ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଶ୍ରାଦ୍ଧ ଦିବସରେ ଭାଲେରୀ ହାଇସ୍କୁଲରେ ଲୋକର୍ପିତ ହେଲା ପ୍ରତିମୂର୍ତ୍ତି

Published: Jul 26, 2021, 10:24 pm IST

ଭୁବନେଶ୍ବର, ଆଜି ହେଉଛି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ 64 ତମ ଶ୍ରାଦ୍ଧ ଦିବସ। ଏହି ପରିପ୍ରେକ୍ଷୀରେ ବାଲୁଗାଁ ନିକଟସ୍ଥ ଚାଷଙ୍ଗରାର ଭାଲେରୀ ହାଇସ୍କୁଲ ନିକଟରେ ଲୋକାର୍ପିତ ହୋଇଛି ଗୋଦାବରୀଶ ପ୍ରତିମୂର୍ତ୍ତି। ସ୍ଥାନୀୟ କାନ୍ଥମହଲ ଶାନ୍ତି କମିଟ ଏବଂ ଉତ୍କଳ ସ୍ବାଭିମାନ ମଞ୍ଚର ମିଳିତ ସହଯୋଗରେ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି।

ସେହିପରି ଅନ୍ୟ ଏକ କାର୍ଯ୍ୟକ୍ରମରେ ଭାଲେରୀ ହାଇସ୍କୁଲରେ ପାଞ୍ଚଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରାଯାଇଛି। ଏଥିରେ ମହାତ୍ମା ଗାନ୍ଧୀ, ପଣ୍ଡିତ ଗୋପବନ୍ଧୁ, ମଧୁସୂଦନ ଦାସ, ସୁବାସ ଚନ୍ଦ୍ର ବୋଷ ଏବଂ ଜୟୀରାଜଗୁରୁଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଛି। ଏଥିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଯୋଗଦେଇ ଏହାକୁ ଲୋକାର୍ପଣ କରିଥିଲେ। ଏଥିରେ ଭାଲେରୀ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ, ପୂର୍ବତନ ଶିକ୍ଷକ ଗୌରାଙ୍ଗ ବିଶ୍ବାଳ, ଶିକ୍ଷକ ବୈଷ୍ଣବ ନାୟକ ଏବଂ ଚାଷଙ୍ଗରା ଗ୍ରାମର ସଭାପତି ସୋମନାଥ ନରେନ୍ଦ୍ରସିଂ ବର୍ମା ଯୋଗଦେଇଥିଲେ। ସେହିପରି ସ୍କୁଲର ପୂର୍ବତନ ଛାତ୍ର ଏସବିଆଇ ବାଲୁଗାଁ ଅଧିକାରୀ ବୃନ୍ଦାବନ ନାୟକ ଏବଂ ଓଡିଶାର ବରିଷ୍ଠ ସାମ୍ବାଦିକ ଶରତ ପାଇକରାୟ ଉପସ୍ଥିତ ଥିଲେ।

Related posts