Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ତୃତୀୟ କେ.ସି. ସ୍ମାରକୀ ଚିତ୍ରକଳା ପ୍ରତିଯୋଗିତା
ଆଞ୍ଚଳିକ

ତୃତୀୟ କେ.ସି. ସ୍ମାରକୀ ଚିତ୍ରକଳା ପ୍ରତିଯୋଗିତା

January 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସ୍ଥାନୀୟ ଉଡ଼ାନ ବ୍ୟାଡ଼ମିଣ୍ଟନ ଏକାଡ଼େମୀର ସ୍ପୋର୍ଟସ୍ କମ୍ପେ୍ଲକ୍ସ ପରିସରରେ ତୃତୀୟ କେ.ସି. ସ୍ମାରକୀ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସ୍ମୃତିରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଭିନ୍ନ ଗ୍ରୁପ୍‌ର ୫୦ଜଣ ଶିଶୁ ଓ ତରୁଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ।

ଉଡ଼ାନ ସ୍ପୋର୍ଟସ୍ ଏକାଡ଼େମୀର ସହଯୋଗିତାରେ ଅନୁଷ୍ଠିତ ଏହି ଚିତ୍ରକଳା ପ୍ରତିଯୋଗିତାର ଥିମ୍ ଥିଲା ‘ଆର୍ଟ ଆଟାକ୍‌-୨୦୨୨’। ୧୨ବର୍ଷରୁ କମ୍‌, ୧୨ରୁ ୧୫ବର୍ଷ ଏବଂ ୧୫ରୁ ୧୯ବର୍ଷ ତିନୋଟି ବୟସ ବର୍ଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ବନ୍ୟଜନ୍ତୁ, ପ୍ରକୃତି, ସମୁଦ୍ର, କାର୍ଟୁନ, ଆଦିବାସୀ ଚିତ୍ରକଳା ଆଦି ପ୍ରସଙ୍ଗ ଉପରେ ଚିତ୍ରାଙ୍କନ କରିଥିଲେ। ବିଶିଷ୍ଟ ପରିବେଶବିତ୍ ଓ ଚିତ୍ରାନୁରାଗୀ ଅଶୋକ ସାରଦା, ସମାଜସେବୀ ତଥା ଅବସରପ୍ରାପ୍ତ କମାଣ୍ଡର ଦିନେଶ ସ୍ୱାଇଁ ଏବଂ ବିଶିଷ୍ଟ ଚିତ୍ରଶିଳ୍ପୀ ଚାନ୍ଦିନୀ ପଟ୍ଟନାୟକ ବିଚାରକ ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ।

ପ୍ରତିଯୋଗିତାର ସିନୟର ବର୍ଗର୍ରେ ଆଫିପା ପରବେଜ ଏବଂ ପ୍ରିୟଙ୍କା ଗଡ଼ନାୟକ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ପାଇଥିଲେ। ସେହିପରି ଜୁନିୟର ବର୍ଗରେ ଜଗନ୍ନାଥ ମିଶ୍ର, ସିମୋନୋଭା ସାମଲ ଏବଂ ଶ୍ରେଷ୍ଠା ରୟ ଓ ସାଇ ଓମ୍ ବିଶ୍ୱାଳ ତଥା ସବ୍‌ଜୁନିୟର ବର୍ଗରେ ଦେବବ୍ରତ ବେଉରା, ଶୁଭମ ମଲ୍ଲିକ ଓ ଶ୍ରେୟା ରୟ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।

ବିଶିଷ୍ଟ ସମାଜସେବୀ ତଥା ଚିତ୍ରାନୁରାଗୀ ବଂଶୀଧର ସାରଦା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅତିଥି ବିଚାରକ ଅଶୋକ ସାରଦା, ମାନବ ଜୀବନରେ କଳାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ପୂର୍ବବର୍ଷଠାରୁ ଚଳିତବର୍ଷ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାରୁ ଉଡ଼ାନ ସ୍ପୋର୍ଟସ୍ ଏକାଡ଼େମୀ ଏବଂ କେ.ସି. ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷା ଉର୍ମିଳା ମିଶ୍ର ଆନନ୍ଦ ବ୍ୟକ୍ତ କରିବା ସହିତ ଏକାଡ଼େମୀର ଆଗାମୀ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଅତିଥିମାନଙ୍କୁ ଅବଗତ କରାଇଥିଲେ। କେ.ସି. ମେମୋରିଆଲ ଟ୍ରଷ୍ଟର ଅନ୍ୟତମ କର୍ମକର୍ତ୍ତା ସୂର୍ଯ୍ୟକାନ୍ତ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026

ଆଜି ମାର୍ଚ୍ଚ ୨୬ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.