Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିସ୍ତାରିତ ଓଡ଼ିଶା ତରଫରୁ ବାର୍ତ୍ତାବାହ ସମ୍ମିଳନୀ
ଆଞ୍ଚଳିକ

ବିସ୍ତାରିତ ଓଡ଼ିଶା ତରଫରୁ ବାର୍ତ୍ତାବାହ ସମ୍ମିଳନୀ

February 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନବଗଠିତ ସାମାଜିକ ଅନୁଷ୍ଠାନ ବିସ୍ଥାରିତ ଓଡ଼ିଶା ପକ୍ଷରୁ ଏକ ବାର୍ତ୍ତାବାହକ ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି। ଭୁବନେଶ୍ୱରଠାରେ ଆହୂତ ଏହି ସମ୍ମିଳନୀରେ ଅନୁଷ୍ଠାନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ବନ୍ଧୀୟ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିବା ସହ ତାହାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଧାରିତ, ସୁଚିନ୍ତିତ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ ସଭାପତି ଶ୍ରୀ ଗୁରୁକଲ୍ୟାଣ ମହାପାତ୍ର। ରାଜ୍ୟରେ ବହୁ ଅନୁଷ୍ଠାନ ଥିଲେ ମଧ୍ୟ ଏହି ସାମାଜିକ ସଂଗଠନର ଆଭିମୁଖ୍ୟ ଦୃଷ୍ଟିକ୍ଷେତ୍ର, ସ୍ୱାତନ୍ତ୍ର‌୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ତାର ଜାତୀୟ ଆବାହକ ଡଃ ବିପିନ ବିହାରୀ ମିଶ୍ର। ସେ ପ୍ରକାଶ କରିଥିଲେ ଯେ ଏକ ମୂଲ୍ୟବୋଧଭିତ୍ତିକ ସମାଜ ପାଇଁ ଏହି ଅନୁଷ୍ଠାନ ଦିଗ୍‌ଦର୍ଶନ ପ୍ରଦାନ କରିବା ସହ ବିଭିନ୍ନ ସାମାଜିକ ସଙ୍କଟର ନିରାକରଣ ପାଇଁ ପାଇଁ ଅବିରତ ଉଦ୍ୟମ କରିବ।

ଏହି ଅବସରରେ ସାଧାରଣ ସମ୍ପାଦକ ଗୋଲକ ବିହାରୀ ସିଂହ ପ୍ରକାଶ କରିଥିଲେ ଯେ, ଏହି ଅନୁଷ୍ଠାନ ରାଜ୍ୟର ଉଚ୍ଚାଙ୍ଗ ଐତିହ୍ୟ ତଥା ପରମ୍ପରା ପ୍ରତି ପ୍ରବାସୀ ଓଡ଼ିଆମାନଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ତାର ସାଂସ୍କୃତି ବିବିଧତାକୁ ଫଳପ୍ରଦ ଭାବେ ଉପସ୍ଥାପିତ କରିବାର ସୁଯୋଗ ସୃଷ୍ଟି କରିବ।

ଆସନ୍ତା ଓଡ଼ିଆ ନବବର୍ଷରୁ ଆରମ୍ଭ ହେଉଛି ‘ବିସ୍ତାରିତ ଓଡ଼ିଶା’। ମୁଖ୍ୟତଃ ଓଡ଼ିଶା ବାହାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ସ୍ୱାଭିମାନ, ସାଂସ୍କୃତିକ ଜାଗରଣ ଓ ପରସ୍ପର ମଧ୍ୟରେ ଓଡ଼ିଆ ଭାବର ଅଦାନା ପ୍ରଦାନକୁ ଭିତ୍ତିକରି, ଓଡ଼ିଆ ସମାଜକୁ ଅଗ୍ରଗାମୀ କରିବା ଲକ୍ଷ୍ୟ ନେଇ କେତେଜଣ ଅଭିଜ୍ଞ ସାମାଜିକ ର୍କମୀ ସଂକଳ୍ପବଦ୍ଧ ଭାବେ ଆରମ୍ଭ କରିଛନ୍ତି ଏହି ସାମାଜିକ ଅନୁଷ୍ଠାନ।

