Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଡଃ ରାମମନୋହର ଲୋହିଆଙ୍କର ୧୧୨ତମ ଜନ୍ମଜୟନ୍ତୀ ଓ ଭଗତ ସିଂଙ୍କର ୯୧ତମ ଫାଶି ଦିବସ ପାଳିତ
ଆଞ୍ଚଳିକ

ଡଃ ରାମମନୋହର ଲୋହିଆଙ୍କର ୧୧୨ତମ ଜନ୍ମଜୟନ୍ତୀ ଓ ଭଗତ ସିଂଙ୍କର ୯୧ତମ ଫାଶି ଦିବସ ପାଳିତ

March 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ପ୍ରଖର ସମାଜବାଦୀ ଚିନ୍ତକ, ସାମାଜିକ ନ୍ୟାୟ ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ଡଃ ରାମମନୋହର ଲୋହିଆଙ୍କର ୧୧୨ତମ ଜନ୍ମ ଜୟନ୍ତୀ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଲୋହିଆ ଭବନଠାରେ ମହାସମାରୋହରେ ପାଳିତ ହୋଇଯାଇଛି।

ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ ଡଃ ଲୋହିଆ ଓ ସହିଦ-ଇ-ଆଜମ ଭଗତ ସିଂଙ୍କର ଫଟୋଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଆଲୋଚନା ଆରମ୍ଭ କରି ସଭାପତି ଶ୍ରୀ ବେହେରା କହିଥିଲେ ଯେ, ‘ଦାମ୍ ବାନ୍ଧୋ, ରୋଜଗାର ଦୋ’ ଡଃ ଲୋହିଆଙ୍କର ୫୦ ଦଶକରେ ଯେଉଁ ନାରା ଥିଲା ତାହା ଆଜି ମଧ୍ୟ ପ୍ରଯୁଜ୍ୟ। ଆଜି ଯେତେବେଳେ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ୍‌ର ଦାମ ହୁ ହୁ ହୋଇ ବଢିଚାଲିଛି ତା ସାଙ୍ଗକୁ ଅଟା, ଚାଉଳ, ମଇଦା, ଖାଇବା ତେଲ ସମେତ ବିଭିନ୍ନ ଖାଦ୍ୟ ପଦାର୍ଥର ଦର ଆକାଶଛୁଆଁ ହୋଇଛି, ସେତିକିବେଳେ ଦେଶବାସୀଙ୍କ ପାଖରେ ଲୋହିଆଙ୍କ ଆଦର୍ଶ ଓ ତ୍ୟାଗ ଆହୁରି ନିକଟତର ହୋଇଛି। ଦରଦାମ ବିରୁଦ୍ଧରେ ଜୋରଦାର ଆନ୍ଦୋଳନ କରିବା ହିଁ ହେବ ଏହି ସମାଜବାଦୀ ଚିନ୍ତକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ସଞ୍ଜୟ ନାୟକ, ରବି ସୁନାନି, ମନୋରଞ୍ଜନ ମଲ୍ଲିକ, ଅଜୟ ସାହୁ, ଦେଶପ୍ରିୟ ଦାସ ଓ ସତ୍ୟବ୍ରତ ଜେନା ପ୍ରମୁଖ ଲୋହିଆ ଓ ଭଗତ ସିଂଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଦରଦାମ ବୃଦ୍ଧି ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଆହ୍ୱାନ କରିଥିଲେ। ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ନିଜ ବକ୍ତବ୍ୟରେ ଡଃ ଲୋହିଆଙ୍କର ବକ୍ତବ୍ୟ-‘ରୁଟି କପଡ଼ା ଶସ୍ତି ହୋଗି, ପଢା ଦବା ମୁଫ୍‌ତି ହୋଗି’ ହିଁ ଆଜି ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି। ସେହିଭଳି ଯୁବ କ୍ରାନ୍ତିକାରୀ ଭଗତ ସିଂଙ୍କର ଫାଶି ଦିବସରେ ଭାରତବର୍ଷକୁ ଏକ ସମାଜବାଦୀ ରାଷ୍ଟ୍ରରେ ପରିଣତ କରିବାର ସଂଗ୍ରାମକୁ ଆଜି ଆଗେଇ ନେବାର ଆବଶ୍ୟକତା ଅଛି ବୋଲି ସେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଜାତିଗତ ଜନଗଣନା ତୁରନ୍ତ ଓଡ଼ିଶାରେ ଆରମ୍ଭ କରିବା ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ଲୋହିଆଙ୍କ ୧୧୨ତମ ଜୟନ୍ତୀରେ ଓଡ଼ିଶା ସରକାରଙ୍କ ପାଖରେ ଦାବି କରାଯାଇଥିଲା। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା।

ଭଗତ ସିଂ ସମାଜବାଦୀ ପାର୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026

ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ

October 2, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ପଥପ୍ରାନ୍ତ ନାଟକ

October 2, 2026

ବାଣପୁର ସେଣ୍ଟ ଜାଭିୟର ହାଇସ୍କୁଲରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

October 2, 2026
Latest News

ଶଶି ଥରୁରଙ୍କୁ ପୁଣି ମିଳିଲା ବୈଦେଶିକ ବ୍ୟାପାର ଦାୟିତ୍ୱ

October 4, 2026

ଥାଳି ଉପରେ ବଡ଼ ସଙ୍କଟ? ଚାଉଳ-ଗହମ-ଡାଲିଠାରୁ ତେଲ ପର୍ଯ୍ୟନ୍ତ ମହଙ୍ଗା ହେବାର ଆଶଙ୍କା

October 4, 2026

ଫୋପାଡ଼ନ୍ତୁ ନାହିଁ ଅଣ୍ଡା ସିଝା ପାଣି : ଗଛ ପାଇଁ ଏହା ବେଷ୍ଟ ‘ଅର୍ଗାନିକ୍ ସାର’

October 4, 2026

ଭଙ୍ଗା ସ୍କ୍ରିନ୍‌ଗାର୍ଡ଼ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେତେ ଭୟଙ୍କର ହୋଇପାରେ ଏହି ଅଭ୍ୟାସ

October 4, 2026

ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.