Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଡଃ ଏସ୍‌.ଏନ୍‌. ସୁବାରାଓଙ୍କ ୯୪ତମ ଜନ୍ମଜୟନ୍ତୀ ପାଳିତ
ଆଞ୍ଚଳିକ

ଡଃ ଏସ୍‌.ଏନ୍‌. ସୁବାରାଓଙ୍କ ୯୪ତମ ଜନ୍ମଜୟନ୍ତୀ ପାଳିତ

February 9, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶିଷ୍ଟ ଗାନ୍ଧୀବାଦୀ, ସ୍ୱାଧୀନତା ସଂଗ୍ରାମୀ, ଜାତୀୟ ଭ୍ରାତା, ଚମ୍ବଲ ଗାନ୍ଧୀ ଓ ଜାତୀୟ ଯୁବ ପ୍ରକଳ୍ପର ପ୍ରତିଷ୍ଠାତା ଡଃ ଏସ୍‌.ଏନ୍‌. ସୁବାରାଓ (ଭାଇଜୀ)ଙ୍କ ୯୪ମ ଜନ୍ମବାର୍ଷିକ ଉପଲକ୍ଷେ ତା ୬ ଫେବୃୟାରୀ ଠାରୁ ୮ ଫେବୃୟାରୀ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଜୌରାଠାରେ ମହାତ୍ମା ଗାନ୍ଧୀ ସେବାଆଶ୍ରମ ପ୍ରାଙ୍ଗଣରେ ଏକ ତ୍ରିଦିବସୀୟ ଭାଇଜୀ ସ୍ମୃତି ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପରମପୂଜ୍ୟ ସ୍ୱର୍ଗତଃ ଭାଇଜୀଙ୍କ ଜନ୍ମଜୟନ୍ତୀ ଅବସରରେ ଫେବୃୟାରୀ ୭ ତାରିଖ ଦିନ ସାରା ଭାରତରୁ ଆସିଥିବା ଭାଇଜୀ ଆଦର୍ଶବାଦୀ ତଥା ଜାତୀୟ ଯୁବ ପ୍ରକଳ୍ପର ସଦସ୍ୟ/ସଦସ୍ୟାମାନେ ଆଣିଥିବା ରାଜ୍ୟର ମାଟିକୁ ସମାଧିପୀଠରେ ରଖିବା ପରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ପରେ ସ୍ମୃତିଚାରଣ ନିମନ୍ତେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଉକ୍ତ ସଭାରେ ମହାତ୍ମା ଗାନ୍ଧୀ ସେବାଶ୍ରମର ଅଧ୍ୟକ୍ଷ ପି.ଭି. ରାଜଗୋପାଳନ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସହ ସର୍ବସେବା ସଂଘର ଅଧ୍ୟକ୍ଷ ଚନ୍ଦନ ପାଲ ସଭାରେ ଅଧ୍ୟକ୍ଷତା କରିଥିଲେ। ପରେ ଜାତୀୟ ଯୁବ ପ୍ରକଳ୍ପର ଅନ୍ୟତମ ଟ୍ରଷ୍ଟି ମଧୁସୂଦନ ଦାସଙ୍କ କଣ୍ଠରୁ ନିସୃତ ୧୮ଟି ଭାଷାର ବହୁଭାଷୀ କାର୍ଯ୍ୟକ୍ରମ ତଥା ଭାଇଜୀଙ୍କ ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ‘ଭାରତ କି ସନ୍ତାନ’ ପରିବେଷଣ ହୋଇଥିଲା। ଏଥି ସହିତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ମଧ୍ୟରେ ସର୍ବଧର୍ମ ପ୍ରାର୍ଥନା, ଧ୍ୱଜାରୋହଣ, ଶ୍ରମଦାନ, ରାଜ୍ୟମାନଙ୍କର ଭବିଷ୍ୟତ ଯୋଜନା ଉଦ୍ଦେଶ୍ୟରେ ବକ୍ତବ୍ୟ ଉପସ୍ଥାପନା ଓ ଶାନ୍ତି ସଦ୍‌ଭାବନା, ଅହିଂସା ତଥା ଗାନ୍ଧୀ ବିଚାରଧାରାର ପ୍ରଚାର ପ୍ରସାର କରିବା ଏବଂ ଭାଇଜୀଙ୍କ ଦ୍ୱାରା ଚମ୍ବଲ ଦସ୍ୟୁମାନଙ୍କ ସମର୍ପଣର ୫୦ବର୍ଷ ପୂର୍ତ୍ତି ଅବସରରେ ଏକ ସର୍ବୋଦୟ ସମ୍ମେଳନ ଆୟୋଜନ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ମଧୁସୂଦନ ଦାସ, ଶ୍ରୀଯୁକ୍ତ ପ୍ରଚଣ୍ଡ ଜୟସ୍ୱାଲ, ବିନାୟକ ଆଚାର୍ଯ୍ୟ ଓ ଶ୍ରୀ ସୋମ୍ ପ୍ରମୁଖ ଯୋଗଦାନ କରିଥିଲେ। ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମକୁ ଜାତୀୟ ଯୁବ ପ୍ରକଳ୍ପର ସମ୍ପାଦକ ଶ୍ରୀଯୁକ୍ତ ରଣସିଂହ ପରମାର ଅତି ସୁନ୍ଦର ରୂପେ ସମ୍ପାଦନ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ନାଚୁଣୀ ମହାବିଦ୍ୟାଳୟରେ ପୋଷଣ ମାସ-୨୦୨୫ କାର୍ଯ୍ୟକ୍ରମ

October 18, 2025

ବାଣପୁର: ସ୍ଵର୍ଗତ କାଗଜୀ ପାଇକରାୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

October 17, 2025

ବାଲୁଗାଁ ମହାବିଦ୍ୟାଳୟରେ ପୋଷଣ ସଚେତନତା କାର୍ଯ୍ୟକ୍ରମ

October 17, 2025

ସୁରଭି ହେଉଛି ଆନ୍ତର୍ନିହିତ ଗୁଣାବଳୀ ଉନ୍ମୋଚନର ସେତୁ

October 17, 2025
Latest News

ଆଜି ଅକ୍ଟୋବର ୧୯ ତାରିଖ ରବିବାର: ସାବଧାନ ରୁହନ୍ତୁ ଏହି ରାଶିର ବ୍ୟକ୍ତି

October 19, 2025

ନବରାତ୍ରିରେ କିଣାକିଣି ହେଲା ଆକାଶଛୁଆଁ: ଦୀପାବଳିରେ ଐତିହାସିକ କାରବାର ପାଇଁ କ୍ଷେତ୍ର ପ୍ରସ୍ତୁତ

October 18, 2025

ଜିଏସଟି ବଚତ୍‌ ଉତ୍ସବକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କଲେ ୩ କେନ୍ଦ୍ର ମନ୍ତ୍ରୀ

October 18, 2025

ବିହାର ନିର୍ବାଚନ: ଏହି ଆସନରେ ଚିରାଗ ପାସୱାନଙ୍କ ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ

October 18, 2025

ଦୀପାବଳି ଉପଲକ୍ଷେ ବିଏସଏନଏଲ୍ ର ସ୍ଵତନ୍ତ୍ର ଅଫର

October 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.