Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପକ୍ଷାଘାତ ରୋଗୀଙ୍କୁ ସହାୟତାର ହାତ ବଢାଇଲା ଚିଲିକାର ମିଶନ ଜୟ ଜଗନ୍ନାଥ ସେବା ସଂଗଠନ
ଆଞ୍ଚଳିକ

ପକ୍ଷାଘାତ ରୋଗୀଙ୍କୁ ସହାୟତାର ହାତ ବଢାଇଲା ଚିଲିକାର ମିଶନ ଜୟ ଜଗନ୍ନାଥ ସେବା ସଂଗଠନ

March 20, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ଚିଲିକା: ଜଣେ ପକ୍ଷାଘାତ ରୋଗୀଙ୍କୁ ପୁଣି ଥରେ ସାହାଯ୍ୟର ହାତ ବଢାଇଲା ମିଶନ ଜୟ ଜଗନ୍ନାଥ ସେବା ସଂଗଠନ। ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମର ସୁକାନ୍ତ ଗୁରୁ (୪୫) ଜନ୍ମରୁ ଦିବ୍ୟାଙ୍ଗ ଥିଲେ। କିଛି ଦିନ ପରେ ପଡିଯିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତାପରେ ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ସଜ୍ଜାରେ ପଡିରହିଥିଲେ। ସୁକାନ୍ତ ଯନ୍ତ୍ରଣାରେ ଛଟପଟ ହେବା ସହ ନିଜ ସମ୍ପର୍କୀୟଙ୍କୁ ଚିହ୍ନିବାରେ ଅସମର୍ଥ ଅଟନ୍ତି।

ଖବର ପାଇ ମିଶନ ଜୟ ଜଗନ୍ନାଥ ସେବା ସଂଗଠନ ତାଙ୍କ ଘରେ ପହଞ୍ଚିଥିଲା। ସୁକାନ୍ତଙ୍କ ଦୁଇ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ବଡ ଝିଅର ବୟସ ୧୭ ବର୍ଷ ହୋଇଥିବା ବେଳେ ସାନ ଝିଅକୁ ୧୨ ବର୍ଷ ଏବଂ ପୁଅର ବୟସ ୮ ବର୍ଷ ଅଟେ। ଏସବୁ ଦେଖି ସୁକାନ୍ତଙ୍କ ଚିକିତ୍ସା ପାଇଁ ସଂଗଠନ ପକ୍ଷରୁ ସରପଞ୍ଚଙ୍କ ସହ ଯୋଗାଯୋଗ କରଯାଇଥିଲା। ଏହାସହ ସେମାନେ ସଂଗଠନ ପକ୍ଷରୁ ସୁକାନ୍ତଙ୍କ ଚିକିତ୍ସା ପାଇଁ ସହାୟତା କରିବେ ବୋଲି ପ୍ରତିଶୃତି ଦେବା ସହ ପିଲାମାନଙ୍କ ପାଠ ପଢା ପାଇଁ ଆର୍ଥିକ ସାହାଯ୍ୟ କରିବେ ବୋଲି ଭରଷା ଦେଇଥିଲେ।

ମିଶନ ଜୟ ଜଗନ୍ନାଥ ସଂଗଠନର ସଭାପତି ପ୍ରଦୋଶ କୁମାର ଦାସ, ସମ୍ପାଦକ ସଞ୍ଜୟ କୁମାର ବେହେରା, କୋଷାଧ୍ୟକ୍ଷ ଅରୁଣ କୁମାର ମହାପାତ୍ର, ପୋଲିସ ଏସଆଇ ଅକ୍ଷୟ କୁମାର ଭୋଳ, ଜଗା, ସାଇରଞ୍ଜନ, ଦୁଷ୍ମନ୍ତ, ଅନନ୍ତ, ପବିତ୍ର, ପ୍ରତାପ, ଅଶୋକ, ଦେବୀ ପ୍ରସାଦ, ବିଶ୍ଵଜିତ, ସୁବ୍ରତ, ଚିତ୍ତରଞ୍ଜନ, ପ୍ରଦ୍ଯୁମ୍ନ, ବିକିନା ପ୍ରମୁଖ ଯୋଗ ଦେଇଥିଲେ।

ଏହା ସହ ସବିତା ବେହେରା ଏବଂ ଦେବୀପୂର୍ଣ୍ଣିମା ଛୋଟରାୟ ନାମକ ଦୁଇଜଣ ସମାଜସେବୀ ଏହି ସଂଗଠନର ସମାଜସେବା ଦେଖି ସ୍ବଇଚ୍ଛାରେ ଉକ୍ତ ପରିବାରକୁ କିଛି ଆର୍ଥିକ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଚକ୍ଷୁରେ ଲୁହ, ହୃଦୟରେ ଗର୍ବ: ଚାରି ଶିକ୍ଷକଙ୍କୁ ଅବସର ଓ ବିଦାୟ ସମ୍ବର୍ଦ୍ଧନା

December 20, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକବିଂଶ ତମ ବାର୍ଷିକ ଉତ୍ସବ

December 18, 2025

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ବି.କେ. ନରେନ୍ଦ୍ରଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

December 18, 2025

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025
Latest News

ପ୍ରତିରକ୍ଷା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଉପରେ DRDO ଏବଂ RRU ମଧ୍ୟରେ ଏମଓୟୁ ସ୍ୱାକ୍ଷର

December 22, 2025

ବ୍ରହ୍ମପୁରରେ ମାଗଣା ସ୍ଵାସ୍ଥ୍ୟ ଶିବିର: ଡାଲଚିନିର ଉପକାରିତା ଉପରେ କହିଲେ ଡାକ୍ତର

December 22, 2025

ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

December 22, 2025

ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି ମାମଲା: ବିସ୍ତୃତ ରିପୋର୍ଟ ମାଗିଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

December 22, 2025

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ସୁକମାରେ ନକ୍ସଲ ଅସ୍ତ୍ରଶସ୍ତ୍ର କାରଖାନା ଧ୍ୱଂସ

December 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.