Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବେଦ ମାଧ୍ୟମରେ ଯଜ୍ଞଶାଳା ଓ ସନ୍ଥକୁଟୀରର ଶିଳନ୍ୟାସ ଉତ୍ସବ ପାଳିିତ
ଆଞ୍ଚଳିକ

ବେଦ ମାଧ୍ୟମରେ ଯଜ୍ଞଶାଳା ଓ ସନ୍ଥକୁଟୀରର ଶିଳନ୍ୟାସ ଉତ୍ସବ ପାଳିିତ

March 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶ୍ରୁତିନ୍ୟାସ ନିର୍ମାଣଧୀନ ବାନପ୍ରସ୍ଥ ସାଧକ ଆଶ୍ରମ ବେଦଧାମ ପରିସରରେ ନିର୍ମାଣ ପାଇଁ ମହର୍ଷି ଦୟାନନ୍ଦ ବୋଧ ଉତ୍ସବ ପାଳନ ଅବସରରେ ଭବ୍ୟ ଯଜ୍ଞଶାଳା ଓ ସନ୍ଥକୁଟୀରର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୁତିନ୍ୟାସର ଅଧ୍ୟକ୍ଷ ପୂଜ୍ୟ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଜୀ ମହାରାଜଙ୍କ ବ୍ରହ୍ମତ୍ତ୍ୱରେ ଅନୁଷ୍ଠିତ ୨୧କୁଣ୍ଡୀୟ ବିଶ୍ୱଶାନ୍ତି ବୈଦିକ ମହାଯଜ୍ଞ ସହ ପ୍ରେରକ ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ପ୍ରୋକ୍ତ ଯଜ୍ଞ କାର୍ଯ୍ୟକ୍ରମ ସଞ୍ଚାଳକ ଭାବରେ ଯୋଗଦେଇ ଦର୍ଶନ ଯୋଗ ମହାବିଦ୍ୟାଳୟ, ରୋଜଡ଼, ଗୁଜୁରାଟର ପ୍ରିୟେଶଜୀ ଦର୍ଶନାଚାର୍ଯ୍ୟ କରୋନା ଭଳି ବିଶ୍ୱ ମହାମାରୀର ସମୂଳୋତ୍ପାଟନ ସହ ତ୍ରସ୍ତମାନବକୁ ଶାନ୍ତିର ନିଃଶ୍ୱାସ ମାରିବାକୁ ହେଲେ ଆର୍ଷ ସନାତନ ପରମ୍ପରା ସିଦ୍ଧ ବୈଦିକ ଯଜ୍ଞ ଆଦିର ନିତ୍ୟ ଅନୁଷ୍ଠାନ ଏକାନ୍ତ ଅପରିହାର୍ଯ୍ୟ ବୋଲି ଦୃଢ ମତ ଉପସ୍ଥାପନ କରିଥିଲେ।

ଦର୍ଶନ ଯୋଗ ଧର୍ମାର୍ଥ ଟ୍ରଷ୍ଟ ଗୁଜୁରାଟର ବାର୍ଷିକ ପିତୃତର୍ପଣ ଯୋଜନାରେ ୨୦୨୧ ମସିହା ପାଇଁ ସମ୍ମାନିତ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଜୀଙ୍କ ପୂଜ୍ୟା ମାତା ସୂର୍ଯ୍ୟମଣୀ ପାଣିଗ୍ରାହୀ ତଥା ୨୦୨୨ ମସିହା ପାଇଁ ସମ୍ମାନିତ ପ୍ରିୟେଶ ଦର୍ଶନାଚାର୍ଯ୍ୟଙ୍କ ପୂଜ୍ୟା ମାତା ବିପିନ ମାଦଳାଙ୍କୁ ନିଜ ଗହଣରେ ପାଇ ଉପସ୍ଥିତ ଶ୍ରଦ୍ଧାଳୁମାନେ ଉଭୟଙ୍କୁ ଉଚ୍ଛସିିସ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। କଟକ-ଭୁବନେଶ୍ୱର ରାସ୍ତା ମଧ୍ୟବର୍ତ୍ତୀ ଫୁଲନଖରା ନିକଟସ୍ଥ ଦକ୍ଷିଣ ଉଷୁମା ଗ୍ରାମରେ ନିର୍ମିତ ହେଉଥିବା ଶ୍ରୁତିନ୍ୟାସର ଏହି ଆଶ୍ରମକୁ ଭବ୍ୟତୀ ପ୍ରଦାନ କରିବା ପାଇଁ ଆଶ୍ରମ ପରିସରରେ ଗବେଷଣା ପ୍ରଶିକ୍ଷଣ ପ୍ରଦର୍ଶନୀ କେନ୍ଦ୍ରଯୁକ୍ତ ଏକ ସର୍ବାଙ୍ଗ ସୁନ୍ଦର ଯଜ୍ଞଶାଳା ଓ ସାଧୁସନ୍ଥ ସନ୍ନ୍ୟାସୀ ଆଚାର୍ଯ୍ୟଙ୍କ ନିବାସ ପାଇଁ ସନ୍ଥକୁଟୀର ନିର୍ମାଣ ପାଇଁ ସମସ୍ତେ ଶୁଭ ସଂକଳ୍ପ ନେବା ସହ ସାମୂହିକ ଭାବରେ ଉଭୟ ନିର୍ମାଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଥିଲେ।

