Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଶିଷ୍ଟ ଶ୍ରମିକନେତା ତଥା ସମାଜବାଦୀ ଚିନ୍ତନର ଯୋଦ୍ଧା ସାଥୀ ଯୋଗେନ୍ଦ୍ରନାଥ ତ୍ରିପାଠୀଙ୍କ ସ୍ମୃତିସଭା
ଆଞ୍ଚଳିକ

ବିଶିଷ୍ଟ ଶ୍ରମିକନେତା ତଥା ସମାଜବାଦୀ ଚିନ୍ତନର ଯୋଦ୍ଧା ସାଥୀ ଯୋଗେନ୍ଦ୍ରନାଥ ତ୍ରିପାଠୀଙ୍କ ସ୍ମୃତିସଭା

February 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶିଷ୍ଟ ସମାଜବାଦୀ ନେତା, ଶ୍ରମିକ ନେତା, କେନ୍ଦୁପତ୍ର କର୍ମଚାରୀ ସଂଘର ସାଧାରଣ ସମ୍ପାଦକ, ହିନ୍ଦ୍ ମଜଦୁର ସଭାର ସାଧାରଣ ସମ୍ପାଦକ, ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି, ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ପ୍ରଥମ ଅଧ୍ୟକ୍ଷ ଓ ବିହନ ନିଗମର ପୂର୍ବତନ ଅଧ୍ୟକ୍ଷ ସାଥୀ ଯୋଗେନ୍ଦ୍ରନାଥ ତ୍ରିପାଠୀଙ୍କ ବିୟୋଗରେ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ତରଫରୁ ସ୍ଥାନୀୟ ଲୋହିଆ ଏକାଡ଼େମୀଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃ୍‌ତିସଭାରେ ଏଚ୍‌ଏମ୍‌ଏସ୍‌ର ସଭାପତି କୃଷ୍ଣଚନ୍ଦ୍ର ପାତ୍ର ସଭାପତିତ୍ୱ କରି କହିଲେ ଯେ, ଯୋଗେନ୍ଦ୍ର ତ୍ରିପାଠୀ ଛାତ୍ର ଜୀବନରୁ ସମାଜବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଶ୍ୱନାଥ ପଣ୍ଡିତଙ୍କ ଆଦର୍ଶରେ ତାଙ୍କର କାର୍ଯ୍ୟ ମେହେନ୍ତର ମାନଙ୍କର ଅଧିକାର ପାଇଁ ଲଢେଇ କରି ଆଜି ସମାଜରେ ଜଣେ ଦରଦୀ ବନ୍ଧୁ ଭାବରେ ଖ୍ୟାତି ଅର୍ଜନ କରିଥିଲେ।

ପୂର୍ବତନ ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଶ୍ରଦ୍ଧାସୁମନ କରି କହିଲେ ଯେ, ଯୋଗୀବାବୁ ଛାତ୍ର ଜୀବନରୁ ଶେଷ ସମୟ ପର୍ଯ୍ୟନ୍ତ ସମାଜର ଅବହେଳିତ ଲୋକମାନଙ୍କ ଲାଗି କାମ କରିଥିଲେ ଓ ତାଙ୍କର କାର୍ଯ୍ୟ ତାଙ୍କୁ ସମାଜରେ ସବୁଦିନ ପାଇଁ ଅମର ରଖିବ। ସିଟୁର ନେତା ଜନାର୍ଦ୍ଦନ ପତି ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଦେଶ ଆଜି ଯେଉଁ ସଙ୍କଟ ଦେଇ ଗତି କରୁଛି, ଯୋଗୀବାବୁଙ୍କ ପରି ଟାଣୁଆ ଶ୍ରମିକନେତାଙ୍କ ବିୟୋଗ ଆମ ଲାଗି ଏକ ଶୂନ୍ୟସ୍ଥାନ ସଦୃଶ ହୋଇଛି, ମାତ୍ର ତାଙ୍କର ସ୍ୱପ୍ନକୁ ସାକାର କରିବା ଲାଗି ଆମକୁ ଆହୁରି ସଂଗଠିତ ହେବାକୁ ପଡ଼ିବ। ଏଆଇଟିୟୁସିର ନେତା ରାମକୃଷ୍ଣ ପଣ୍ଡା ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଦେଶରେ ଯେଭଳି ଭାବରେ କୃଷକ ଓ ଶ୍ରମିକମାନଙ୍କ ଉପରେ ଦମନ ଚାଲିଛି, ସେ ସମୟରେ ଯୋଗୀବାବୁ ଆମକୁ ଛାଡ଼ି ଚାଲିଯିବା ଏକ ଦୁଃଖକ ଘଟଣା।

