Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମନ୍ତ୍ରୀଙ୍କ ଜନ୍ମ ଦିନରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ, ନର୍ସିଂ ହୋମ ଲୋକାର୍ପଣ
ଆଞ୍ଚଳିକ

ମନ୍ତ୍ରୀଙ୍କ ଜନ୍ମ ଦିନରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ, ନର୍ସିଂ ହୋମ ଲୋକାର୍ପଣ

August 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ରାଜ୍ୟ ମନ୍ତ୍ରୀ ମଣ୍ଡଳରେ କଳାହାଣ୍ଡି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ୫୨ତମ ଜନ୍ମ ଦିବସ ଉପଲକ୍ଷେ ସମଗ୍ର ଜିଲ୍ଲାରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଶନିବାର ସକାଳେ ଭବାନୀପାଟଣାସ୍ଥିତ ନିଜ ବାସଭବନରେ ବିଭିନ୍ନ ସାମାଜିକ ସଂଗଠନ ଦ୍ୱାରା ଜନ୍ମଦିନର ଶୁଭେଚ୍ଛା ଦିଆଯାଇଥିବା ବେଳେ ଯୁବ ଛାତ୍ର ବିଜେଡି ଦ୍ୱାରା ଭବାନୀପାଟଣା ଗାନ୍ଧୀପାର୍କ ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।

ମନ୍ତ୍ରୀଙ୍କ ଦ୍ୱାରା ଭବାନୀପାଟଣା ପୌରପାଳିକାର ସଫେଇ କର୍ମଚାରୀ ମାନଙ୍କୁ ବସ୍ତ୍ର, ସାବୁନ, ସାନିଟାଇଜର ବଂଟନ କରାଯିବା ସହ କେକ କାଟି ସମସ୍ତଙ୍କୁ ଖୁଆଇଥିଲେ। ମନ୍ତ୍ରୀ ସ୍ଥାନୀୟ ଅନ୍ଧ,ମୁକ, ବଧିର ସ୍କୁଲକୁ ଯାଇ ସେଠାରେ ପିଲାମାନଙ୍କ ସମସ୍ତ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ । ଜୁନାଗଡ ନିର୍ବାଚନ ମଣ୍ଡଳୀ ଦଶପୁର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଯିବା ସହ କେଗାଁ ଠାରେ ଭିନ୍ନକ୍ଷମ ମାନଙ୍କୁ ରାସନ ସାମଗ୍ରୀ ବଂଟନ କରାଯାଇଥିଲା। କେଗାଁ ଆଂଚଳିକ ଉଚ୍ଚ ବିଦ୍ୟାଳୟଠାରେ ଚାରା ରୋପଣ କରାଯାଇ ସେସବୁର ଦାୟୀତ୍ୱ ନେବାକୁ ମନ୍ତ୍ରୀଙ୍କ ସମର୍ଥକ/ଶୁଭେଚ୍ଛୁ ମାନେ ସଂକଳ୍ପବଦ୍ଧ ହୋଇଥିଲେ।

ସେହିପରି ଜୁନାଗଡ ସଂସ୍କୃତିଭବନଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ମନ୍ତ୍ରୀ ଉଦଗାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏଠାରେ ୧୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଅଧିକ ସଂଖ୍ୟକ ମହିଳାମାନେ ଉତ୍ସାହିତ ହୋଇ ରକ୍ତଦାନ କରିଥିବା ଜଣାପଡିଛି । ସେହିପରି ବିଜୁପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ବେଡମିଂଟନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଜୁନାଗଡ ସହର କଲମପୁର ଛକ ଗାୟତ୍ରୀ ନଗର ପାଖରେ ଅଗ୍ରୱାଲ ନର୍ସିଂ ହୋମର ଲୋକାର୍ପଣ ହୋଇଥିଲା।

ଆଧୁନିକ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ କରାଯାଇ ସ୍ଥାନୀୟ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖିଗୁଡାସ୍ଥିତ ଡା.ଅଗ୍ରୱାଲ ଏହି ନିର୍ସିଂ ହୋମ ପ୍ରତିଷ୍ଠା କରିଥିବା ବେଳେ ମନ୍ତ୍ରୀଙ୍କ ଜନ୍ମ ଦିନରେ ଲୋକାର୍ପଣ ହେବା ରେ ସ୍ୱତନ୍ତ୍ରତା ରହିଥିବା ପ୍ରକାଶ। ବିଗତ ମାସେ ତଳେ ଜୁନାଗଡରେ ଅନ୍ୟ ଏକ ନର୍ସିଂ ହୋମ ଉଦଗାଟନ ହୋଇଥିବା ବେଳେ ସେଠାରେ ଭୁଲ ଔଷଧ ଦେବା ଯୋଗୁଁ ଜନୈକ ମହିଳା ରୋଗୀଙ୍କ କ୍ଷତି ହୋଇଥିବା ଅଭିଯୋଗ ହେବାପରେ ସେହି ଖବର ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଯାଇଥିବା ହେତୁ ଏହି ନୂତନ ନର୍ସିଂହୋମ ଲୋକାର୍ପଣ ଉତ୍ସବକୁ ଗଣମାଧ୍ୟମକୁ ଉପେକ୍ଷା କରାଯାଇଥିବା ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026

ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଆଇ କର୍ମଶାଳା

March 25, 2026

ଜିଲ୍ଲାପାଳଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ: ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ଉପରେ ଗୁରୁତ୍ଵ

March 25, 2026

ଆଞ୍ଚଳିକ ସଂଯୋଗୀକରଣ ଯୋଜନା-ସଂଶୋଧିତ ଉଡ଼ାନ ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ

March 25, 2026

“ପେଟ୍ରୋଲ ଏବଂ ଡିଜେଲର କୌଣସି ଅଭାବ ନାହିଁ”: ସର୍ବଦଳୀୟ ବୈଠକରେ କହିଲେ ସରକାର

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.