ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ‘MOS LIVE’ର ଲୋକାର୍ପଣ

Published: Mar 8, 2022, 10:15 pm IST

ଭୁବନେଶ୍ୱର: ମୁମ୍ବାଇରୁ ପ୍ରକାଶ ପାଉଥିବା ଓଡ଼ିଆ ସମ୍ବାଦପତ୍ର ମୁମ୍ବାଇ ଓଡ଼ିଆ ସମାଜର ଡ଼ିଜିଟାଲ ସଂସ୍କରଣ ‘MOS LIVE’ର ଲୋକାର୍ପଣ ହୋଇଯାଇଛି।

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଉତ୍କଳ ସାମ୍ବାଦିକ ଭବନ, ଭୁବନେଶ୍ୱରଠାରେ ଆୟୋଜିତ ସମାରୋହରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ‘MOS LIVE’ର ଲୋଗୋ ଉନ୍ମୋଚନ ପୂର୍ବକ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି।

ଦୀର୍ଘ ୧୨ ବର୍ଷ ହେବ ମୁମ୍ବାଇ ଓଡ଼ିଆ ସମାଜ ସମ୍ବାଦପତ୍ର ଯେଭଳି ମୁମ୍ବାଇ ଓଡ଼ିଶା ସହ ସାମାଜିକ, ସାଂସ୍କୃତିକ ଓ ଭାଗବତ ସମ୍ପର୍କ ବଜାୟ ରଖିଆସୁଛି, ସେହିଭଳି ଭାବେ ‘MOS LIVE’ ଡ଼ିଜିଟାଲ ଏସବୁକୁ ତ୍ୱରାନ୍ୱିତ କରିବାରେ କାମ କରିବ ବୋଲି ଏହାର ସମ୍ପାଦକ ଡଃ ବିପିନ ବିହାରୀ ମିଶ୍ର କହିଛନ୍ତି।

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏହାର ଶୁଭାରମ୍ଭ ହୋଇଥିବାରୁ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୨ଜଣ ବିଶିଷ୍ଟ ମହିଳାଙ୍କୁ ଏହି ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା।

Related posts