ମୁଁ ଜଣେ ସୁଖୀ ମଣିଷ: ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାତା କୁଳପତି ବିମଳେନ୍ଦୁ ମହାନ୍ତି

Published: Dec 9, 2021, 9:20 pm IST

ଭୁବନେଶ୍ୱର: ଓଡ଼ିଶାର ଜଣେ ବିଶିଷ୍ଟ ବୁଦ୍ଧିଜୀବୀ, ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାତା କୁଳପତି, ମହାବୋଧି ସମିତି ଓଡ଼ିଶା ଶାଖାର ସଭାପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ସ୍ୱନକ୍ଷତ୍ର ଦିବସ ଆଜି ପୂର୍ବାହ୍ନରେ ତାଙ୍କ ନୂଆପଲ୍ଲୀସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବନ୍ଧୁମାନଙ୍କୁ କୃତଜ୍ଞତା ଜଣାଇବା ଅବସରରେ ଡ଼ଃ ମହାନ୍ତି କହିଲେ ଯେ, ପରମାତ୍ମା ପରମେଶ୍ୱର ଏବଂ ଭଗବାନ ତଥାଗତ ବୁଦ୍ଧଙ୍କର ଅସୀମ କୃପାରୁ ମୁଁ ଆଜି ୮୪ବର୍ଷର ପହଞ୍ଚିଛି। ଜୀବନରେ ବହୁ ଉତ୍‌ଥାନ ପତନ ଦେଇ ଗତି କରୁଥିଲେ ମଧ୍ୟ ମୁଁ ଜଣେ ସୁଖୀ ମଣିଷ।

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଂକ୍ଷିପ୍ତ ସଭାରେ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ସ୍ୱାଗତ ଭାଷଣ ଓ ସିଦ୍ଧାର୍ଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଓକିଲ ବନ ମହାନ୍ତି, ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଓ ଜଗତବନ୍ଧୁ ଜେନା ଡଃ ମହାନ୍ତିଙ୍କୁ ଜଣେ ଭଲ ମଣିଷ ବୋଲି କହିଥିଲେ। ଡଃ ମହାନ୍ତିଙ୍କ ପତ୍ନୀ ପ୍ରଫେସର ଡଃ ବେଦବତୀ ମହାନ୍ତି ଅତିଥି ମାନଙ୍କୁ ଆପ୍ୟାୟିତ କରିଥିଲେ।

Related posts