Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଡ଼ାକ୍ତର କାଶୀନାଥ ନାୟକଙ୍କ ଆତ୍ମଜୀବନୀ, ‘ମାଇଁସେଲ୍ଫ ଆଣ୍ଡ ଦ ୱାର୍ଲ୍ଡ’ ଲୋକାର୍ପିତ
ଆଞ୍ଚଳିକ

ଡ଼ାକ୍ତର କାଶୀନାଥ ନାୟକଙ୍କ ଆତ୍ମଜୀବନୀ, ‘ମାଇଁସେଲ୍ଫ ଆଣ୍ଡ ଦ ୱାର୍ଲ୍ଡ’ ଲୋକାର୍ପିତ

December 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡ଼ାକ୍ତର କାଶୀନାଥ ନାୟକଙ୍କ ଆତ୍ମଜୀବନୀ, 'ମାଇଁସେଲ୍ଫ ଆଣ୍ଡ ଦ ୱାର୍ଲ୍ଡ ଲୋକାର୍ପିତ'

ଭୁବନେଶ୍ୱର: ଡ଼ାକ୍ତର କାଶୀନାଥ ନାୟକଙ୍କ ଆତ୍ମଜୀବନୀ “ମାଇଁସେଲ୍ଫ ଆଣ୍ଡ ଦ ୱାର୍ଲ୍ଡ ଲୋକାର୍ପିତ” ବୁଧବାର ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭକାର ଡ଼. ଭଗବାନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ଼ାକ୍ତର କାଶୀନାଥ ନାୟକ ଜଣେ ସଫଳ ଡ଼ାକ୍ତର ହେବା ସହିତ ପୁଣି ଜଣେ ସୃଜନଶୀଳ ଲେଖକ ହୋଇପାରିଛନ୍ତି ବୋଲି ଖୁସିବ୍ୟକ୍ତ କରିଥିଲେ ।

ଡ଼ା ନାୟକ ଅତି ସୁନ୍ଦରଭାବରେ ଏହି ଆତ୍ମଜୀବନୀ ପୁସ୍ତକରେ ନିଜର ସମସ୍ତ ମୂହୁତ୍ତକୁ ଉପସ୍ଥାପନା କରିଛନ୍ତି ଯାହାକି ଅନ୍ୟ ଆତ୍ମଜୀବନୀ ପୁସ୍ତକରେ ଦେଖିବାକୁ ମିଳେ । ଏହି ପୁସ୍ତକଟି ଓଡ଼ିଆ ଭାଷାରେ ପ୍ରକାଶିତ ହେଲେ ସାରା ରାଜ୍ୟରେ ଜନାଦୃତ ହୋଇପାରବ ବୋଲି ସେ ମତ ରଖିଥିଲେ । ମୁଖ୍ୟ ବକ୍ତାଭାବେ ଯୋଗଦେଇ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପ୍ରାପ୍ତ ବିଶିଷ୍ଟ ଲେଖକ ଅସୀତ ମହାନ୍ତି କହିବା ସହିତ ଲେଖକ ଡ଼ା କାଶୀନାଥ ନାୟକ ଏହି ପୁସ୍ତକରେ ନିଜ ଗ୍ରାମ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅର୍ନ୍ତଗତ ଡ଼ାହାଣହତା ଗ୍ରାମରେ ସ୍ୱାଧୀନତାର ପରବର୍ତ୍ତୀ ଗ୍ରାମୀଣ ପରମ୍ପରା, ଶିକ୍ଷା ଏବଂ ଆଚାର ବିଚାର ଅତି ସରଳ ଭାବରେ ଇଂରାଜୀ ବାକ୍ୟ ଲେଖିଛନ୍ତି ।

ଏହି ପୁସ୍ତକଟିକୁ ଲେଖିବାକୁ ଡ଼ା. ନାୟକ ଅବସରର ଦୀର୍ଘ ୧୧ ବର୍ଷ ଧରି ପୂର୍ବ ସ୍ମୃତିକୁ ଉଜ୍ଜିବୀତ କରି ବେଶ ସବୁ ମନେ ପକାଇ ପାଠକଙ୍କୁ ବେଶ ହୃଦୟସ୍ପର୍ଶୀ କରାଇ ପାରିଛନ୍ତି । ଏପରିକି ବର୍ତ୍ତମାନ ରହୁଥିବା ଭୁବନେଶ୍ୱରର ଉଦୟବିହାରରେ ସପରିବାର ସହିତ ପଡ଼ୋଶୀଙ୍କ ସୁସମ୍ପର୍କରେ ଜଣେ ସୁଖି ଏବଂ ପୂର୍ଣ୍ଣାଙ୍ଗ ମୁକ୍ତ ମଣିଷ ଭାବେ ଜୀବନ ଅତିବାହିତ କରୁଥିବା ସେ ଉଲ୍ଲେଖ କରିଛନ୍ତି ।

ସମାଜର ପୂର୍ବତନ ସମ୍ପାଦକ ଡ଼. ସତ୍ୟ ରାୟଙ୍କ ପୈାରହିତ୍ୟରେ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ସମୀକ୍ଷକ ଓ ସମ୍ମାନିତ ଅତିଥି ଭାବରେ ଡ଼ା ପ୍ରଦୀପ କୁମାର ଆଜାର୍ଯ୍ୟ, ଡ଼ା ଦେବାଶିଷ ମିଶ୍ର, ଲେଖକଙ୍କ ପତ୍ନୀ ଡ଼ାକ୍ତର କବିତା ନାୟକ ଯୋଗ ଦେଇଥିଲେ । ଲେଖକ ଡ଼ା ନାୟକ ପୁସ୍ତକ ସମ୍ପର୍କରେ ନିଜର ମତ ରଖିବାବେଳେ ଧଉଳି ପବ୍ଲିକେଶନ୍ସା ପ୍ରକାଶକ ଡ଼. ମହେଶ୍ୱର ଧନ୍ୟବାଦ ଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026
Latest News

ଆନ୍ନେ କାର୍ସନଙ୍କୁ ସାହିତ୍ୟରେ ନୋବେଲ୍‌

October 8, 2026

କଚ୍ଚା କାନ୍ଥ ଭୁଶୁଡ଼ି ଶିଶୁ ମୃତ, ବୃଦ୍ଧା ଗୁରୁତର

October 8, 2026

H-1B ନୁହେଁ, ଏବେ PERM ଉପରେ ଆକ୍ସନ୍: ଭାରତୀୟ IT କର୍ମଚାରୀଙ୍କ ପାଇଁ ବଡ଼ ଝଟକା!

October 8, 2026

ନିର୍ବାଚନର ନିୟମ ବଦଳିଲେ ରାଜନୀତି କାହିଁକି ତାତେ? ଜ୍ଞାନେଶଙ୍କଠାରୁ ଶେଷନ୍ ପର୍ଯ୍ୟନ୍ତ ପୂରା କାହାଣୀ

October 8, 2026

ଡାକ୍ତରଙ୍କୁ ଦାମୀ ଉପହାର ଓ ବିଦେଶ ଭ୍ରମଣ ଦେଇପାରିବେନି ଔଷଧ କମ୍ପାନୀ: ସୁପ୍ରିମକୋର୍ଟ

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.