Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚେସ୍ ଖେଳ ମାଧ୍ୟମରେ ନିଶାଗ୍ରସ୍ତ ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି
ଆଞ୍ଚଳିକ

ଚେସ୍ ଖେଳ ମାଧ୍ୟମରେ ନିଶାଗ୍ରସ୍ତ ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି

March 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନିଶାଗ୍ରସ୍ତ ହୋଇ ପଥଭ୍ରଷ୍ଟ ଯୁବକମାନଙ୍କୁ ଚେସ୍ ଖେଳ ମାଧ୍ୟମରେ ସଠିକ୍  ପଥକୁ ଆଣିବାର ଲକ୍ଷ୍ୟ ନେଇ ଏଠାରେ ମଙ୍ଗଳବାର ଏ୍ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଇଏମ୍‌ଏସ୍ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗର ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ଏଥିରେ ଯୋଗ ଦେଇ ଯୁବଗୋଷ୍ଠୀ ଧଳାଜହର ନିଶାଠାରୁ ନିଜକୁ କିଭଳି ଦୂରରେ ରଖି ଏକ ସୁସ୍ଥ ଓ ଗଠନ ମୂଳକ ଜୀବନ ଆଡକୁ ଆକୃଷ୍ଟ ହୋଇପାରିବେ ସେ ନେଇ ମତ ରଖିଥିଲେ।

ଡ୍ରିମ୍‌ସ ମିଶନ୍‌ର ଏହି ଅଭିନବ ପଦକ୍ଷେପ ମାଧ୍ୟମରେ ଭୁବନେଶ୍ୱର ପୋଲିସ୍ କମିଶନରେଟ, ଓଡ଼ିଶା ମାଇନିଂ କର୍ପୋରେସନ୍ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନ ଆଣ୍ଡ କେୟାର (ଆଇ.ଆଇ.ଇ.ସି)” ର ମିଳିତ ସହଯୋଗରେ ନିଶାଜନିତ ସାମାଜିକ ବ୍ୟାଧିକୁ କିଭଳି ପ୍ରତିହତ କରାଯାଇପାରିବ ସେ ନେଇ ଏକ ଚେସ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଡ୍ରିମସ୍ ମିଶନ୍ ପ୍ରଥମ ପର୍ଯ୍ୟାୟ ରେ ନିଶାଗ୍ରସ୍ତ ପଥଭ୍ରଷ୍ଟ ଯୁବକମାନଙ୍କୁ ସଜାଡିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହିତ ନିଶାଦ୍ୱାରା ଅପରାଧ ଘଟାଇଥିବା ୫୦ ଜଣ ଯୁବକଙ୍କୁ ରିଭୋଲ୍ୟୁସନ୍‌ ଥଇଥାନ କେନ୍ଦ୍ରରେ ଅବସ୍ଥାପିତ କରାଯାଇଅଛି। ସେମାନଙ୍କୁ କାଉନ୍‌ସେଲିଂ, ଯୋଗ, ବ୍ୟାୟାମ୍ ଏବଂ ଉପଯୁକ୍ତ ଶିକ୍ଷାଦ୍ୱାରା
ସୁଧାରିବା ପାଇଁ ଚେଷ୍ଟା କରାଯାଉଛି।

ସେହିପରି ଚେସ୍ ଖେଳ ଦ୍ୱାରା ସେମାନଙ୍କର ମାନସିକ ସ୍ଥିରତା ବଜାୟ ରଖିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଖେଳରେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଲାଭ କରିଥିବା ପ୍ରଶିକ୍ଷକ ସତ୍ୟରଂଜନ ପଟ୍ଟନାୟକ ଓ ତାଙ୍କର ସହଯୋଗୀ ସତ୍ୟଜିତ୍ ପଟ୍ଟନାୟକ ଓ ସୂର୍ଯ୍ୟମିତ୍ର ସେନ୍ ୫୦ ଜଣ ଯୁବକଙ୍କୁ ପ୍ରତି ରବିବାର ଦିନ ପ୍ରଶିକ୍ଷଣ ଦେବେ। ଚେସ୍ ଭଳି ଏକ ଶକ୍ତିଶାଳୀ ଖେଳ ସେମାନଙ୍କର ମାନସିକ ଏକାଗ୍ରତା ଆଣିବ ବୋଲି ଆଶା କରାଯାଏ ବୋଲି ପ୍ରଫେସର ମିଶ୍ର କହିଛନ୍ତି।

ଏହି କାର୍ଯ୍ୟକ୍ରମରେ କ୍ରୀଡା ଦ୍ୱାରା ମାନସିକ ସ୍ଥିରତାର ଅଭିବୃଦ୍ଧି ସହ ଚାକିରି କ୍ଷେତ୍ର ରେ ବି ଅନେକ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା।

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ୍ କରିବା ଅବସରରେ ଅତିରିକ୍ତ ପୋଲିସ୍ କମିଶନର ନିତି ଶେଖର ଏହି ଖେଳ ଦ୍ୱାରା ନିଶାଗ୍ରସ୍ତ ଯୁବ ସମାଜକୁ ଏକ ସ୍ଥିର ମାର୍ଗଦର୍ଶନ ମିଳିପାରିବ ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଡ୍ରିମ୍‌ସ୍ ର ନିର୍ଦ୍ଦେଶକ ଡ. ଶିଶିର କୁମାର ଦାସ ପରିଚାଳନା କରିଥିଲେ।

ସଚେତନତା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026

‘ଭୁଲ ପାଇଁ ମୋତେ ମଧ୍ୟ ଛାଡ ମିଳିବା ଉଚିତ୍’: ବିରାଟ ଓ ରୋହିତଙ୍କ ଉପରେ ଗମ୍ଭୀରଙ୍କ ବଡ଼ ବିବୃତ୍ତି

March 17, 2026

ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣ: ୪୦୦ ମୃତ

March 17, 2026

ଜାତୀୟ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ ଶିବିର

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.