍ଗୀତ ମହଲରେ ପୂରାପୂରି ଛାଇଗଲେ ।

୧୯୪୫ ରୁ ୨୦୧୯, ଏଇ ଦୀର୍ଘ ସଙ୍ଗୀତ ଯାତ୍ରାରେ ସେ କ୍ଷେମଚନ୍ଦ୍ର ପ୍ରକାଶ, ନୌଶାଦ, ମଦନ ମୋହନ, ସଚିନ ଦେବ ବର୍ମନ, ବସନ୍ତ ଦେସାଇ, ହେମନ୍ତ କୁମାର, ଖୟାମ, ଅନୀଲ ବିଶ୍ଵାସ, ସଲୀଳ ଚୌଧୁରୀ, ରବି, ସି.ରାମଚନ୍ଦ୍ର ଙ୍କ ପରି ବରିଷ୍ଠ, ଲକ୍ଷ୍ମୀକାନ୍ତ-ପ୍ୟାରେଳାଲ, କଲ୍ୟାଣଜୀ-ଆନନ୍ଦଜୀ, ରାହୁଲ ଦେବ ବର୍ମନଙ୍କ ପରି ସମସାମୟିକ ଓ ଏ.ଆର.ରହମାନ, ଇସ୍ମାଇଲ ଦରବାରଙ୍କ ପରି କନିଷ୍ଠଙ୍କ ସହ କାମ କରିଛନ୍ତି। ଭାରତୀୟ ସିନେମା ସଙ୍ଗୀତ ର ସୁବର୍ଣ୍ଣ ଯୁଗ ଭାବରେ ପରିଚିତ ୧୯୫୦ ରୁ ୧୯୭୫ ଯାଏଁ ସେ ବହୁ ଅମର ଗୀତ ଗାଇଛନ୍ତି। ମହମ୍ମଦ ରଫି, ମୁକେଶ ଓ କିଶୋର କୁମାରଙ୍କ ସହିତ ଲତାଙ୍କ ଗାୟନ, ଭାରତୀୟ ଜୀବନରେ ସବୁଠୁ ସୁନ୍ଦର ମୁହୂର୍ତ୍ତ ନିର୍ମାଣ କରିଛି।

ତାଙ୍କର ଉଲ୍ଲେଖନୀୟ ପ୍ରତିଭା ପାଇଁ ସେ ଭାରତ ରତ୍ନ ଓ ଦାଦାସାହେବ ଫାଲ୍‌କେ ପୁରସ୍କାର ପରି ସମ୍ମାନଜନକ ପୁରସ୍କାରରେ ବିଭୂଷିତା ହୋଇଛନ୍ତି । ୨୦ରୁ ଉର୍ଦ୍ଧ୍ବ ଭାଷାରେ ଗୀତ ଗାଇବା ସହ ଏକହଜାରରୁ ଅଧିକ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି ଲତା । ଲତା ତାଙ୍କର ସମଗ୍ର ଜୀବନକୁ ସଙ୍ଗୀତ ପାଇଁ ସମର୍ପିତ କରିଛନ୍ତି । ୧୯୬୩ରେ ଭାରତ – ଚୀନ ଯୁଦ୍ଧ ସମୟରେ ଲତାଙ୍କର ଦେଶାତ୍ମବୋଧକ ଗୀତ ‘ଏ ମେରେ ୱତନ୍ କେ ଲୋଗୋଁ’ ଏହି ଗୀତ ପାଇଁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଲତା । ପାଖାପାଖି ୩୦,୦୦୦ ଗୀତ ସେ ଗାଇଛନ୍ତି । ସଙ୍ଗୀତ ଜଗତ ପ୍ରତି ତାଙ୍କର ରହିଥିବା ଅହେତୁକ ଅବଦାନ ପାଇଁ ତାଙ୍କୁ ଆଜି ଭାରତ ସରକାର ’ଡଟର ଅଫ୍ ଦ ନେସନ୍’ ସମ୍ମାନରେ ସମ୍ମାନିତ କରିବେ ।

ଲତା ପ୍ରତ୍ୟେକ ଭାରାତୀୟଙ୍କ ହୃତ ସ୍ପନ୍ଦନର ସବୁଠୁ ସୁନ୍ଦର ଅନୁଭବ ହୋଇ ରହିଛନ୍ତି ଓ ରହିବେ। ତାଙ୍କର ୯୦ ତମ ଜନ୍ମଦିନରେ ତାଙ୍କୁ ଆମର ଅଭିନନ୍ଦନ।

 

Share. Facebook Twitter LinkedIn Email WhatsApp Copy Link

Related Posts

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026
Latest News

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.