Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ତହସିଲରେ ନୂତନ ଅତିରିକ୍ତ ତହସିଲଦାରଙ୍କ ଯୋଗଦାନ: ଦୀର୍ଘ ମାସଧରି ଖାଲି ପଡିଥିଲା ପଦବୀ
ଆଞ୍ଚଳିକ

ବାଣପୁର ତହସିଲରେ ନୂତନ ଅତିରିକ୍ତ ତହସିଲଦାରଙ୍କ ଯୋଗଦାନ: ଦୀର୍ଘ ମାସଧରି ଖାଲି ପଡିଥିଲା ପଦବୀ

April 29, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲରେ ଦୀର୍ଘ ମାସ ଧରି ଅତିରିକ୍ତ ତହସିଲଦାର ପଦବୀ ଖାଲି ପଡିଥିଲା। ଗତ ବର୍ଷ ପୂର୍ବତନ ଅତିରିକ୍ତ ତହସିଲଦାର ମନ୍ମଥ ବେହରାଙ୍କ ବାଣପୁର ତହସିଲଦାର ରୂପେ ପଦୋନ୍ନତି ହେବା ଦିନଠାରୁ ଉକ୍ତ ପଦବୀ ଖାଲି ପଡିଥିଲା।

ଏତେ ବଡ଼ ତହସିଲରେ ଉକ୍ତ ଗୁରୁତ୍ୱପୂର୍ଣ ପଦବୀ ଖାଲି ପଡ଼ିଥିବା ହେତୁ ଜନସାଧାରଣଙ୍କ ବହୁ ଜରୁରୀ କାର୍ଯ୍ୟରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଥିଲା। ଅପରପକ୍ଷେ ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ଵ ହେଲାଣି କୋଭିଡ ମହାମାରୀ ସମୟରେ ତହସିଲଦାର ଏକାକୀ ସବୁ କାର୍ଯ୍ୟ ବୁଝୁଥୁବା ବେଳେ ତାଙ୍କ ପକ୍ଷେ ସବୁ କାର୍ଯ୍ୟ କରିବା ଅସମ୍ଭବ ହୋଇପଡୁଥିଲା।

ତେବେ ଗତକାଲି ବାଣପୁର ତହସିଲରେ ନୂତନ ଅତିରିକ୍ତ ତହସିଲଦାର ରୂପେ ଯୋଗଦେଇଛନ୍ତି ଓଆରଏସ୍ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ। କାର୍ଯ୍ୟରେ ଯୋଗଦେବାର ପ୍ରଥମ ଦିବସରେ ତହସିଲଦାର ଶ୍ରୀ ବେହେରାଙ୍କ ସମେତ ସମସ୍ତ ତହସିଲ କର୍ମଚାରୀମାନେ ଶ୍ରୀ ପାଢ଼ୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ଶ୍ରୀ ପାଢ଼ୀ ଏହା ପୂର୍ବରୁ ରାୟଗଡା ଜିଲ୍ଲା ବିଷମକଟକ ତହସିଲରେ ଅତିରିକ୍ତ ତହସିଲଦାର ରୂପେ କାର୍ଯ୍ୟରତ ଥିଲେ। ବିଷମକଟକ ଅଞ୍ଚଳରେ ଗତବର୍ଷ କୋଭିଡ ପରିଚାଳନା କରିବାରେ ତାଙ୍କ ପ୍ରମୁଖ ଭୂମିକା ଥିଲା। ତେବେ ବାଣପୁର ତହସିଲର ସମସ୍ତ ଜନସାଧାରଣମାନେ ହଇରାଣ ହରକତ ନହୋଇ କିପରି ଶୀଘ୍ର ସେମାନଙ୍କର କାର୍ଯ୍ୟ ତହସିଲରେ କରାଇପାରିବେ ତାକୁ ପ୍ରାଥମିକତା ଦେବେ ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।

ଅତିରିକ୍ତ ତହସିଲଦାର ବାଣପୁର ତହସିଲ
Share. Facebook Twitter LinkedIn Email WhatsApp Copy Link

Related Posts

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026

ଗୋଦାବାରୀଶ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ

May 25, 2026
Latest News

ଖଗରିଆ-ପୂର୍ଣ୍ଣିଆ ଜାତୀୟ ରାଜପଥ ଖଣ୍ଡକୁ ୪-ଲେନ୍ ରେ ଉନ୍ନତୀକରଣ ପାଇଁ କ୍ୟାବିନେଟ୍ ମଞ୍ଜୁରୀ

June 4, 2026

ପୁଣିଥରେ ଏକାଠି ହେବେ କି ଉଦ୍ଧବ – ସିନ୍ଦେ ! ସତାରଙ୍କ ମନ୍ତବ୍ୟ ପରେ ବଢିଲା ଚର୍ଚ୍ଚା

June 4, 2026

କେନ୍ଦ୍ର ସରକାରଙ୍କ ୧୨ ବର୍ଷ ସଫଳତା ପ୍ରଚାର ପାଇଁ ଆଇଏମପିସିସି ବୈଠକ

June 4, 2026

ଢେଙ୍କାନାଳ ଆଦିବାସୀ ଯୁବତୀଙ୍କୁ ଚାଲାଣ ମାମଲା: ତଦନ୍ତ ଆରମ୍ଭ କଲା ଜାତୀୟ ମାନବାଧିକାର କମିଶନ

June 4, 2026

ଟି-୨୦ ଅଧିନାୟକ ପଦରୁ ହଟିଲେ ସୂର୍ଯ୍ୟକୁମାର ଯାଦବ!

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.