ବାଣପୁର ତହସିଲରେ ନୂତନ ଅତିରିକ୍ତ ତହସିଲଦାରଙ୍କ ଯୋଗଦାନ: ଦୀର୍ଘ ମାସଧରି ଖାଲି ପଡିଥିଲା ପଦବୀ

Published: Apr 29, 2021, 9:20 am IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲରେ ଦୀର୍ଘ ମାସ ଧରି ଅତିରିକ୍ତ ତହସିଲଦାର ପଦବୀ ଖାଲି ପଡିଥିଲା। ଗତ ବର୍ଷ ପୂର୍ବତନ ଅତିରିକ୍ତ ତହସିଲଦାର ମନ୍ମଥ ବେହରାଙ୍କ ବାଣପୁର ତହସିଲଦାର ରୂପେ ପଦୋନ୍ନତି ହେବା ଦିନଠାରୁ ଉକ୍ତ ପଦବୀ ଖାଲି ପଡିଥିଲା।

ଏତେ ବଡ଼ ତହସିଲରେ ଉକ୍ତ ଗୁରୁତ୍ୱପୂର୍ଣ ପଦବୀ ଖାଲି ପଡ଼ିଥିବା ହେତୁ ଜନସାଧାରଣଙ୍କ ବହୁ ଜରୁରୀ କାର୍ଯ୍ୟରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଥିଲା। ଅପରପକ୍ଷେ ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ଵ ହେଲାଣି କୋଭିଡ ମହାମାରୀ ସମୟରେ ତହସିଲଦାର ଏକାକୀ ସବୁ କାର୍ଯ୍ୟ ବୁଝୁଥୁବା ବେଳେ ତାଙ୍କ ପକ୍ଷେ ସବୁ କାର୍ଯ୍ୟ କରିବା ଅସମ୍ଭବ ହୋଇପଡୁଥିଲା।

ତେବେ ଗତକାଲି ବାଣପୁର ତହସିଲରେ ନୂତନ ଅତିରିକ୍ତ ତହସିଲଦାର ରୂପେ ଯୋଗଦେଇଛନ୍ତି ଓଆରଏସ୍ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ। କାର୍ଯ୍ୟରେ ଯୋଗଦେବାର ପ୍ରଥମ ଦିବସରେ ତହସିଲଦାର ଶ୍ରୀ ବେହେରାଙ୍କ ସମେତ ସମସ୍ତ ତହସିଲ କର୍ମଚାରୀମାନେ ଶ୍ରୀ ପାଢ଼ୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ଶ୍ରୀ ପାଢ଼ୀ ଏହା ପୂର୍ବରୁ ରାୟଗଡା ଜିଲ୍ଲା ବିଷମକଟକ ତହସିଲରେ ଅତିରିକ୍ତ ତହସିଲଦାର ରୂପେ କାର୍ଯ୍ୟରତ ଥିଲେ। ବିଷମକଟକ ଅଞ୍ଚଳରେ ଗତବର୍ଷ କୋଭିଡ ପରିଚାଳନା କରିବାରେ ତାଙ୍କ ପ୍ରମୁଖ ଭୂମିକା ଥିଲା। ତେବେ ବାଣପୁର ତହସିଲର ସମସ୍ତ ଜନସାଧାରଣମାନେ ହଇରାଣ ହରକତ ନହୋଇ କିପରି ଶୀଘ୍ର ସେମାନଙ୍କର କାର୍ଯ୍ୟ ତହସିଲରେ କରାଇପାରିବେ ତାକୁ ପ୍ରାଥମିକତା ଦେବେ ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।

Related posts