Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ: ସମ୍ବର୍ଦ୍ଧିତ ହେଲେ ଦୁଇ ମହିଳା ସାଥି
ଆଞ୍ଚଳିକ

ଚିଲିକାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ: ସମ୍ବର୍ଦ୍ଧିତ ହେଲେ ଦୁଇ ମହିଳା ସାଥି

March 11, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ପରିସରରେ ପାଳିତ ହୋଇଯାଇଛି ଆନ୍ତର୍ଜାତିକ ମହିଳା ଦିବସ। ବିଡ଼ିଓ ଡ଼ା ସୁଷମା ବାରିକଙ୍କ ପୌରାହିତ୍ୟରେ ଉକ୍ତ କାର୍ଯ୍ୟକ୍ରମ ବ୍ଲକ ସଭାଗୃହ ପରିସରରେ ପାଳିତ ହୋଇଯାଇଛି। ମହିଳାମାନେ ସମ୍ପ୍ରତି ସମାଜର ପ୍ରଗତିରେ ମୁଖ୍ୟ ଭୂମିକା ନିଭାଉଥିବା ବେଳେ କୌଣସି କ୍ଷେତ୍ରରେ ପୁରୁଷଙ୍କ ଠାରୁ କମ ନୁହନ୍ତି। ତେଣୁ ଅନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ଅବସରରେ ଆଜି ଦୁଇ ମହିଳା ସାଥିଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି।

ହରିପୁର ଗ୍ରାମ ପଞ୍ଚାୟତର ମିତା ମହାପାତ୍ର ଏବଂ କଳକଳେଶ୍ଵର ଗ୍ରାମ ପଞ୍ଚାୟତର ବାସନ୍ତୀ ବେହେରାଙ୍କୁ ଆଦର୍ଶ ମହିଳା ସମ୍ମାନରେ ସମ୍ମାନିତ କରାଯାଇଛି। ଉକ୍ତ ଦୁଇ ମହିଳା ନିଜ ନିଜ ପଞ୍ଚାୟତରେ ବହୁ ମହିଳା ହିତାଧିକାରୀଙ୍କୁ ମନରେଗା ଯୋଜନାରେ ଯୋଡିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରାଇପାରିଛନ୍ତି।

ତତ ସହିତ ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ମଧ୍ୟ ନିଭାଇଛନ୍ତି। ସମଗ୍ର ଚିଲିକା ବ୍ଲକର ମହିଳାମାନଙ୍କ ପାଇଁ ଆଦର୍ଶ ପାଲଟିପାରିଛନ୍ତି ମିତା ଓ ବାସନ୍ତୀ।

ଆଜି ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ମଧୁସ୍ମିତା ତ୍ରିପାଠୀ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରିଣୀ ରୋଜାଲିନ ଶ୍ରୀଚନ୍ଦନ, କନିଷ୍ଠ ଯନ୍ତ୍ରୀ ବାଳକୃଷ୍ଣ ମିଶ୍ର, ଭାସ୍କର ରଥ, କମ୍ପ୍ୟୁଟର ପ୍ରୋଗ୍ରାମର ତାପସ ପ୍ରଧାନ, ବିଭିନ୍ନ ଜିଆରଏସ ଓ ପିଇଓ ମାନେ ଉପସ୍ଥିତ ଥିଲେ।

ଚିଲିକା ବ୍ଲକ ସମ୍ବର୍ଦ୍ଧିତ ହେଲେ
Share. Facebook Twitter LinkedIn Email WhatsApp Copy Link

Related Posts

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.