Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଐତିହାସିକ ପଟିଆବନ୍ଧ ସ୍ମୃତିସମ୍ମାନ-୨୦୨୨
ଆଞ୍ଚଳିକ

ଐତିହାସିକ ପଟିଆବନ୍ଧ ସ୍ମୃତିସମ୍ମାନ-୨୦୨୨

March 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ୧୯୪୬ ମସିହା ପବିତ୍ର ଫଗୁ ଦଶମୀ ଦିନ ମୁକୁଳା ପଟିଆବନ୍ଧ ବାନ୍ଧିବାର ଶୁଭ ପଡ଼ିଥିଲା। ସେ ସମୟରେ କମ୍ୟୁନିଷ୍ଟ ପାର୍ଟିର ନେତୃମଣ୍ଡଳୀଙ୍କ ସହିତ ପଟିଆ ଅଞ୍ଚଳର ୧୯ଖଣ୍ଡ ଗ୍ରାମର ଲୋକମାନଙ୍କ ସହଯୋଗରେ ଅକ୍ଲାନ୍ତ ପରିଶ୍ରମରେ ସରକାରଙ୍କ ଆର୍ଥିକ ସାହାଯ୍ୟ ବିନା ଦୁଇବର୍ଷରେ ସଫଳ ହୋଇ କୁଆଖାଇ ନଦୀର ବନ୍ୟାଜଳ ଓ ଚାଷଜମି ବାଲିଚରରୁ ରକ୍ଷା ମିଳିଥିଲା। ଏହା ଥିଲା ତତ୍କାଳୀନ କନିକା ରାଜା ବିରୁଦ୍ଧରେ ଚାଷୀମାନଙ୍କ ବନ୍ଧ ବାନ୍ଧିବାର ସଂଗ୍ରାମ। ଯେଉଁ ମହାନ୍ ବ୍ୟକ୍ତିମାନେ କାର୍ଯ୍ୟ କରିଥିଲେ, ସେମାନେ ସମସ୍ତେ ସ୍ୱର୍ଗବାସୀ, କେବଳ ଶିବାଜୀ ପଟ୍ଟନାୟକ ଏବେ ଶଯ୍ୟାଶାୟୀ। ଯଥା ଭଗବତୀ ପାଣିଗ୍ରାହୀ, ଗଙ୍ଗାଧର ରଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ବୈଦ୍ୟନାଥ ରଥ, କବି ମନମୋହନ ମିଶ୍ର, ପ୍ରାଣକୃଷ୍ଣ ପଟ୍ଟନାୟକ, ରାମଚନ୍ଦ୍ର ରାମ, ପୂର୍ବତନ ବିଧାୟକ ରାମକୃଷ୍ଣ ପତି, କାଦର ଖାଁ (କାସି ଭାଇନା), ନିଶାମଣି ତ୍ରିପାଠୀ, ବନମାଳୀ ଜେନା, ରଘୁନାଥ ପଲେଇ, ନାଥ ସ୍ୱାଇଁ, ରୋହିତ ସ୍ୱାଇଁ, ଭ୍ରମର ପାଳ ଓ ନିତ୍ୟାନନ୍ଦ ଜେନାଙ୍କ ପାଖରେ ଅଞ୍ଚଳବାସୀ ଚିରଦିନ ଋଣୀ ହୋଇ ରହିବେ। ତାହା ସମସ୍ତଙ୍କ ପାଖରେ ଅଭୁଲ ସ୍ମୃତି ହୋଇ ରହିଛି।

ଦୀର୍ଘ ୭୫ବର୍ଷ ପୂର୍ବେ ଯୁବସୁଲଭ ଅବସ୍ଥାରେ ନିଜ କାମ ନିଜେ କରିବା ନିତିରେ ଯେଉଁ କର୍ମ ପ୍ରେରଣା ସୃଷ୍ଟି କରିଥିଲେ ତାହା ଏବେବି ଉଜ୍ଜିବୀତ ହୋଇ ରହିଛି। ଫଗୁ ଦଶମୀ ସ୍ୱନକ୍ଷତ୍ର ଦିବସକୁ ଅମ୍ଲାନ ପରି ରଖିଥିବାରୁ ଆଜି ୧୯ଖଣ୍ଡ ମୌଜାର କେନ୍ଦ୍ରସ୍ଥଳ ନୂଆବନ୍ଧ ପଡ଼ିଆଠାରେ ନିର୍ମିତ ହୋଇଥିବା ରାମକୃଷ୍ଣ ପତି ଭବନଠାରେ ୭୬ତମ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ମନ୍ତ୍ରୀ, ବିଧାୟକ ଅନୁପସ୍ଥିତ ଯୋଗୁ ବରିଷ୍ଠ ସମାଜସେବୀ ଅଭୟ ବଡ଼ଜେନା ୫ଜଣ ଶତାୟୁ ବ୍ୟକ୍ତିଙ୍କୁ ପଟିଆବନ୍ଧ ସ୍ମୃତି ସମ୍ମାନ-୨୦୨୨ ପ୍ରଦାନ କରିଥିଲେ।

ସେମାନେ ହେଲେ ମହେନ୍ଦ୍ର ପ୍ରଧାନ ପଦାସାହି, ନାରାୟଣ ପ୍ରଧାନ ଇଞ୍ଜଣା, ନାରାୟଣ ସାହୁ ନୂଆବନ୍ତ, ନିଧି ସ୍ୱାଇଁ କନ୍ୟାପୁର, ଦିବାକର ପରିଡ଼ ଜରିପାଟଣା। ଏହି ସ୍ମୃତି ସମାରୋହକୁ ପରିଚାଳନା କରିଥିଲେ ଚିତ୍ତରଞ୍ଜନ ସ୍ୱାଇଁ, ଜିଲ୍ଲା ସଭାପତି କମ୍ରେଡ଼ ନୃସିଂହ ଚରଣ ବେହେରା, ସମ୍ପାଦକ ଅରକ୍ଷିତ ବେହେରା, ଫକୀର ଚରଣ ସାହୁ ଏବଂ ପ୍ରମୋଦ ସୁନ୍ଦରାୟ। ପ୍ରଥମଥର ପାଇଁ ଏହି ସ୍ମୃତି ସମାରୋହରେ ୧୯ ଖଣ୍ଡ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026
Latest News

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଉପହାର ଦେଲେ ମୋଦି, ପାହାଡପୁର ହେବ ସୂର୍ଯ୍ୟ ଗାଁ, ପ୍ରତିଷ୍ଠା ହେବ ନବୋଦୟ ବିଦ୍ୟାଳୟ

June 20, 2026

ନାବାଳିକା ଦୁଷ୍କର୍ମ ଅଭିଯୋଗ: ଯୁବକକୁ ଗିରଫ କଲା ହିଞ୍ଜିଳି ଥାନା ପୋଲିସ

June 20, 2026

କର୍ଣ୍ଣାଟକ ସରକାରଙ୍କ RSSକୁ ଚିଠି: ପ୍ରତିକ୍ରିୟା ପ୍ରକାଶ କଲେ ମହେଶ ଜେଠମଲାନି

June 20, 2026

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ

June 20, 2026

ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରରେ ପ୍ରଧାନମନ୍ତ୍ରୀ, ପୂଜାପାଠ ସହିତ ଗାଁ ବୁଲିଲେ ମୋଦି

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.