Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନିଖିଳ ଓଡ଼ିଶା ବିଶ୍ୱବିଦ୍ୟାଳୟ କର୍ମଚାରୀ ମହାସଂଘର ଦ୍ୱିତୀୟ ବାର୍ଷିକ ଅଧିବେଶନ
ଆଞ୍ଚଳିକ

ନିଖିଳ ଓଡ଼ିଶା ବିଶ୍ୱବିଦ୍ୟାଳୟ କର୍ମଚାରୀ ମହାସଂଘର ଦ୍ୱିତୀୟ ବାର୍ଷିକ ଅଧିବେଶନ

January 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଓୟୁଏଟି ସମ୍ମିଳନୀ କକ୍ଷରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ କର୍ମଚାରୀ ମହାସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ମହାସଂଘର ସବୁ କର୍ମକର୍ତ୍ତାମାନେ ପରସ୍ପର ମଧ୍ୟରେ ବିଚାର ବିମର୍ଷ, ସେମାନଙ୍କ ସମସ୍ୟାକୁ ନେଇ ସରକାରଙ୍କ ପାଖରେ ଉପସ୍ଥାପନ କରିଥିବା ଦାବିଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ଉତ୍ସବରେ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ, ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ସୁରେନ୍ଦ୍ର କୁମାର ସ୍ୱାଇଁ, ମହସଂଘର ପୂର୍ବତନ ସଭାପତି ଶାରଦା ମହାନ୍ତି ଏବଂ ମୁଖ୍ୟ ଉପଦେଷ୍ଟା ଚିନ୍ତାମଣି ମିଶ୍ର ପ୍ରମୁଖ ଯୋଗ ଦେଇ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ମହାସଂଘର ବାର୍ଷିକ ବିବରଣୀ ଉପରେ ଆଲୋକପାତ କରିଥିଲେ। ବିଶେଷକରି ସରକାରଙ୍କ କାର୍ଯ୍ୟଧାରା ଓ ମହାସଂଘର ଦାବି ପ୍ରତି ସରକାରଙ୍କ ଟାଳଟୁଳ ନୀତି ସମ୍ପର୍କରେ ଆଲୋଚନା କରିଥିଲେ।

ମହାସଂଘ ତରଫରୁ ଆଉଟସୋର୍ସିଂ ନିଯୁକ୍ତି ବନ୍ଦ କରିବା ସହ ଠିକା କର୍ମଚାରୀମାନଙ୍କୁ ନିୟମିତ କରିବା, ଅବସର ବୟସ ୬୦ରୁ ୬୧କୁ ବୃଦ୍ଧି କରିବା, ଖାଲିଥିବା ପଦବୀଗୁଡ଼ିକ ପୂରଣ କରିବା ଏବଂ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପ୍ରତି ଲାଗୁ ହେଉଥିବା ନିୟମ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ପ୍ରତି ଲାଗୁ କରିବା ଭଳି ଦାବିଗୁଡ଼ିକ ସମ୍ପର୍କରେ ବିଶେଷଭାବେ ଆଲୋଚନା କରାଯାଇଥିଲା। ପରେ ପରେ ମହାସଂଘର ନୂତନ କର୍ମକର୍ତ୍ତା ଦାୟିତ୍ୱ ନେବା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲ। ଓୟୁଏଟି ବିଶ୍ୱବିଦ୍ୟାଳୟର ରଞ୍ଜନ କୁମାର ସାମନ୍ତରାୟ ମହାସଂଘର ସଭାପତି ରୂପେ ନିର୍ବାଚିତ ହୋଇଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ମଚାରୀ ଅଜୟ କୁମାର ରଥ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

କାର୍ଯ୍ୟକାରୀ ସଭାପତି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରବୀନ୍ଦ୍ର କୁମାର ପାଣିଗ୍ରାହୀ, ଉତ୍କଳ ବିଶ୍ୱବିଦ୍ୟାଳୟର କର୍ମଚାରୀ ମୁରଲୀଧର ପାଣିଗ୍ରାହୀ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରଦୀପ କୁମାର, ଭିସୁଟ୍‌ର କର୍ମଚାରୀ ସୁବୋଧ କୁମାର ପଣ୍ଡା ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିଭଳି ଉତ୍କଳ ବିଶ୍ୱିଦ୍ୟାଳୟ ଚିନ୍ତାମଣି ମିଶ୍ର ମୁଖ୍ୟ ଉପଦେଷ୍ଟା ଭାବେ ମହାସଂଘର ଦାୟିତ୍ୱ ତୁଲାଉଥିବା ବେଳେ ଓୟୁଏଟିର ବସନ୍ତ କୁମାର ବରାଳ, ଉତ୍କଳ ବିଶ୍ୱବିଦ୍ୟାଳୟର ଅଭୟ କୁମାର ବାରିକ ସମ୍ପାଦକ ଭାବେ ଦାୟିତ୍ୱ ନେଇଛନ୍ତି।

ବାର୍ଷିକ ଅଧିବେଶନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.