ଓଡ଼ିଶା ସାମ୍ବାଦିକ ୟୁନିଅନ୍‌ର ନୂତନ କର୍ମକର୍ତ୍ତା ମନୋନୀତ

Published: Jan 9, 2022, 7:43 pm IST

ଭୁବନେଶ୍ୱର: ରାଜ୍ୟର ସର୍ବବୃହତ୍ ସାମ୍ବାଦିକ ସଙ୍ଗଠନ ଓଡ଼ିଶା ସାମ୍ବାଦିକ ୟୁନିଅନ୍‌ର ୨୦୨୧-୨୩ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଓୟୁଜେର ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ଅଶୋକ କୁମାର ନନ୍ଦ ପୁଣି ଥରେ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

ରାଜେଶ ପଟ୍ଟନାୟକ ଏବଂ କିଶାନ୍ କୁମାର ରାଉତ ଉପସଭାପତି, ସମରଜିତ୍ ମହାନ୍ତି ଓ ପ୍ରସନ୍ନ କୁମାର ପାଇକରାୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲାବେଳେ ଅମୂଲ୍ୟ ରନ ସ୍ୱାଇଁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ସଙ୍ଗଠନର ସମ୍ପାଦକ ଭାବେ ଆଗାମୀ ଦୁଇବର୍ଷ ପାଇଁ ଅଶୋକ କୁମାର ଦାସ (ସୁନ୍ଦରଗଡ଼), ବିଜୟ କୁମାର ସାହୁ (ବରଗଡ଼), ବାରିଜ ପଟ୍ଟନାୟକ (ନବରଙ୍ଗପୁର), ଦୀପକ ଶତପଥୀ (କେନ୍ଦୁଝର) ନିର୍ବାଚିତ ହୋଇଛନ୍ତି।

କାର୍ଯ୍ୟକାରୀ କମିିଟିକୁ ବିଭିନ୍ନ ଜିଲ୍ଲାରୁ ୩୦ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ମନୋନୟନ ପରେ ସମସ୍ତ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି। ବରିଷ୍ଠ ସଦସ୍ୟ ଶିଶିର କୁମାର ଦାସ ଓ ପ୍ରମୋଦ କୁମାର ସାମନ୍ତରାୟ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ। ମନୋନୟନ ଯାଞ୍ଚ ପରେ ନିର୍ବାଚନ ଅଧିକାରୀ ଶ୍ରୀ ସାମନ୍ତରାୟ ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି।

ସାମ୍ବାଦିକମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସଂଗଠନକୁ ଅଧିକ ଗତିଶୀଳ କରାଯିବା ସହ ସାମ୍ବାଦିକ ବୀମା ରାଶିକୁ ୨ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ଓ ସାମ୍ବାଦିକମାନଙ୍କ ଲାଗି ୨୦ହଜାର ଟଙ୍କାର ପେନ୍‌ସନ୍ ଯୋଜନା ଲାଗୁ କରିବା ଲାଗି ୟୁନିଅନ୍ ପକ୍ଷରୁ ପ୍ରୟାସକୁ ଜୋର୍‌ଦାର୍ କରାଯିବ ବୋଲି ନବନିର୍ବାଚିତ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।

Related posts