Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚଳିତ ବର୍ଷ ମଧ୍ୟ ଫିକା ପଡ଼ିବ ଐତିହାସିକ ବାଣପୁର ପଞ୍ଚଦୋଳ, ଦର୍ଶନରୁ ବଞ୍ଚିତ ହେବେ ଭକ୍ତ
ଆଞ୍ଚଳିକ

ଚଳିତ ବର୍ଷ ମଧ୍ୟ ଫିକା ପଡ଼ିବ ଐତିହାସିକ ବାଣପୁର ପଞ୍ଚଦୋଳ, ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

March 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଦୀର୍ଘ ଦୁଇ ବର୍ଷ ହେଲା କରୋନା ମହାମାରୀ ନିମନ୍ତେ ବାଣପୁରର ଐତିହାସିକ ପଞ୍ଚଦୋଳ ଉତ୍ସବକୁ ଭକ୍ତମାନେ ଦେଖିପାରିନଥିବା ବେଳେ ଚଳିତ ବର୍ଷ କିନ୍ତୁ କରୋନା ମହାମାରୀ ପ୍ରଭାବ କମ ରହିଛି। ସେଥିପାଇଁ ଜନସାଧାରଣମାନେ ଏହାକୁ ଉପଭୋଗ କରିବା ପାଇଁ ଚାତକ ପରି ଚାହିଁ ବସିଛନ୍ତି। କିନ୍ତୁ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଜିଲ୍ଲା ପ୍ରଶାସନ ଆଜି ଉକ୍ତ ପ୍ରସଙ୍ଗ ଉପରେ ପୂର୍ଣ୍ଣଛେଦ ପକାଇଛି।

ଚଳିତ ବର୍ଷ ପଞ୍ଚଦୋଳ ଦିନ ବାଣପୁର ଏନଏସିରେ ନିର୍ବାଚନପାଇଁ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ପଞ୍ଚଦୋଳ ଉତ୍ସବରେ ବ୍ୟାପକ କାଣ୍ଟଛାଣ୍ଟ କରିଛି ପ୍ରଶାସନ। ଆଜି ପଞ୍ଚଦୋଳ କମିଟି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ସହିତ ଉକ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ବେଳେ ଏସଡିପିଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ କଡ଼ାକଡି ଭାବେ ପାଳନ କରିବା ପାଇଁ କମିଟି ସଭ୍ୟଙ୍କୁ ଅନୁରୋଧ କରିଛନ୍ତି। ତତସହିତ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅପିଲ କରିଛନ୍ତି।

ଯଦି କୌଣସି ଜନସାଧାରଣ ପ୍ରଶାସନ ର ନିୟମକୁ ଖିଲାପ କରନ୍ତି ତେବେ ଏଥି ପାଇଁ ସମ୍ପୃକ୍ତ ବ୍ୟକ୍ତି ଏବଂ ପଞ୍ଚଦୋଳ କମିଟି ଦାୟୀ ରହିବ ଏବଂ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଶ୍ରୀ ବାରିକ କହିଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ନିୟମଗୁଡ଼ିକ କ’ଣ?

– ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ସର୍ବସାଧାରଣଙ୍କୁ ମେଳଣ ପଡିଆ ମନା।

– ଆତସବାଜି, ଡିଜେ ଓ ପଟୁଆର ମନା।

– ସୀମିତ ସଂଖ୍ୟକ ସେବାୟତଙ୍କ ମଧ୍ୟରେ ନୀତିକାନ୍ତି ରକ୍ଷା କରି ଦୋଳ ମେଳଣ ହେବ।

– ସର୍ବ ସାଧାରଣଙ୍କ ପାଇଁ ଠାକୁରଙ୍କ ଦର୍ଶନ ସମ୍ପୂର୍ଣ୍ଣ ମନା।

– ବିମାନ ଗୁଡିକୁ ଶୃଙ୍ଖଳିତ ଢଙ୍ଗରେ ପଡିଆରେ ପ୍ରବେଶ କରାଇବାକୁ ବ୍ୟାରିକେଡ ସହିତ ୩ ଟି ଦ୍ୱାର ରହିବ।

– ପଞ୍ଚଦୋଳ ଦିନ ଚିଆଁଙ୍କସାହି ଶଙ୍ଖ ଠାରୁ ଟିକିରାଇ ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ।

ଚଳିତ ବର୍ଷ ଏନଏସି ନିର୍ବାଚନ ନିମନ୍ତେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି କଠୋର ନିଷ୍ପତ୍ତି ନିଆଯାଇଥିବାର ଜଣାପଡିଛି। ତେବେ ଉକ୍ତ ଖବର ଚିଲିକାର ହଜାର ହଜାର ଭକ୍ତଙ୍କୁ ନିରୁତ୍ସାହିତ କରୁଛି, ଏଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026

ରେଢ଼ାଖୋଲର ଜଙ୍ଗଲରେ ମିଳିଲା ପ୍ରାଚୀନ ଲୁହା ଶିଳ୍ପର ପ୍ରମାଣ, ଜିଏମ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସର୍ବେକ୍ଷଣ

October 5, 2026

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026
Latest News

ଆନ୍ନେ କାର୍ସନଙ୍କୁ ସାହିତ୍ୟରେ ନୋବେଲ୍‌

October 8, 2026

କଚ୍ଚା କାନ୍ଥ ଭୁଶୁଡ଼ି ଶିଶୁ ମୃତ, ବୃଦ୍ଧା ଗୁରୁତର

October 8, 2026

H-1B ନୁହେଁ, ଏବେ PERM ଉପରେ ଆକ୍ସନ୍: ଭାରତୀୟ IT କର୍ମଚାରୀଙ୍କ ପାଇଁ ବଡ଼ ଝଟକା!

October 8, 2026

ନିର୍ବାଚନର ନିୟମ ବଦଳିଲେ ରାଜନୀତି କାହିଁକି ତାତେ? ଜ୍ଞାନେଶଙ୍କଠାରୁ ଶେଷନ୍ ପର୍ଯ୍ୟନ୍ତ ପୂରା କାହାଣୀ

October 8, 2026

ଡାକ୍ତରଙ୍କୁ ଦାମୀ ଉପହାର ଓ ବିଦେଶ ଭ୍ରମଣ ଦେଇପାରିବେନି ଔଷଧ କମ୍ପାନୀ: ସୁପ୍ରିମକୋର୍ଟ

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.