Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»୨୦୨୬ ସୁଦ୍ଧା ବିଶ୍ବରୁ ପୋଲିଓ ରୋଗ ଲୋପ ପାଇବ ରୋଟାରୀ ପକ୍ଷରୁ ବିଶ୍ବ ପୋଲିଓ ଦିବସ ପାଳିତ
ଆଞ୍ଚଳିକ

୨୦୨୬ ସୁଦ୍ଧା ବିଶ୍ବରୁ ପୋଲିଓ ରୋଗ ଲୋପ ପାଇବ ରୋଟାରୀ ପକ୍ଷରୁ ବିଶ୍ବ ପୋଲିଓ ଦିବସ ପାଳିତ

October 25, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
୨୦୨୬ ସୁଦ୍ଧା ବିଶ୍ବରୁ ପୋଲିଓ ରୋଗ ଲୋପ ପାଇବ ରୋଟାରୀ ପକ୍ଷରୁ ବିଶ୍ବ ପୋଲିଓ ଦିବସ ପାଳିତ

ଭୁବନେଶ୍ୱର: ବିଶ୍ଵ ପୋଲିଓ ଦିବସ ଅବସରରେ ଭୁବନେଶ୍ଵର ରୋଟାରୀ ଜିଲ୍ଲା ପକ୍ଷରୁ, ରୋଟାରୀ କ୍ଲବ ଭୁବନେଶ୍ବର ନେତୃତ୍ବରେ, ଭୁବନେଶ୍ଵର ରୋଟାରୀ ଭବନଠାରେ ଏକ ସଂକ୍ଷିପ୍ତ ସଭା ସହ ପୋଲିଓ ରୋଗରୁ ମୁକ୍ତି ପାଇଁ ଏକ ସଚେତନତା ପଦଯାତ୍ରାକୁ ଜିଲ୍ଲା ଗଭର୍ଣ୍ଣର ଶିକ୍ଷାବିତ୍ ରୋଟାରିଯାନ ଶାନ୍ତନୁ କୁମାର ପାଣି ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।

ଏସ୍.ଏସ୍ ହରିଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ପାଣି କହିଲେ ଯେ, ପୋଲିଓ ଭଳି ଏକ ମାରାତ୍ମକ ରୋଗକୁ ବିଶ୍ଵରୁ ମୁକ୍ତ କରିବା ପାଇଁ ଆନ୍ତର୍ଜାତିକ ରୋଟାରୀ ସଂସ୍ଥାର କାର୍ଯ୍ୟ ସମଗ୍ର ବିଶ୍ଵରେ ଏକ ଉଦାହରଣ ସୃଷ୍ଟି କରିଛି । ରୋଟାରୀ ସଚେତନତା ସୃଷ୍ଟି କରିବା ସହ ଜନସାଧାରଣଙ୍କ ବନ୍ଧୁ ଭାବରେ ସହଯୋଗର ହାତ ବଢାଇଥାଏ ଆନ୍ତର୍ଜାତିକ ରୋଟାରୀ ସଂସ୍ଥା ସମଗ୍ର ବିଶ୍ବରୁ ପୋଲିଓ ରୋଗର ସମ୍ପୁର୍ଣ ଲୋପ ପାଇଁ ୨୦୨୬କୁ ଧାର୍ଯ୍ୟ ବର୍ଷ ରଖୁଛି ୨୦୨୩ ମସିହାରୁ ସଚେତନତା ସୃଷ୍ଟି କରିବା ସହ ପୂର୍ବବର୍ଷ ମାନଙ୍କ ଭଳି ମାଗଣା ପୋଲିଓ ବୁନ୍ଦା ବଣ୍ଟନ କରିବ ।

ଆଜିର ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଅଧ୍ୟକ୍ଷ ସଚେତନତା କମିଟି ଯଜ୍ଞଶିଶ ମହାପାତ୍ର ସ୍ଵାଗତ ଭାଷଣ ଓ ସମ୍ପାଦକ ଜ୍ଞାନ ରଞ୍ଜନ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସେଣ୍ଟ୍ରାଲର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବିକ୍ରମାଦିତ୍ୟ ନାୟକ, ଅଜୟ ପଟ୍ଟନାୟକ, ମମତା ବାଜପେୟୀ, ରାଜନକ୍ଷ୍ମୀ ମିଶ୍ର, ମହେଶ ରଜନୀ, ସ୍ମିତା ସିହ୍ନା।

ଡଃ ଗଗନ ବିହାରୀ ରାଜତଙ୍କ ସମେତ ଭୁବନେଶ୍ବର ସହରରେ କାର୍ଯ୍ୟ କରୁଥିବା ୩୫ଗୋଟି କ୍ଲବର ପ୍ରତିନିଧୂମାନେ ଯୋଗ ଦେଇଥିଲେ ଏହି ସଚେତନତା ଯାତ୍ରା ରୋଟାରୀ ଭବନରୁ ବାହାରି ହାଉସିଂ ବୋର୍ଡ ଛକ ଦେଇ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଯାତ୍ରାରେ ପୋଲିଓମୁକ୍ତ ଭାରତ ସ୍ଲୋଗାନ ଦିଆଯାଇଥିଲା କାର୍ଯ୍ୟକ୍ରମକୁ ରୋଟାରିୟାନ ସୁକାନ୍ତ ସାହୁ, ଅନିଲ୍‌ ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ଦାସ ପ୍ରମୁଖ ପରିଚଳନା କରିଥିଲେ।

ରୋଟାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026
Latest News

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.