ଏଆଇୟୁଟିୟୁସିର ଜୟସେନ ମେହେର କହିଲେ ଯେ, ଯୋଗୀବାବୁଙ୍କ ସଂଗ୍ରାମ ତାଙ୍କୁ ଅମର ରଖିବା ସହିତ ତାଙ୍କର କାର୍ଯ୍ୟଧାରାକୁ ଆଗେଇ ନେବାକୁ ଆହ୍ୱାନ ଦେଇଥିବା ବେଳେ ଏଆଇସିସିଟିୟୁର ନେତା ମହେନ୍ଦ୍ର ପରିଡ଼ା ଶ୍ରଦ୍ଧାସୁମନ ଜଣାଇ କହିଲେ ଯେ, ଯୋଗୀବାବୁ ଜାତୀୟ ସମ୍ପତ୍ତିର ଘରୋଇକରଣକୁ ତୀବ୍ର ବିରୋଧ କରିବା ସହିତ ଅସଂଗଠିତ ଶ୍ରମିକମାନଙ୍କ ଅଧିକାର ଲାଗି ସଦାସର୍ବଦା ଲଢେଇ କରୁଥିଲେ। ଏଲ୍‌ପିଏଫ୍‌ର ନେତା ମନୋରଞ୍ଜନ ମହାରଣା କହିଲେ ଯେ, ଶ୍ରମିକମାନଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ଯୋଗୀବାବୁ ତାଙ୍କ ଲାଗି ଏକ ପ୍ରେରଣାର ଉତ୍ସ ଥିଲେ। ଆଇଏନ୍‌ଟିୟୁସିର ନେତ୍ରୀ ପ୍ରଣତୀ ମିଶ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଯୋଗୀବାବୁ ଜଣେ ଦରଦୀ ଓ କର୍ତ୍ତବ୍ୟ ପରାୟଣ ମଣିଷ ଥିଲେ ଓ ସମାଜର ସବୁସ୍ତରର ଲୋକମାନଙ୍କ ଭିତରେ ସମତା ଲାଗି ଲଢେଇ କରୁଥିଲେ।

ବିଶିଷ୍ଟ ଶ୍ରମିକ ତଥା ଏଚ୍‌ଏମ୍‌ଏସ୍‌ର ବରିଷ୍ଠ ନେତା ପଞ୍ଚାନନ ସେନାପତି ତାଙ୍କର ଶ୍ରଦ୍ଧାସୁମନରେ ଯୋଗୀବାବୁଙ୍କ କାର୍ଯ୍ୟକୁ ନେଇ ଏକ ସ୍ମରଣିକା ପ୍ରକାଶ କରିବାକୁ ପ୍ରସ୍ତାବ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଯୁକ୍ତା ମହଲ, ରାଜେନ୍ଦ୍ର ଦାସ, ପ୍ରଭାସ ସାମନ୍ତରାୟ, ଲକ୍ଷ୍ମୀପ୍ରିୟା ମହାନ୍ତି ପ୍ରମୁଖ ଶ୍ରଦ୍ଧାସୁମନ ଜଣାଇଥିଲା ବେଳେ ଏଚ୍‌ଏମ୍‌ଏସ୍‌ର ଉପସଭାପତି ଯୁଗଳ ନାୟକ ସ୍ମୃତିସଭାକୁ ପରିଚାଳନା କରିଥିଲେ।

ଶ୍ରମିକନେତା ସ୍ମୃତିସଭା
Share. Facebook Twitter LinkedIn Email WhatsApp Copy Link

Related Posts

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026

ଗୋଦାବାରୀଶ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ

May 25, 2026
Latest News

ଦୂର ହେବ ହରମୁଜ୍ ଚିନ୍ତା!: ଏହି ଦେଶ ସହିତ ଭାରତର ବଡ଼ ଚୁକ୍ତି ସମ୍ଭାବନା

June 3, 2026

ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ: ସିଙ୍ଗାପୁର ବିରୋଧରେ ୨୫ ଟି ଗୋଲ୍‌ କରି ରଚିଲା ଇତିହାସ

June 3, 2026

ଓମର ଅବଦୁଲ୍ଲାଙ୍କ ବିରୋଧରେ ମଧ୍ୟ ବିଦ୍ରୋହ!: ନୋ-ନେଟୱାର୍କ ଜୋନକୁ ଗଲେ ଦଳର ସାଂସଦ ଏବଂ ବିଧାୟକ

June 3, 2026

ବହୁତଳ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୨୦ ମୃତ!

June 3, 2026

ମମତା ବାନାର୍ଜୀଙ୍କ ବିରୋଧରେ ବଡ଼ ବିଦ୍ରୋହ!: ୫୯ ବିଧାୟକଙ୍କ ସମର୍ଥନ ଦାବି କଲେ ରୀତବ୍ରତ ବାନାର୍ଜୀ

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.