Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଭୁବନେଶ୍ୱର କୋର୍ଟ ପରିଦର୍ଶନ
ଆଞ୍ଚଳିକ

ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଭୁବନେଶ୍ୱର କୋର୍ଟ ପରିଦର୍ଶନ

November 28, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ଓକିଲ ସଂଘ ଦ୍ୱାରା ଆୟୋଜିତ ଏକ ସଭାରେ ଓଡ଼ିଶା ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡାଃ ଏସ୍‌. ମୂରଲୀଧର, ହାଇକୋର୍ଟର ରେଜିଷ୍ଟାର ଜେନେରାଲ ଓ ଭୁବନେଶ୍ୱର ଜିଲ୍ଲାଜଜ୍ ରାମଶଙ୍କର ହୋତାଙ୍କ ସମେତ ସମସ୍ତ ଜୁଡ଼ିସିଆଲ ଅଫିସରବୃନ୍ଦ ଯୋଗ ଦେଇଥିଲେ।

ଓକିଲ ସଂଘର ସଭାପତି ନିର୍ମଳ କିଶୋର ରଥ, ସମ୍ପାଦକ ରାଜକିଶୋର ଦାସ, ଉପସଭାପତି ଦେବୀଦତ୍ତ ବାରିକ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ସହ ସମ୍ପାଦକ ଶିବ ନାରାୟଣ ସାହୁ ଏବଂ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଉପସ୍ଥିତ ଥିଲେ।

ସଂଘର ସଭାପତି ନିର୍ମଳ କିଶୋର ରଥ ମୁଖ୍ୟ ବିଚାରପତି ମହୋଦୟଙ୍କୁ ସଂଘ ତରଫରୁ ଏକ ଦାବି କରିଥିଲେ କି ଭୁବନେଶ୍ୱରରେ ଓଡ଼ିଶାର ସବୁଠାରୁ ଅଧିକ କେଶ୍ ବଢି ଯାଉଥିବାରୁ ଆଉ ଗୋଟିଏ ଫ୍ୟାମିଲ୍ କୋର୍ଟ, ଦୁଇଟି ସିଭିଲ୍ ଜଜ୍‌, ସିନିୟର ଜଜ୍ କୋର୍ଟ ଓ ଗୋଟିଏ ସିଭିଲ୍ ଜଜ୍ ଜୁନିଅର ଡିଭିଜନ କୋର୍ଟ ସହିତ ଆଉ ୧୦ଟି ପ୍ରଥମଶ୍ରେଣୀ ମାଜିଷ୍ଟେଟ୍ କୋର୍ଟ ଖୋଲିବା ପାଇଁ ଦାବି କରାଯାଇଥିଲା। ମୁଖ୍ୟ ବିଚାରପତି ମହୋଦୟ ଭୁବନେଶ୍ବରରେ ପଡ଼ି ରହିଥିବା ଆଶାତୀତ କେଶ୍ ଗୁଡ଼ିକର ତୁରନ୍ତ ଫଇସଲା ପାଇଁ ଏହିସବୁ ନୂତନ କୋର୍ଟ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ସମ୍ପାଦକ ଶ୍ରୀ ରାଜକିଶୋର ଦାସ ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ ନେଇ ନିର୍ମାଣଧିନ ଜୁଡ଼ିସିଆଲ କମ୍ପେ୍ଲକ୍ସ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ଏହି ସଭାରେ ବାର୍ ଆସୋସିଏସନର ବରିଷ୍ଠ ସଦସ୍ୟ ଶିବାନନ୍ଦ ରାୟ, ନିର୍ମଳ ପଟ୍ଟନାୟକ, ଅରୁପ ଚାନ୍ଦ, ସୁଦାମ ଦାସ ଓ ବାର୍ କାଉନ୍‌ସିଲ୍‌ର ପୂର୍ବତନ ସଦସ୍ୟ ବିଭୂ ପ୍ରସାଦ ତ୍ରିପାଠୀଙ୍କ ସମେତ ୫୦୦ରୁ ଉର୍ଦ୍ଧ୍ୱ ଆଇନ୍‌ଜୀବୀ ଉପସ୍ଥିତ ଥିଲେ।

ସଭା କାର୍ଯ୍ୟ ପରିଚାଳନା କରିଥିଲେ ସଂଘର ଉପସଭାପତି ଦେବୀଦତ୍ତ ବାରିକ ଏବଂ ସର୍ବଶେଷରେ ସଂଘର ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026
Latest News

ଡିଏଭି ପୋଖରୀପୁଟରେ ଉତ୍କଳ ଦିବସ ପାଳିତ

April 2, 2026

ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର

April 2, 2026

ପଶ୍ଚିମବଙ୍ଗରେ SIRରେ କାର୍ଯ୍ୟରତ ବିଚାରପତିଙ୍କ ଉପରେ ଆକ୍ରମଣ: କଡା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

April 2, 2026

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.