Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମା’ ର ଚିକିତ୍ସା ପାଇଁ ଗରିବ ପୁଅର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ
ଆଞ୍ଚଳିକ

ମା’ ର ଚିକିତ୍ସା ପାଇଁ ଗରିବ ପୁଅର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ

January 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଦିନ ମଜୁରିଆ ଉପରେ ପରିବାର ଭାର ସତେ ଯେମିତି ବୋଝ ଉପରେ ନଳିତା ବିଡା ସଦୃଶ। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ ବଉଳାବନ୍ଧ ପଞ୍ଚାୟତ ଗୋଡ଼ି ସାହିରେ ବସବାସ କରୁଥିବା ଭାସ୍କର ପୃଷ୍ଟିଙ୍କ ପତ୍ନୀ ପ୍ରଫୁଲୀ ପୃଷ୍ଟି ଆଜକୁ ଦୀର୍ଘ ୮ ବର୍ଷ ଧରି ଟ୍ୟୁମର ରୋଗରେ ପୀଡ଼ିତ ଅଛନ୍ତି। ପୁଅ, ବୋହୂ,୨ ନାତୁଣୀ ଓ ଗୋଟିଏ ନାତିଙ୍କୁ ନେଇ ପରିବାରରେ ୬ ଜଣ ସଦସ୍ୟ। ପୁରା ପରିବାର ଭରସା କରୁଛି ଏକ ମାତ୍ର ରୋଜ ଗାରିଆ ପୁଅ ଉପରେ। ବାପ ଛେଉଣ୍ଡ ପୁଅ ପେସାରେ ଜଣେ ଫେରି ବେପାରୀ। କେତେବେଳେ ଦୈନିକ ୧୦୦ ଟଙ୍କା ବିକନ୍ତି ତ ଆଉ କେତେବେଳେ ୨୦୦ ଟଙ୍କା। ମାତ୍ର ଚିକିତ୍ସା ପାଇଁ ଘର ଖଣ୍ଡିକ ମଧ୍ୟ କେଇଟା ଟଙ୍କା ପାଇଁ ଦାଣ୍ଡରେ ବନ୍ଧା ପଡିଛି।

ତଥାପି ନିଜର ଉଦ୍ୟମ ବଳରେ ପରିବାରବର୍ଗଙ୍କ ଭରଣ ପୋଷଣ କରିବା ସହ ଯାହା ଅର୍ଥ ବଳକା ହୁଏ ମା’ ର ଚିକିତ୍ସା ପାଇଁ ଖର୍ଚ୍ଚ କରନ୍ତି। କିନ୍ତୁ ଆଜିର ମହାଙ୍ଗା ଦୁନିଆରେ ଏସବୁ ସମ୍ଭବପର ନ ହେବାରୁ ବହୁ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଏ ଖବର ସୋସିଆଲ ମିଡିଆରେ ଭାଇରଲ ହେବା ପରେ ‘ଦ ବ୍ଲଡ଼ ଡୋନର୍ସ ଓଡ଼ିଶା’ ର ସଭାପତି ରଞ୍ଜନ ମହାପାତ୍ର, ନୟାଗଡ଼ ଜିଲ୍ଲା ସଂଯୋଜକ ବିରେନ୍ଦ୍ର ସାହୁ, ସମାଜ ସେବୀ ପ୍ରମୋଦ କୁମାର୍ ସ୍ବାଇଁ, ସୁରେଶ ଦାସ, ଶାଳିଆ ପ୍ରେସ କ୍ଲବର ସଦସ୍ୟ ବୃନ୍ଦ ପ୍ରମୁଖ ପହଞ୍ଚି ବୃଦ୍ଧ ମା’ ଙ୍କୁ ଆଶ୍ଵାସନା ଦେବା ସହିତ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏବଂ ଏଥି ସହିତ ବୃଦ୍ଧ ମା’ ଙ୍କ ଚିକିତ୍ସା କରାଇବାର ପ୍ରତିଶୃତି ମଧ୍ୟ ଦେଇଥିଲେ।

ଏଥି ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ସହିତ ସମାଜସେବୀ ଭାଇ ଭଉଣୀ ମାନଙ୍କୁ କିଛି କିଛି ସହଯୋଗର ହାତ ବଢ଼ାଇବାପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ଯାହାକି ପ୍ରଫୁଲୀ ପୃଷ୍ଟିଙ୍କ ପୁଅ ଦୀପ ରଞ୍ଜନ ପୃଷ୍ଟି କିଛି ସରକାରୀ ସାହାର୍ଯ୍ୟ ମିଳିଲେ ମୁଁ ମୋର ବୋଉଙ୍କ ଚିକିତ୍ସା କରାଇପାଇବି ବୋଲି କୋହଭରା କଣ୍ଠରେ କହିଛନ୍ତି।

ତେବେ ନୂତନ ସହୃଦୟ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର ଏହିପରି ଏକାଧିକ ରୋଗୀଙ୍କ ସରକାରୀ ଚିକିତ୍ସା କରାଇଥିବାର ଖବର ପାଇ ପୁଅ ଦୀପ ରଞ୍ଜନ ମଧ୍ୟ ତାଙ୍କ ଗରିବ ମା’ ର ଚିକିତ୍ସା ଜିଲ୍ଲାପାଳ କରାଇବେ ବୋଲି ଅଶା ରଖିଛନ୍ତି।

ଖୋର୍ଦ୍ଧା ଜିଲ୍ଲାପାଳ ଚିଲିକା ବ୍ଲକ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସାଧାରଣ ସଭା: ସମବାୟର ବିକାଶ ଓ ବ୍ୟବସାୟିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ

September 30, 2026

କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ

September 30, 2026

ପଥୁରିଆ ଅଙ୍ଗନୱାଡି କେନ୍ଦ୍ରରେ ୯ମ ରାଷ୍ଟ୍ରୀୟ ପୋଷଣ ମାସ–୨୦୨୬

September 30, 2026

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026
Latest News

“ସାରା ଦେଶରେ NRC ଲାଗୁ ହେବା ଉଚିତ”: SIR ବିବାଦ ମଧ୍ୟରେ RSS ର ଦାବି

October 1, 2026

ୟୁପିରେ ୨୦୨୭ ନିର୍ବାଚନ ପୂର୍ବରୁ ମେଣ୍ଟରେ ମହାଟକ୍କର! ଆସନ ଦାବିକୁ ନେଇ SP-କଂଗ୍ରେସ ମୁହାଁମୁହିଁ, ଭାଙ୍ଗିବ କି ଇଣ୍ଡିଆ ମେଣ୍ଟ?

October 1, 2026

Jio 10th Anniversary Offer: ୧,୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ ସହିତ ୬ ମାସର ମାଗଣା ରିଚାର୍ଜ

October 1, 2026

ଉଜ୍ଜ୍ୱଳା ଯୋଜନା ଉପରେ ସରକାରଙ୍କ ବଡ଼ ଘୋଷଣା: ଜାରି ରହିବ LPG ସବସିଡି 

October 1, 2026

ଜିମ୍ବାୱେରେ ହେଲିକପ୍ଟର ଦୁର୍ଘଟଣା: ବ୍ୟବସାୟୀ ୱିକନେଲ୍, ତାଙ୍କ ପତ୍ନୀଙ୍କ ସମେତ ୬ ମୃତ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.