ଚିଲିକା ବିଜେଡି ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ

Published: Aug 20, 2021, 6:45 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଚିଲିକା ବିଜେଡି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ସ୍ଥିତ ଉମାମହେଶ୍ୱର ବଣିକ ସଂଘ ସଭାଗୃହ ମଧ୍ୟରେ ଏକ ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି। ମଧ୍ୟାହ୍ନରେ ବାଲୁଗାଁ ଥାନା ନିକଟରୁ ବିଜେଡି ନେତା ଏବଂ କର୍ମୀମାନଙ୍କ ଏକ ବିଶାଳ ରାଲି ବାହାରି ବଣିକ ସଂଘ ଠାରେ ସମାପ୍ତ ହୋଇଥିଲା।

ଉକ୍ତ ବୈଠକରେ ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ , ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ରନାଥ ମାନସିଂହ, ବିସିଜେଡ଼ି ଜିଲ୍ଲା ସଭାପତି ବିଶ୍ଵଦିପ ପ୍ରଧାନ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷିକା ପ୍ରମିଳା ମଲ୍ଲିକ, ଖୋର୍ଦ୍ଧା ବିଧାୟକ ଜିତେନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳାଇ, ଖୋର୍ଦ୍ଧା ମହିଳା ଜନତା ଦଳ ସଭାପତି ଗୀତା ପାଟଶାଣୀ, ରାଜ୍ୟ ସାଧାରଣ ସମ୍ପାଦକ ବିଜୁ ଯୁବ ଜନତା ଦଳ ଅମିତ୍ କୁମାର୍ ମହାରଣାଙ୍କ ସମେତ ଅନେକ ସରପଞ୍ଚ, ୱାର୍ଡ ମେମ୍ବର ଓ କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ବିଜୁ ଜନତା ଦଳର ଶହ ଶହ କର୍ମୀମାନେ ଉପସ୍ଥିତ ଥିଲେ।

ଚିଲିକା ନିର୍ବାଚନମଣ୍ଡଳୀର ବିକାଶ କିପରି ହୋଇପାରିବ ଏବଂ ଜନସାଧାରଣଙ୍କ ଦୁଃଖ କିପରି ଦୂର କରାଯାଇପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅନୁରୂପ ଭାବେ ଆଗାମୀ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ସମଗ୍ର ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡି କିପରି ବାଜିମାତ କରିବ, ସେନେଇ କର୍ମୀମାନଙ୍କୁ ଚିଲିକା ବିଧାୟକ ଗୁରୁମନ୍ତ୍ର ପ୍ରଦାନ କରିଥିଲେ।

Related posts