Categories
ଆଞ୍ଚଳିକ

ରୋଟାରୀ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସତ୍ୟନଗରସ୍ଥିତ ହୋଟେଲ ପାର୍କ ପ୍ରିମିୟମଠାରେ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଶିକ୍ଷାବିତ୍ ଡଃ ନିବେଦିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ସେଣ୍ଟ ଜାଭିୟର ସତ୍ୟନଗର ସ୍କୁଲ୍‌ର ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା କହିଲେ ଯେ, ଆଜି ମଧ୍ୟ ସମାଜରେ ସ୍ତ୍ରୀ ପୁରୁଷର ଭେଦଭାବ ଯେଉଁ ମା’ ଜନ୍ମଦାତ୍ରୀ ତା’ଉପରେ ଅତ୍ୟାଚାର ଏବେବି ସର୍ବସମ୍ମୁଖରେ ହେଉଛି। ମା’ମାନେ ସର୍ବଂସହା ନହୋଇ ନିଜ ଅଧିକାରକୁ ସାବ୍ୟସ୍ତ କରିବାର ଆବଶ୍ୟକତା ରହିଛି।

ବିଶିଷ୍ଟ ବକ୍ତା ଆଡ଼ଭୋକେଟ ଶାନ୍ତନୁ କୁମାର ସାହୁ ମାତୃଜାତିର ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡଃ ନିବେଦିତା ପଟ୍ଟନାୟକଙ୍କୁ କ୍ଲବର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଉତ୍ତରୀୟ ଓ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ରୋଟାରିୟାନ ଏଲୋରା ରାୟ ସ୍ୱାଗତ ଭାଷଣ ଓ ଲିଲିମା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ତଥା ସମାଜସେବୀ ଡଃ ବଦ୍ରୀନାଥ ପଟ୍ଟନାୟକ, ମିତ୍ରା ରାୟ, କ୍ଲବର ସମ୍ପାଦକ ଜ୍ୟୋତିଶଙ୍କର ମହାନ୍ତି, ନୂତନ ଭାବେ ଗଠିତ ରୋଟାରୀ କ୍ଲବ ପୁରୀଧାମର ସଭାପତି ତୋଫାନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

୨୦୨୬ ସୁଦ୍ଧା ବିଶ୍ବରୁ ପୋଲିଓ ରୋଗ ଲୋପ ପାଇବ ରୋଟାରୀ ପକ୍ଷରୁ ବିଶ୍ବ ପୋଲିଓ ଦିବସ ପାଳିତ

ଭୁବନେଶ୍ୱର: ବିଶ୍ଵ ପୋଲିଓ ଦିବସ ଅବସରରେ ଭୁବନେଶ୍ଵର ରୋଟାରୀ ଜିଲ୍ଲା ପକ୍ଷରୁ, ରୋଟାରୀ କ୍ଲବ ଭୁବନେଶ୍ବର ନେତୃତ୍ବରେ, ଭୁବନେଶ୍ଵର ରୋଟାରୀ ଭବନଠାରେ ଏକ ସଂକ୍ଷିପ୍ତ ସଭା ସହ ପୋଲିଓ ରୋଗରୁ ମୁକ୍ତି ପାଇଁ ଏକ ସଚେତନତା ପଦଯାତ୍ରାକୁ ଜିଲ୍ଲା ଗଭର୍ଣ୍ଣର ଶିକ୍ଷାବିତ୍ ରୋଟାରିଯାନ ଶାନ୍ତନୁ କୁମାର ପାଣି ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।

ଏସ୍.ଏସ୍ ହରିଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ପାଣି କହିଲେ ଯେ, ପୋଲିଓ ଭଳି ଏକ ମାରାତ୍ମକ ରୋଗକୁ ବିଶ୍ଵରୁ ମୁକ୍ତ କରିବା ପାଇଁ ଆନ୍ତର୍ଜାତିକ ରୋଟାରୀ ସଂସ୍ଥାର କାର୍ଯ୍ୟ ସମଗ୍ର ବିଶ୍ଵରେ ଏକ ଉଦାହରଣ ସୃଷ୍ଟି କରିଛି । ରୋଟାରୀ ସଚେତନତା ସୃଷ୍ଟି କରିବା ସହ ଜନସାଧାରଣଙ୍କ ବନ୍ଧୁ ଭାବରେ ସହଯୋଗର ହାତ ବଢାଇଥାଏ ଆନ୍ତର୍ଜାତିକ ରୋଟାରୀ ସଂସ୍ଥା ସମଗ୍ର ବିଶ୍ବରୁ ପୋଲିଓ ରୋଗର ସମ୍ପୁର୍ଣ ଲୋପ ପାଇଁ ୨୦୨୬କୁ ଧାର୍ଯ୍ୟ ବର୍ଷ ରଖୁଛି ୨୦୨୩ ମସିହାରୁ ସଚେତନତା ସୃଷ୍ଟି କରିବା ସହ ପୂର୍ବବର୍ଷ ମାନଙ୍କ ଭଳି ମାଗଣା ପୋଲିଓ ବୁନ୍ଦା ବଣ୍ଟନ କରିବ ।

ଆଜିର ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଅଧ୍ୟକ୍ଷ ସଚେତନତା କମିଟି ଯଜ୍ଞଶିଶ ମହାପାତ୍ର ସ୍ଵାଗତ ଭାଷଣ ଓ ସମ୍ପାଦକ ଜ୍ଞାନ ରଞ୍ଜନ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସେଣ୍ଟ୍ରାଲର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବିକ୍ରମାଦିତ୍ୟ ନାୟକ, ଅଜୟ ପଟ୍ଟନାୟକ, ମମତା ବାଜପେୟୀ, ରାଜନକ୍ଷ୍ମୀ ମିଶ୍ର, ମହେଶ ରଜନୀ, ସ୍ମିତା ସିହ୍ନା।

ଡଃ ଗଗନ ବିହାରୀ ରାଜତଙ୍କ ସମେତ ଭୁବନେଶ୍ବର ସହରରେ କାର୍ଯ୍ୟ କରୁଥିବା ୩୫ଗୋଟି କ୍ଲବର ପ୍ରତିନିଧୂମାନେ ଯୋଗ ଦେଇଥିଲେ ଏହି ସଚେତନତା ଯାତ୍ରା ରୋଟାରୀ ଭବନରୁ ବାହାରି ହାଉସିଂ ବୋର୍ଡ ଛକ ଦେଇ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଯାତ୍ରାରେ ପୋଲିଓମୁକ୍ତ ଭାରତ ସ୍ଲୋଗାନ ଦିଆଯାଇଥିଲା କାର୍ଯ୍ୟକ୍ରମକୁ ରୋଟାରିୟାନ ସୁକାନ୍ତ ସାହୁ, ଅନିଲ୍‌ ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ଦାସ ପ୍ରମୁଖ ପରିଚଳନା କରିଥିଲେ।