Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମଞ୍ଜରୀ ଦେବୀ ନର୍ସିଂ କଲେଜ ପକ୍ଷରୁ ମହିଳା ଦିବସ ପାଳିତ
ଆଞ୍ଚଳିକ

ମଞ୍ଜରୀ ଦେବୀ ନର୍ସିଂ କଲେଜ ପକ୍ଷରୁ ମହିଳା ଦିବସ ପାଳିତ

March 8, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସରଦେଇପୁର-ବାଲିପାଟଣା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ପୁରଣପ୍ରଧାନସ୍ଥିତ ମଞ୍ଜରୀ ଦେବୀ କଲେଜ ଅଫ ନର୍ସିଂ ଏବଂ କ୍ୟାପିଟାଲ ଏକାଡ଼େମୀ ଅଫ ନର୍ସିଂ କଲେଜ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଉଭୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ କଲେଜ ପରିସରରୁ ଏକ ପଦଯାତ୍ରା ବାହାରି ଉତ୍ତରାଛକ ପର୍ଯ୍ୟନ୍ତ ଯାଇଥିଲେ। ଉକ୍ତ ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ହାତରେ ପ୍ଲାକାର୍ଡ଼ ଧରି ମହିଳା ସଶକ୍ତିକରଣ ନେଇ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ମହିଳାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା, ନିରାପତ୍ତା ନେଇ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ।

ପ୍ରାରମ୍ଭରେ ଉଭୟ କଲେଜର ପ୍ରତିଷ୍ଠାତା ତଥା ସମ୍ପାଦକ ଶରତ ଚନ୍ଦ୍ର ବିଶ୍ୱାଳ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ପତାକା ହଲାଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଉପାଧ୍ୟକ୍ଷା ଜ୍ୟୋତ୍ସ୍ନା ଦାସ, ମଞ୍ଜରୀ ଦେବୀ କଲେଜର ଅଧ୍ୟକ୍ଷା ଡ. ସି. ରେବତୀ, କ୍ୟାପିଟାଲ ଏକାଡ଼େମୀ ଅଫ ନର୍ସିଂ କଲେଜର ଅଧ୍ୟକ୍ଷା ଲିଜା ସ୍ୱାଇଁ ଏବଂ ଡ. ବି. ସେନ୍ଥିଲ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶୋଭାଯାତ୍ରା ପରିକ୍ରମା କରିଥିଲା। ପଞ୍ଚାୟତ ରୋଡ଼, ଛକ, ବାଳକାଟି ବଜାର ଦେଇ ଉତ୍ତରା ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ପରିକ୍ରମା କରିଥିଲା।

ଶେଷରେ କଲେଜ ପରିସରରେ ଏନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମାଜ ଗଠନରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ନେଇ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଶେଷରେ କଲେଜ ପରିସରରେ ବୃକ୍ଷରୋପଣ କରାଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

September 13, 2025

ଚିଲିକା- ବାଲୁଗାଁ ରୋଟାରୀ କ୍ଲବ୍ ର ୧୦ମ ଅଧିଷ୍ଠାନ ଦିବସ ସମାରୋହ

September 13, 2025

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷୟିତ୍ରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

September 11, 2025

ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ

September 11, 2025
Latest News

୧୦୮ ଆମ୍ବୁଲାନ୍ସ ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

September 14, 2025

ମତ୍ସ୍ୟଚାଷ ପ୍ରଶିକ୍ଷଣ ଏବଂ ସଚେତନତା ଶିବିରରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

September 14, 2025

ବିଧି ପ୍ରତି ସମ୍ମାନ ସମ୍ବିଧାନର ସୁରକ୍ଷା କବଚ: ନ୍ୟାୟମୂର୍ତ୍ତୀ ଦୀକ୍ଷିତ

September 14, 2025

ଏନଆଇଆରଏଫ-୨୦୨୫ ମାନ୍ୟତାରେ ଚତୁର୍ଦ୍ଦଶ ସ୍ଥାନ ହାସଲ କଲା ଭୁବନେଶ୍ବର ଏମ୍ସ

September 14, 2025

ମା ସମଲେଶ୍ବରୀଙ୍କୁ ଦର୍ଶନ କଲେ ରାଜ୍ୟପାଳ

September 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.