ଟାଙ୍ଗୀ ବଳରାମ ଦେବ ବିଦ୍ୟାପୀଠର ୭୮ ତମ ପ୍ରତିଷ୍ଠା ଦିଵସ ପାଳିତ

Published: Jan 3, 2021, 10:16 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ପୁରାତନ ଶିକ୍ଷାନୁଷ୍ଠାନ ଟାଙ୍ଗୀ ବଳରାମ ଦେବ ବିଦ୍ୟାପୀଠର ୭୮ ତମ ପ୍ରତିଷ୍ଠା ଦିଵସ ପାଳିତ ହୋଇ ଯାଇଅଛି। ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ପକ୍ଷରୁ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଡମ୍ବରୁ ଧର ପରିଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇ ଯାଇଛି।

ଏହାସହ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରତିଷ୍ଠା ଦିଵସ ଅବସରରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ଉତ୍ସବରେ ଛାତ୍ର ସଂସଦ ପକ୍ଷରୁ ବିଦ୍ୟାଳୟର କୃତ୍ତି ଛାତ୍ର ଛାତ୍ରୀଙ୍କ ସହ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିଥିବା ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଧାୟକ ଜିତୁ ମିତ୍ର ଯୋଗ ଦେଇ ବିଦ୍ୟାଳୟକୁ ସରସ ସୁନ୍ଦର କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ରାଜ୍ୟ ସରକାରଙ୍କ ମୋ ସ୍କୁଲ୍ ଯୋଜନାରେ ପ୍ରାକ୍ତନ ଛାତ୍ରମାନେ ବିଦ୍ୟାଳୟ ସହ ଯୋଡି ହେବାକୁ ଅନୁରୋଧ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଛାତ୍ର ସଂସଦର ସଭାପତି ପଦ୍ମନାଭ ବିଶ୍ୱାଳ, ସଂପାଦକ ବିଜୟ କୁମାର ରାଉତ, ପୂର୍ବତନ ଛାତ୍ର ଡା. ମଧୂ ସୁଦନ ସେନାପତି ପ୍ରମୂଖ ଅତିଥୀ ଭାବେ ଯୋଗ ଦେଇଥିଲେ।

Related posts