Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରାଜ୍ୟସ୍ତରୀୟ ପ୍ରହ୍ଲାଦ ମଲିକଙ୍କ ୯୩ତମ ଜୟନ୍ତୀ ଉତ୍ସବ
ଆଞ୍ଚଳିକ

ରାଜ୍ୟସ୍ତରୀୟ ପ୍ରହ୍ଲାଦ ମଲିକଙ୍କ ୯୩ତମ ଜୟନ୍ତୀ ଉତ୍ସବ

January 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ଜନନେତା ପ୍ରହ୍ଲାଦ ମଲିକଙ୍କ ୯୩ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ, ପ୍ରହ୍ଲାଦ ମଲିକ ସ୍ମୃତି ପରିଷଦ ଓ ପ୍ରହ୍ଲାଦ ମଲିକ ଚାରିଟେବୁଲ ଟ୍ରଷ୍ଟ, ଓଡ଼ିଶା ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ କୋଭିଡ଼ ନିୟମ ପାଳନ ପୂର୍ବକ ପାଳିତ ହୋଇଯାଇଛି। ଦିବଂଗତ ଜନନେତାଙ୍କ ସ୍ମୃତିଚାରଣ ସହିତ ତାଙ୍କ ରାଜନୈତିକ ଜୀବନର ବିଶିଷ୍ଟ ଘଟଣାଗୁଡ଼ିକ ପରିଷଦର କାର୍ଯ୍ୟକାରୀ ସଭାପତି ଡକ୍ଟର ସିପ୍ରା ମଲ୍ଲିକ ସ୍ମରଣ କରାଇଥିଲେ।

ପରିଷଦର ସାଧାରଣ ସମ୍ପାଦକ ପ୍ରଫେସର ବସନ୍ତ କୁମାର ମଲ୍ଲିକ ପ୍ରହ୍ଲାଦ ମଲିକ ସ୍ମୃତି ପରିଷଦର ବିବରଣୀ ପ୍ରଦାନ କରିଥିଲେ ଏବଂ ସାମାଜିକ ନ୍ୟାୟ ଓ ଅଧିକାର ସମ୍ପର୍କରେ ଜନନେତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରି ଆସୁଛନ୍ତି ବୋଲି ଉଦ୍‌ଘୋଷଣ କରିଥିଲେ। ଜନନେତାଙ୍କ ଜଳ ଯୋଜନା ଆଜି କେନ୍ଦ୍ରାପଡ଼ା ଅଞ୍ଚଳରେ ସ୍ମରଣୀୟ ଏବଂ ସେ ଅଞ୍ଚଳର ‘ବାଇମୁଣ୍ଡି’ ବୋଲି ପରିଚିତ ଏକଥା ଡଃ ପ୍ରଫେସର ମଲ୍ଲିକ ଉଲ୍ଲେଖ କରିଥିଲେ।

ଜନନେତା ପ୍ରହ୍ଲାଦ ମଲିିକଙ୍କ ଜୟନ୍ତୀ ସମାରୋହରେ ବିଶିଷ୍ଟ କୃଷି ବୈଜ୍ଞାନିକ ଡ଼କ୍ଟର ସୁଷମା ସୁଧାଶ୍ରୀଙ୍କୁ ‘ପ୍ରହ୍ଲାଦ ମଲିକ ସମ୍ମାନ-୨୦୨୧’ ପ୍ରଦାନ କରାଯାଇଥିଲା ଏବଂ ସତ୍ୟନଗରର ଶବଦାହିକା ରଞ୍ଜନା ନାୟକଙ୍କୁ ‘ପ୍ରହ୍ଲାଦ ମଲିକ ସ୍ମାରକୀ ସମ୍ବର୍ଦ୍ଧନା-୨୦୨୧’ ପ୍ରଦାନ କରାଯାଇ ସେମାନଙ୍କର ସୁଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା।

ଉକ୍ତ ଉତ୍ସବରେ ସମ୍ମାନନୀୟ ସୂଚନା କମିଶନର ଶ୍ରୀଯୁକ୍ତ ଦିଲୀପ କୁମାର ବିଷୋୟୀ ପ୍ରହ୍ଲାଦ ମଲିକଙ୍କ ଆଦର୍ଶ, ଲୋକପ୍ରିୟତା, ଲୋକସେବା ବୃଦ୍ଧି ଓ ଜନ ସମସ୍ୟାର ସମାଧାନ ସିଦ୍ଧାନ୍ତ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟବକ୍ତା ଭାବରେ ବାଗ୍ମୀ ଦାଶ ବେନହୁର ପ୍ରହ୍ଲାଦ ମଲିକଙ୍କ ରାଜନୈତିକ ଜୀବନ ଓ ଓଡିଶା ରାଜନୀତିକ ପ୍ରେକ୍ଷାପଟ୍ଟ ଓ ସାହିତ୍ୟିକ ବିକାଶ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ପ୍ରହ୍ଲାଦ ମଲିକ ଜୀବନାଦର୍ଶ ଓ ଓଡ଼ିଶାର ଅର୍ଥନୈତିକ ବିକାଶରେ ସ୍ୱର୍ଗତ ପ୍ରହ୍ଲାଦ ମଲିକଙ୍କ ଅବଦାନକୁ ସ୍ମରଣ କରିଥିଲେ।

ଏହି ପବିତ୍ର ସମାରୋହରେ ପ୍ରହ୍ଲାଦ ମଲିକଙ୍କ କନ୍ୟା ସୁପ୍ରିୟା ମଲ୍ଲିକଙ୍କ ଦ୍ୱାରା ରଚିତ ପୁସ୍ତକ ‘ବୈଷମ୍ୟ ବିରୋଧୀ ଆନ୍ଦୋଳନରୁ ଦଳିତ ସାହିତ୍ୟ’ ଲୋକାର୍ପିତ ହୋଇଥିଲା। ପରିଷଦର ସଭାପତି ପ୍ରଦୋଷ ପଟ୍ଟନାୟକ ସଭା ପରିଚାଳନା କରିଥିଲେ ଏବଂ ପ୍ରଫେସର କୁଞ୍ଜବିହାରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଡ଼କ୍ଟର ରାମଚନ୍ଦ୍ର ମଲ୍ଲିକ, ସୁମିତ୍ରା ମହାନ୍ତି, ଅଭିମନ୍ୟୁ ସେଠୀ, ଶେଷଦେବ ମଲ୍ଲିକ, ସଂଗ୍ରାମ କେଶରୀ ମଲିକ ଓ ବହୁ ପ୍ରହ୍ଲାଦପ୍ରେମୀ ଏହି ସଭାରେ ଯୋଗଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ଓଡିଶା ଜୟନ୍ତୀ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ପର୍ଯ୍ୟାପ୍ତ ଏବଂ ନିରବଚ୍ଛିନ୍ନ ଯୋଗାଣ ଜାରି

May 19, 2026

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026
Latest News

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.