Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ଡ ବି ଆର୍ ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ
ଆଞ୍ଚଳିକ

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ଡ ବି ଆର୍ ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ପାଳିତ

April 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଲାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଭାଗୃହ ଠାରେ ବାବା ସାହେବ୍ ଡ ବି ଆର୍ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ସ୍ମୃତିସଭା ଓ ଆଲୋଚନା ପୂର୍ବକ ମହା ସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ୍ ମୁଖ୍ୟ ଅତିଥି ରୂପେ ଯୋଗ ଦେବା ସଙ୍ଗେ ସଙ୍ଗେ ସମ୍ମାନିତ ଅତିଥି ରୂପେ ଡ ଶ୍ରବଣା ବିବେକ ଏମ, ଆରକ୍ଷୀ ଅଧିକ୍ଷକ, କଳାହାଣ୍ଡି, ସୋମେଶ ଉପାଧ୍ୟାୟ, ପି ଡି, ଡି ଆର୍ ଡି ଏ, କଳାହାଣ୍ଡି, ଡ ବିଶ୍ୱଜିତ୍ ଦାସ , ଉପ ଜିଲ୍ଲାପାଳ, ଭବାନୀପାଟଣା, ସଂଯୁକ୍ତା ବେହେରା, ଅଧକ୍ଷା, ପୌର ପରିଷଦ, ଭବାନୀପାଟଣା ପ୍ରମୁଖ ଯୋଗ ଦେଇଥିଲେ। ମୂଖ୍ୟବକ୍ତା ରୂପେ ଭବାନୀ ଶଙ୍କର ନିଆଲ, ଅଧ୍ୟକ୍ଷ, ଡ ଆମ୍ବେଦକର ଫାଉଣ୍ଡେସନ ତଥା ଉମେଶ ଚନ୍ଦ୍ର ଶତପଥୀ, ଅଧ୍ୟକ୍ଷ,ସତ୍ୟ ସାଇ ବିଦ୍ୟା ମନ୍ଦିର ଯୋଗ ଦେଇଥିଲେ। ସଭାରେ ଡ ଆମ୍ବେଦକରଙ୍କ ଫଟୋଚିତ୍ର ରେ ଅତିଥି ମାନେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା ସମସ୍ତଙ୍କୁ ସ୍ଵାଗତ ଜଣାଇ ଜୟନ୍ତୀ ପାଳନର ତାତ୍ପର୍ଯ୍ୟ ଉପରେ ସମ୍ୟକ୍ ସୂଚନା ଦେଇଥିଲେ।

ଜୟନ୍ତୀ ପାଳନ ଅବସରରେ ସକାଳ ୭.୩୦ ମି ସମୟରେ ପ୍ରଶାସନ ତରଫରୁ ଆୟୋଜିତ ନକ୍ଟିଗୁଡା ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ତଥା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ତ ପ୍ରତିମୂର୍ତ୍ତି ରେ ଅତିଥିଗଣ ଓ ଟାଉନ୍ ହାଇସ୍କଲ,ବ୍ରଜ ମୋହନ ହାଇସ୍କୁଲ ର ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନରୁ ବ୍ୟକ୍ତି ବିଶେଷ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ। ସେଭଳି ରେଲୱେ ଷ୍ଟେସନ ଛକ ସ୍ତିତ ଆମ୍ବେଦକରଙ୍କ ପ୍ରତିମୁର୍ତ୍ତୀରେ ପୋଲିସ ହାଇସ୍କୁଲ ର ଛାତ୍ର ଛାତ୍ରୀ ମାଲ୍ୟାର୍ପଣ କରିଥିଲେ।

ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଜିଲ୍ଲାପାଳ ଡ଼ ଗାଭାଲି ଉପସ୍ଥିତ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ସମ୍ବୋଧିତ କରି ଆମ୍ବେଦକର ଙ୍କ ସଂଘର୍ଷମୟ ଜୀବନ ଓ ଶିକ୍ଷା ପ୍ରତି ନିଷ୍ଠାକୁ ପାଥେୟ କରି ଜୀବନରେ କିଛି ହାସଲ କରିବାକୁ ହେଲେ ଏହି ମହାପୁରୁଷ ଙ୍କ ଆତ୍ମଜୀବନୀ ପଠନ ପୂର୍ବକ ତାଙ୍କର ନୀତି କୁ ଅନୁଧ୍ୟାନ କରିବାକୁ କହିଥିଲେ। ମୁଖ୍ୟବକ୍ତା ଓ ଅନ୍ୟ ଅତିଥି ଗଣ ନିଜ ଅଭିଭାଷଣ ରେ ଆମ୍ବେଦକର ଙ୍କ ଅସାଧରଣ ବ୍ୟକ୍ତିତ୍ଵ, ସମାଜ ସଂସ୍କାରକ, ରାଜନୈତିକ , ପାଣ୍ଡିତ୍ୟ,ସାମାଜିକ ନ୍ୟାୟ, ମହିଳାଙ୍କ ଅଧିକାର,ସାମାଜିକ ଗଣତନ୍ତ୍ର ଓ ସମ୍ବିଧାନ ପ୍ରଣୟନ ଉପରେ ମତ ରଖି ତାଙ୍କର ଦେଶ ପ୍ରତି ମହାନ୍ ଅବଦାନ କୁ ସ୍ମରଣ କରିଥିଲେ।

ଏହି ଉପଲକ୍ଷେ ଗତ ୧୨.୪.୨୦୨୨ ରିଖ ସ୍ଥାନୀୟ କଳାହାଣ୍ଡି କୃଷି ମହାବିଦ୍ୟାଳୟ ରେ ଅନୁଷ୍ଠିତ ମହାବିଦ୍ୟାଳୟ ସ୍ତର ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ।ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ, ଅଧ୍ୟାପକ, ଗଣମାଧ୍ୟମ ପ୍ରିତିନିଧି, ବିଭିନ୍ନ ଅନୁଷ୍ଠାନ ଆମ୍ବେଦକର ଫାଉଣ୍ଡେସନ ଟ୍ରଷ୍ଟ, ଯାଇ ପ୍ରକାଶ ନାରାୟଣ ସେବା ଅନୁଷ୍ଠାନ, ହରିଜନ କଲ୍ୟାଣ ସମିତି ର କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସଭାର ଆୟୋଜନ, ସଞ୍ଚାଳନ ତଥା ଧନ୍ୟବାଦ୍ ଅର୍ପଣ କରିଥିଲେ।

ଜନ୍ମ ଜୟନ୍ତୀ ପାଳିତ ଭବାନୀପାଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

କାନଭାସରେ ୬୪ ଯୋଗିନୀ, ଆକର୍ଷିତ କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.