ନାକଟିଦେଉଳ କଲେଜରେ ବିଶ୍ୱ ଏଡସ୍ ଦିବସ ଓ ରକ୍ତଦାନ ଶିବିର

Published: Dec 1, 2021, 7:14 pm IST

କନ୍ଦର୍ପ ବେହେରା
ରେଢାଖୋଲ: ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ପରିସରରେ ଜୁନିୟର ରେଡ୍ କ୍ରସ୍ ଓ ରେଡ୍ ରିବନ୍ କ୍ଲବ୍ ର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ରକ୍ତଦାନ ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧିର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନାକଟିଦେଉଳ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ବିଭୁତି ଭୂଷଣ ଦଳାଇ ମୁଖ୍ୟ ଅତିଥି , ଅବସରପ୍ରାପ୍ତ ଅଧ୍ୟାପକ ଡଃ ଦିପେନ୍ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ,କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ କନ୍ଦର୍ପ ରାଉଳ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଏଡସ୍ ରୋଗର କାରଣ ଓ ଏହାର ନିରାକରଣ ତଥା ରକ୍ତଦାନର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଯୁବ ରେଡ୍‌କ୍ରସ୍ ର ଶାଖା ସଂଯୋଜକ ଅଧ୍ୟାପକ ଦେବେଶ ବିଶ୍ୱାଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଆର୍‌.ପୁଷ୍ପାଞଳୀ ଧନ୍ୟବାଦ ଅର୍ପଣ କରିଥିଲେ। ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟର ଟେକନିସିଆନ୍ ଇନ୍ଦ୍ରମଣୀ ବେହେରା, ତ୍ରୀପୁରାରୀ ଗଡତ୍ୟା, ଜାମିନୀ ସାହୁ, ମନୋରମା ଧଳ ଓ ସୁଦର୍ଶନ ନାୟକ ପରିଚାଳନା କରିଥିଲେ।

ଏହି ରକ୍ତଦାନ ଶିବିରରେ ୩୫ ଜଣ ରକ୍ତଦାନ କରିଥିଲେ। ରକ୍ତଦାନ ଶିବିରକୁ କରିଥିଲେ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ, ଶେଷଦେବ ବିଶ୍ୱାଳ, ଭଜମୋହନ ପ୍ରଧାନ, ଲିଟିନା ପ୍ରିୟଦର୍ଶୀନୀ, ଜୟନ୍ତୀ ସାହୁ, ବିଭୂତି ଭୂଷଣ ସାହୁ ଓ କଲେଜର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।

Related posts