Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଲାୟନ୍ସ ଜିଲ୍ଲା ଗଭର୍ଣ୍ଣରଙ୍କ କ୍ଲବ ପରିଦର୍ଶନ
ଆଞ୍ଚଳିକ

ଲାୟନ୍ସ ଜିଲ୍ଲା ଗଭର୍ଣ୍ଣରଙ୍କ କ୍ଲବ ପରିଦର୍ଶନ

March 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଲାୟନ୍ସ ଜିଲ୍ଲା ୩୨୨ସି୪ର ଗଭର୍ଣ୍ଣର ଲାୟନ ପୂର୍ଣ୍ଣଚନ୍ଦ୍ର ପାଢୀ ଲାୟନ୍ସ କ୍ଲବ ଭୁବନେଶ୍ୱର ନୟାପଲ୍ଲୀର କାର୍ଯ୍ୟକଳାପ ପରିଦର୍ଶନ କରିଥିଲେ। ସର୍ବପ୍ରଥମେ ସେ କ୍ଲବର ସଭ୍ୟମାନଙ୍କ ସହ ଘାଟିକିଆରେ ଥିବା ଦୃଷ୍ଟିହୀନ, ମୁକ, ବଧୀର ବିଦ୍ୟାଳୟରେ ଶୁଖିଲା ଖାଦ୍ୟସାମଗ୍ରୀ ବଣ୍ଟନ କରିଥିଲେ ଏବଂ ଆମ୍ରି ହସ୍ପିଟାଲସ୍ଥିତ ଅସହାୟ କେନ୍ଦ୍ର ନିମାଂଶଠାରେ ମଧ୍ୟାହ୍ନ ଭୋଜନକୁ ନିଜ ହସ୍ତରେ ଅନ୍ତେବାସୀଙ୍କୁ ଆପ୍ୟାୟିତ କରିଥିଲେ।

ସନ୍ଧ୍ୟାରେ ଗଭର୍ଣ୍ଣର ଲାୟନ ପାଢୀ ଶତାଧିକ ଲାୟନ ସଭ୍ୟମାନଙ୍କ ଗହଣରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ସଭାପତି ଲାୟନ କୁନାଲ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ସମ୍ପାଦକ ଲାୟନ ଦେବାଶିଷ ପଟ୍ଟନାୟକ କ୍ଲବର ବିବରଣୀ ପାଠ କରିଥିଲେ। ଲାୟନ ମହେନ୍ଦ୍ର ପାତ୍ର, ଲାୟନ ନିର୍ମଳ ବେହେରା ଓ ପ୍ରଥମ ଉପଜିଲ୍ଲା ଗଭର୍ଣ୍ଣର ଲାୟନ ସୁରେଶ ଚନ୍ଦ୍ର ନାୟକ ଏବଂ ବହୁ ଲାୟନ ସଭ୍ୟମାନଙ୍କ ଉପସ୍ଥିତିରେ ଲାୟନ ପାଢୀ କ୍ଲବର କାର୍ଯ୍ୟକଳାପ ଉପରେ ଆଲୋକପାତ କରି ଭୂୟସୀ ପ୍ରଶଂସା କରିଥିଲେ।

ଏହି ଅବସରରେ ୩ ଜଣ ପ୍ରଶଂସିତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ଟ୍ରାଫିକ୍ ଡ଼େପୁଟି କମିଶନର ଡକ୍ଟର କେ.କେ. ପାଣିଗ୍ରାହୀ, ସମାଜସେବୀ ଗଗନ ପାଇଟାଲ ଓ ଭିନ୍ନକ୍ଷମ ମୋନାଲି ସ୍ୱାଇଁ।

ଲାୟନ ପ୍ରଦୀପ୍ତ ମହାନ୍ତି ଉକ୍ତ ସଭାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ଓ ସର୍ବଶେଷରେ ଲାୟନ ମଧୁସୂଦନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମାନସିକ ଭରସାମ୍ୟ ହରାଇ ଆତ୍ମହତ୍ୟା କଲେ ମହିଳା

November 9, 2025

ବାଲୁଗାଁରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଯୁବ ସମ୍ମିଳନୀ ଅନୁଷ୍ଠିତ

November 9, 2025

ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ: ବାଣପୁରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

November 7, 2025

ବାଣପୁର: ଜାତୀୟ ଗୀତର ୧୫୦ ତମ ପୂର୍ତ୍ତି ଦିବସ ପାଳିତ

November 7, 2025
Latest News

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ: ‘ମାଣ୍ଡିଆ ଦିବସ’ରେ ଦେବେ ଯୋଗ

November 10, 2025

ମୁନିଗୁଡା ଅମୃତ ଭାରତ ରେଳ ଷ୍ଟେସନଠାରେ ରେଳକୋଚ୍ ରେଷ୍ଟୁରାଣ୍ଟ ଉଦଘାଟିତ

November 10, 2025

ପର୍ଯ୍ୟଟନ ଭିତ୍ତିଭୂମି ସୁଦୃଢୀକରଣ ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପକୁ ବ୍ୟାପକ କରାଯିବ: ପ୍ରଭାତୀ ପରିଡ଼ା

November 10, 2025

ରଥଯାତ୍ରା ଦଳଚକଟା ରିପୋର୍ଟକୁ ନେଇ ବର୍ଷଲା କଂଗ୍ରେସ, ଜାଣିଶୁଣି ଉଚ୍ଚ ଅଧିକାରୀଙ୍କୁ ଖସେଇ ଦିଆଗଲା

November 10, 2025

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲଙ୍କୁ ଭେଟିଲେ ଓଡିଶା ରାଜ୍ୟପାଳ

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.