Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନାଚୁଣୀ: ‘ଜଙ୍ଗଲ ନିଆଁ ଲଗାନ୍ତୁ ନାହିଁ’ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଞ୍ଚଳିକ

ନାଚୁଣୀ: ‘ଜଙ୍ଗଲ ନିଆଁ ଲଗାନ୍ତୁ ନାହିଁ’ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

March 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ନାଚୁଣୀ: ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ମୋରାମରି ପଞ୍ଚାୟତ ସଳପଡିହ ବିଟ ହାଉସ ପରିସରରେ ଜଙ୍ଗଲ ନିଆଁ ଲଗାନ୍ତୁ ନାହିଁ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନିୟ ସରପଞ୍ଚ ବସନ୍ତ ମାଳି ମୁଖ୍ୟଅତିଥି, ସମିତି ସଭ୍ୟ ରତ୍ନାକର ପ୍ରଧାନ, ସାମାଜିକ କର୍ମୀ ଏସ କେ ଆବିଦ, ସୁକାନ୍ତ ନାୟକ, ହର୍ଷକଶ୍ୟପ ସୁଆର, ଅଭିଜିତ ବିଶ୍ବାଳ, ପରିବେଶବିତ ଧନେଶ୍ବର ବିଧାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ବରୋପ କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ଚାରାଟିଏ ରୋପଣ ଲାଗି ଅତିଥି ମାନେ ଆହ୍ବାନ ଦେଇଥିଲେ।

ଯୁବ ସାମ୍ବାଦିକ ତଥା ସମାଜସେବୀ ପ୍ରଭାତ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ଜଙ୍ଗଲ ସୁରକ୍ଷା ଆମ ଦାୟିତ୍ଵ। ଜଙ୍ଗଲ ସୁରକ୍ଷିତ ରହିଲେ, ଆମେ ସୁରକ୍ଷିତ ରହିବା। ଜଙ୍ଗଲ ସୁରକ୍ଷା ସହ ଜଙ୍ଗଲ ନିଆ ନିୟନ୍ତ୍ରଣ ଜରୁରୀ। ଜଙ୍ଗଲ କ୍ଷୟ ହେଲେ, ଜଳବାୟୁ ପରିବର୍ତ୍ତନ, ମୃତ୍ତିକା କ୍ଷୟ, ବନ୍ଯଜନ୍ତୁ ମଧ୍ଯ ପ୍ରଭାବିତ ହୋଇଥାନ୍ତି। ଆମେ ସଚେତନ ହେଲେ ଜଙ୍ଗଲ ନିଆ ଦାଉରୁ ରକ୍ଷା କରାଯାଇପାରିବ ବୋଲି କହିଥିଲେ। ଫରେଷ୍ଟ ଗାର୍ଡ ଧନେଶ୍ବର ଭୁଜବଳ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଟାଙ୍ଗୀ ବନାଞ୍ଚଳ ନାଚୁଣୀ ସଚେତନତା କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

February 22, 2026

ବାଣପୁର: ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

February 22, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026
Latest News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.