Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରୋଟାରୀ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ
ଆଞ୍ଚଳିକ

ରୋଟାରୀ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ

March 8, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସତ୍ୟନଗରସ୍ଥିତ ହୋଟେଲ ପାର୍କ ପ୍ରିମିୟମଠାରେ ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲ ପକ୍ଷରୁ ଶିକ୍ଷାବିତ୍ ଡଃ ନିବେଦିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ସେଣ୍ଟ ଜାଭିୟର ସତ୍ୟନଗର ସ୍କୁଲ୍‌ର ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା କହିଲେ ଯେ, ଆଜି ମଧ୍ୟ ସମାଜରେ ସ୍ତ୍ରୀ ପୁରୁଷର ଭେଦଭାବ ଯେଉଁ ମା’ ଜନ୍ମଦାତ୍ରୀ ତା’ଉପରେ ଅତ୍ୟାଚାର ଏବେବି ସର୍ବସମ୍ମୁଖରେ ହେଉଛି। ମା’ମାନେ ସର୍ବଂସହା ନହୋଇ ନିଜ ଅଧିକାରକୁ ସାବ୍ୟସ୍ତ କରିବାର ଆବଶ୍ୟକତା ରହିଛି।

ବିଶିଷ୍ଟ ବକ୍ତା ଆଡ଼ଭୋକେଟ ଶାନ୍ତନୁ କୁମାର ସାହୁ ମାତୃଜାତିର ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡଃ ନିବେଦିତା ପଟ୍ଟନାୟକଙ୍କୁ କ୍ଲବର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଉତ୍ତରୀୟ ଓ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ରୋଟାରିୟାନ ଏଲୋରା ରାୟ ସ୍ୱାଗତ ଭାଷଣ ଓ ଲିଲିମା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ତଥା ସମାଜସେବୀ ଡଃ ବଦ୍ରୀନାଥ ପଟ୍ଟନାୟକ, ମିତ୍ରା ରାୟ, କ୍ଲବର ସମ୍ପାଦକ ଜ୍ୟୋତିଶଙ୍କର ମହାନ୍ତି, ନୂତନ ଭାବେ ଗଠିତ ରୋଟାରୀ କ୍ଲବ ପୁରୀଧାମର ସଭାପତି ତୋଫାନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଆନ୍ତର୍ଜାତିକ ମହିଳା ଦିବସ ରୋଟାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞର ପୂର୍ଣ୍ଣାହୁତି

January 27, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ସାଇକେଲ ସଚେତନତା ରାଲି

January 26, 2026

ଡିଏଭି ପୋଖରୀପୁଟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

January 26, 2026

ଡ଼ଃ ଆର୍ ପୁଷ୍ପାଞ୍ଜଳିଙ୍କ ଗଳ୍ପ ସଙ୍କଳନ “ନିଜକୁ ନାୟିକା ମନେକରି” ର ଲୋକାର୍ପଣ

January 25, 2026
Latest News

ଟି-୨୦ ବିଶ୍ୱକପ୍ ପରେ ପ୍ରଶିକ୍ଷକ ପଦରୁ ହଟିବେ ଗୌତମ ଗମ୍ଭୀର?: ସ୍ପଷ୍ଟ କଲା ବିସିସିଆଇ 

January 29, 2026

ଓଡ଼ିଶାର ହିର୍ଲି ଆବାସିକ ବିଦ୍ୟାଳୟକୁ ଜାତୀୟ ପୁରସ୍କାର: ଦ୍ୱିତୀୟ ସ୍ଥାନ ସହିତ ମିଳିଲା ୭୫ ଲକ୍ଷ

January 29, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆସିଲା ବଡ ଖବର: ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଏହି ଖଳାଳି ନିଲମ୍ବିତ

January 29, 2026

EU ପରେ ଏବେ ଆମେରିକା ସହିତ ଭାରତର ହେଲା କି ବାଣିଜ୍ୟ ଚୁକ୍ତି? ଜାଣନ୍ତୁ ରିପୋର୍ଟ

January 29, 2026

ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ତ, ସମସ୍ତ ୧୫ ଯାତ୍ରୀ ମୃତ

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.