ଶିବରାତ୍ରୀ ଉଜାଗର ଥିବାବେଳେ ଏକ ସାମାନ୍ୟ ପ୍ରାୟ ପ୍ରତୀକ ଘଟଣାରୁ ଯେମିତି ବାଳକ ମୂଳଶଙ୍କର ଅନ୍ତର୍ମୁଖ୍ୟ ଜିଜ୍ଞାସୁକୁ ଶାଶ୍ୱତ ସତ୍ୟାନୁସନ୍ଧାନରେ ବ୍ରତୀ କରାଇ ମହର୍ଷି ଦୟାନନ୍ଦ ସରସ୍ୱତୀରେ ରୂପାନ୍ତରିତ କରି ଦେଇଥିଲା, ଠିକ୍ ସେମିତି ପ୍ରତ୍ୟେକଙ୍କୁ ଅନ୍ତର୍ମୁଖ୍ୟ କରାଇ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ ସାଧନା ଦ୍ୱାରା ଚିରନ୍ତନ କ୍ରାନ୍ତି ପ୍ରାପ୍ତ କରିବାର ଉପାୟ ଦେବାକୁ ଏହି ସାଧକ ଆଶ୍ରମର ପରିକଳ୍ପନା ବୋଲି ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ମତବ୍ୟକ୍ତ କରିଥିଲେ। ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଂ କୁମାର ସ୍ୱାମୀ, ଇଂ ନାରାୟଣ ପଣ୍ଡା, ଲେନିନ୍ ପଟ୍ଟନାୟକ ପ୍ରମୁଖ ବରିଷ୍ଠ କର୍ମକର୍ତ୍ତା ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ଆଶ୍ରମର ଯାବତୀୟ ନିର୍ମାଣ କାର୍ଯ୍ୟକୁ ଆଗକୁ ନେଉଥିବାରୁ ସ୍ୱାମିଜୀ ସେମାନଙ୍କୁ ବିଶେଷ ଆଶୀର୍ବଚନ ଦେଇଥିଲେ।

ଏତଦ୍‌ବ୍ୟତୀତ ଭଜନ ପରିବେଷଣରେ ସର୍ବଶ୍ରୀ ଶ୍ରୀକାନ୍ତ ଷଡ଼ଙ୍ଗୀ, ମୋହନ ରେଡ୍ଡି, ନର୍ମଦା ପାତ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସହାୟତା କରିଥିବା ସମସ୍ତଙ୍କୁ ସଂଗଠନର ସଂଯୋଜକ ପଦ୍ମନାଭ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ବେଦ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ: ବାଣପୁରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

November 7, 2025

ବାଣପୁର: ଜାତୀୟ ଗୀତର ୧୫୦ ତମ ପୂର୍ତ୍ତି ଦିବସ ପାଳିତ

November 7, 2025

ଆଇଏଏସ ଶୁଭ୍ରା ପଣ୍ଡା ହେଲେ ନାକଟିଦେଉଳ ବ୍ଲକ ବିଡ଼ିଓ

November 6, 2025

ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

November 4, 2025
Latest News

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ଆସନ ଜିତିବ ମହାଗଠବନ୍ଧନ?, ବଡ ଦାବି କଲା କଂଗ୍ରେସ

November 8, 2025

ଆଇନଗତ ସହାୟତାକୁ ସୁଦୃଢ଼ ​​କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 8, 2025

ଲାଲକୃଷ୍ଣ ଆଡଭାନୀଙ୍କୁ ୯୮ ବର୍ଷ ପୂରଣ: ୧୯୨୭ ପରଠାରୁ ତାଙ୍କ ଯାତ୍ରା ବିଷୟରେ ଜାଣନ୍ତୁ….

November 8, 2025

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.