ନିସ୍ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜାତୀୟ ମହିଳା ଦିବସ

Published: Mar 8, 2022, 9:41 pm IST

ଭୁବନେଶ୍ୱର: ଭୁବନେଶ୍ୱର ମଦନପୁରସ୍ଥିତ ନିସ୍ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜାତୀୟ ମହିଳାଦିବସ ପାଳିତ ହୋଇ ଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଶିକ୍ଷାବିତ୍ ଓ ସମାଜସେବୀ ଡକ୍ଟର ଦିଲ୍ଲିପ ଶ୍ରୀଚନ୍ଦନ ମୂଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ସୁସ୍ମିତା ଦାସ୍, ଓଲିଉଡ଼ ସିନେ ଅଭିନେତ୍ରୀ ମାମା ସାମଲ ଓ ଅଭିନେତା ସୂର୍ଯ୍ୟକାନ୍ତ ସାମଲ ପ୍ରମୁଖ ଯୋଗଦେଇ ଆନ୍ତର୍ଜାତିକ ମହିଳାଦିବସ ସମ୍ପର୍କରେ ସେମାନଙ୍କର ସାରଗର୍ଭକ ମତବ୍ୟକ୍ତ କରିଥିଲେ।

ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ଡ଼ ସୁଭାଷ ଚନ୍ଦ୍ର ନାୟକ, ସହ ପ୍ରତିଷ୍ଠାତା ପ୍ରଫେସର ସ୍ମୃତିସୁଧା ନାୟକ, ଡ଼ିନ୍ ପ୍ରଫେସର ବିଷ୍ଣୁ ପାଲ୍, ଉପନିର୍ଦ୍ଦେଶକ ପ୍ରଫେସର ଦୁଷ୍ମନ୍ତ କୁମାର ପଟ୍ଟନାୟକ, ପ୍ରଶାସନିକ ଅଧିକାରୀ ପିତାମ୍ବର ଚଇନିଙ୍କ ସହିତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

Related posts