ରମେଶ ମହାନ୍ତି
ଜଗତସିଂହପୁର: ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ଜଗତସିଂହପୁର ବିଜୁ ଯୁବ ଜନତା ଦଳ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକଠାରେ ଏକତ୍ରିତ ହୋଇ ସ୍ୱାଗତ କରାଯାଇଛି। ଜଗତସିଂହପୁର ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ସୌମ୍ୟଜିତ ମହାପାତ୍ରଙ୍କ ନେତୃତ୍ୱରେ ଯୁବ ସଂଗଠକ ମାନେ ଏକତ୍ରିତ ହୋଇ ପ୍ରଥମେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସରକାରୀ ହାଇସ୍କୁଲର ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସ୍ଥାନ ସଂରକ୍ଷଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ୟାବିନେଟରେ ମଂଜୁର କରିଛନ୍ତି ବୋଲି କହିଥିଲେ। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ଉପସଭାପତି ଗୌରପ୍ରସାଦ ମହାନ୍ତି, ସଂପାଦକ ପ୍ରମୁଖ ରାଉତ, ସରୋଜ ବିଶ୍ୱାଳ, ଆଇଟି ସଂଯୋଜକ ରତିରଂଜନ ବେହେରା, ବିଜୟ ରାଉତ, ବ୍ଲକ୍ ଯୁବ ସଭାପତି ସମ୍ବିତ ମହାନ୍ତି, ଉପସଭାପତି ସୁଧିର ସ୍ୱାଇଁ, ମ୍ୟୁନିସିପାଲିଟି ଯୁବ ସଭାପତି ସୀତାଂଶୁ ଭୁଷଣ ଦାଶଙ୍କ ସମେତ ଶତାଧିକ ଯୁବ ସଂଗଠକ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।