ଏହି ଅନୁଷ୍ଠାନର କୌଣସି ରାଜନୈତିକ ସ୍ୱାର୍ଥ ହାସଲ ଆକାଂକ୍ଷା ନାହିଁ। ରାଜ୍ୟ ବାହାରେ ବିଭିନ୍ନ ରାଜ୍ୟ ତଥା ଦେଶରେ ଥିବା ଓଡିଆ ସମାଜ ସହିତ ନିବିଡ଼ ଭାବଗତ ସମ୍ପର୍କ ରଖି ଉଭୟ ରାଜ୍ୟ ଓ ରଜ୍ୟା ତଥା କେନ୍ଦ୍ର ସରକାରଙ୍କ ସହଯୋଗରେ ସେମାନଙ୍କର ସମସ୍ୟା ସମାଧାନ ପାଇଁ ଏହି ସଂଗଠନ ନିରନ୍ତର ଉଦ୍ୟମ ଜାରି ରଖିବ।

ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଭାରତ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଓଡ଼ିଶାରେ ଲୋକଙ୍କ ସହିତ, ଓଡ଼ିଶା ବାହାରେ ବାସବାସ କରୁଥିବା ଓଡ଼ିଆ ଲୋକଙ୍କ ସମ୍ପର୍କ କେବଳ ପାରିବାରିକସ୍ତରରେ ସୀମିତ ରହି ଆସିଛି। ସେମାନଙ୍କ ମଧ୍ୟରେ ଅସ୍ମିତାତ୍ମକ ସାମାଜିକ ସେତୁ ପ୍ରାୟ ନିର୍ମିତ ହୋଇପାରି ନାହିଁ। ଓଡ଼ିଆ ଭାଷାଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ହବାର ୮୬ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଆମର ପ୍ରାଦେଶଶିକ ସାଂସ୍କୃତିକ ଭାବବବୋଧ ଅବକ୍ଷୟ ହେବାରେ ଲାଗିଛି। ଗୌରବମୟ ଓଡ଼ିଆ ସଂସ୍କୃତି କ୍ରମେ ସଙ୍କୁଚିତ ହେବାରେ ଲାଗିଛି। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବାର ଏକଶତବର୍ଷ ପୂର୍ତ୍ତି ଅର୍ଥାତ୍ ଆଉ ଚଉଦବର୍ଷ ମଧ୍ୟରେ ଏକ ବିସ୍ତାରିତ, ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ‘ବିସ୍ତାରିତ ଓଡ଼ିଶା’ ସଂକଳ୍ପବଦ୍ଧ।

ଏହି ଅବସରରେ ଓଡ଼ିଶା ତଥା ଓଡ଼ିଆମାନଙ୍କର ସ୍ୱାର୍ଥରକ୍ଷା ପାଇଁ ସୃଷ୍ଟ ଏହି ସାମାଜିକ ଅନୁଷ୍ଠାନ ଓଡ଼ିଶାର ସବୁ ବର୍ଗର ଲୋକଙ୍କ ସହଯୋଗ କାମନା କରେ। ଏହି ବାର୍ତ୍ତାବାହକ ସମ୍ମିଳନୀକୁ ସଂଯୋଜନା କରିଥିଲେ ଅନୁଷ୍ଠାନର ଉପସଭାପତି ନରେଶ ଚନ୍ଦ୍ର ରଥ, ସଂଯୋଜକ ମିର୍ଜା ନାଜିମୁଦ୍ଦିନ ବେଗ ତଥା ନୀତି ସହଭାଗୀ ଦିଲ୍ଲୀପ ପଟ୍ଟନାୟକ। ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ବିତ୍ତିୟ ସମ୍ପାଦକ ସୁବାସ ଚନ୍ଦ୍ର ରଥ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026
Latest News

ପାକିସ୍ତାନରେ HIV ଆତଙ୍କ!: କରାଚୀ ହସ୍ପିଟାଲରେ ୬ ଶିଶୁଙ୍କ ମୃତ୍ୟୁ, ୯୪ ପଜିଟିଭ୍

August 14, 2026

ଶ୍ରୀଲଙ୍କା ସିରିଜ୍ ଶେଷ ସୁଯୋଗ!: ଭାରତୀୟ ଖେଳାଳିଙ୍କୁ ଚେତାବନୀ ଦେଲେ ଗୌତମ ଗମ୍ଭୀର

August 14, 2026

କଟକ ଟ୍ରାଫିକ୍‌ ଭିଡ଼ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ: ଡିସିପିଙ୍କ ଅଧ୍ୟକ୍ଷତାରେ ଗଠନ ହେବ କମିଟି

August 14, 2026

ସହରାଞ୍ଚଳରେ ନୂଆ ଜାତୀୟ ରାଜପଥ ନୀତି: ୪ ଲେନ୍‌ର ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌କୁ ଗୁରୁତ୍ୱ

August 14, 2026

ପୁଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ପୁଲିସ କର୍ମଚାରୀ ପାଇବେ ସମ୍ମାନ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.