ନାକଟିଦେଉଳ ପୁଲିସ୍ ପକ୍ଷରୁ ରକ୍ତଦାନ ଶିବିର, ୪୭ ୟୁନିଟ୍ ରକ୍ତ ସଂଗ୍ରହ

Published: Jul 25, 2021, 8:53 pm IST

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ନାକଟିଦେଉଳ ପୁଲିସ୍ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଏସ୍ .ପି ବି. ଗଙ୍ଗାଧରଙ୍କ ନିର୍ଦ୍ଦେଶରେ ମୋ ସରକାର କାର୍ଯ୍ୟକ୍ରମକୁ ନାକଟିଦେଉଳ ଥାନା ଅଧିକାରୀ ବିଧୂଭୂଷଣ ମିଶ୍ର ସଂଯୋଜନା କରିଥିଲେ।

ଏହି ରକ୍ତଦାନ ଶିବିରରେ ରେଢାଖୋଲ ଏସ୍‌ଡିପିଓ ଜ୍ୟୋସ୍ନାମୟୀ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ରେଢାଖୋଲ ରକ୍ତ ଭଣ୍ଡାରରୁ ଟେକନିସିଆନ୍ ଇନ୍ଦ୍ରମଣି ବେହେରା, ମନୋରମା ଧଳ, ଜାହ୍ନବୀ ସାହୁ, ତ୍ରିପୁରାରୀ ଗଡତିଆ, ସୁଦର୍ଶନ ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

ଏଥିରେ ୪୭ ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ। ଶିବିରରେ ସମ୍ବାଦ ପ୍ରତିନିଧି ଶରତ କୁମାର ପ୍ରଧାନ, ନୀଳାମ୍ବର ସାହୁ, କନେଷ୍ଟବଳ ମହାସଂଘର ସଭାପତି ରାମଦୀପ ପଣ୍ଡା, ଜିତେନ୍ଦ୍ରିୟ ସାହୁ ପ୍ରମୁଖ ସଂଯୋଜନା କରିଥିଲେ। ଗୋଧିଢିପ ସ୍ଥିତ ମହାଲକ୍ଷ୍ମୀ ଯୁବକ ସଂଘ, ସାଲେଭଟା, ବାଟଗାଁ, ସାହେବୀ, ଜାମୁଜୋରୀ ଆଦି ଗ୍ରାମରେ ଥିବା ଯୁବକ ସଂଘର କର୍ମକର୍ତ୍ତା ସହଯୋଗ କରିଥିଲେ।

Related posts