Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଟୀକା ଉତ୍ସବର ଦ୍ଵିତୀୟ ଦିବସ: ଚିଲିକାରେ ଟୀକା ନେଲେ ୧ ହଜାର ୭୭୪ ଜଣ ନାଗରିକ
ଆଞ୍ଚଳିକ

ଟୀକା ଉତ୍ସବର ଦ୍ଵିତୀୟ ଦିବସ: ଚିଲିକାରେ ଟୀକା ନେଲେ ୧ ହଜାର ୭୭୪ ଜଣ ନାଗରିକ

April 12, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ସୋମବାର ଦିନ ଟୀକା ଉତ୍ସବର ଦ୍ଵିତୀୟ ଦିବସ ଥିଲା। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହା ଅଧୀନରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଟୀକା ନେବା ପାଇଁ ନାଗରିକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ୪୫ ବର୍ଷରୁ ଉର୍ଦ୍ଧ ବହୁ ନାଗରିକମାନେ ଉତ୍ଫୁଲିତ ହୋଇ ଟୀକା ନେଉଥିବାର ଲକ୍ଷ୍ୟ କରାଯାଇଥିଲା।

ଦ୍ଵିତୀୟ ଦିବସରେ ସୁନାଖେଳାରେ ୨୧୨ ଜଣ, ଗମ୍ଭାରୀମୁଣ୍ଡାରେ ୨୫୩ ଜଣ, ନୀଳାଦ୍ରିପ୍ରସାଦରେ ୧୮୭ ଜଣ ଏବଂ ବାଣପୁରରେ ୩୯୦ ଜଣ ନାଗରିକ ଟୀକା ନେଇଥିବାର ସୂଚନା ଦେଇଛନ୍ତି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ପାତ୍ର। ତେବେ ଉକ୍ତ ଟୀକା ଉତ୍ସବ କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ର ପରିଚାଳନା କରିଥିବା ବେଳେ ବାଣପୁର ମେଡିକାଲର କର୍ମଚାରୀମାନେ ଯଥା ହୃଦାନନ୍ଦ ବିଷୋୟୀ, ପ୍ରଶାନ୍ତ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ଅନିଲ ନାୟକ, ସତ୍ୟବ୍ରତ ସାହୁ, ଅଭିମନ୍ୟୁ ଭୋପା ଏବଂ ଶିବାନୀ ହୋତା ଆଦି ସହଯୋଗ କରିଥିଲେ।

ସେହିପରି ଆଜି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୩୨ ଜଣ ନାଗରିକ ଟୀକା ନେଇଥିବାର ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ ସୂଚନା ଦେଇଛନ୍ତି। ତନ୍ମଧ୍ୟରୁ ବାଲୁଗାଁରେ ୩୫୬ ଜଣ, ନଈରୀରେ ୧୮୮ ଜଣ ଏବଂ ଜରିପଡାରେ ୧୮୮ ଜଣ ନାଗରିକ ଟୀକା ନେଇଛନ୍ତି।

ଟୀକା ଉତ୍ସବ ବାଣପୁର ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026
Latest News

ଅନିଲ ଅମ୍ବାନୀଙ୍କ ବିରୋଧରେ ED ର ବଡ଼ କାର୍ଯ୍ୟାନୁଷ୍ଠାନ: ୩୭୧୬ କୋଟିର ଘର ଜବତ

February 25, 2026

ଆଜି ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମ୍ୟାଚ୍: ବର୍ଷା ହେଲେ କାହାକୁ ମିଳିବ ଲାଭ ଏବଂ କିଏ ସହିବ କ୍ଷତି?

February 25, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇସ୍ରାଏଲରେ ଭବ୍ୟ ସ୍ୱାଗତ: ବିମାନବନ୍ଦରରେ ମିଳିଲା ଗାର୍ଡ ଅଫ୍ ଅନର

February 25, 2026

ଇଏସଆଇସି ଭୁବନେଶ୍ୱରର ୭୫ ତମ ଫାଉଣ୍ଡେସନ ଦିବସ

February 25, 2026

ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୮ରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.