Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ
ଆଞ୍ଚଳିକ

‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

April 18, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ଓ ସମ୍ବର୍ଦ୍ଧନା ସମାରୋହ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ଭବନରେ ପତ୍ରିକାର ସମ୍ପାଦିକା ମମତା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଯାଇଛି। ସଭା ଆରମ୍ଭରେ ଦିବଂଗତ ବିିଶିଷ୍ଟ କଣ୍ଠଶିଳ୍ପୀ ପ୍ରଫୁଲ୍ଳ କରଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା। ‘ଯୁଗଶ୍ରୀ ଯୁଗନାରୀ’ ସହ-ସମ୍ପାଦିକା ଡ. ପ୍ରଭାବତୀ ପଣ୍ଡା ଅତିିଥି ପରିିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ମୁଖ୍ୟଅତିଥି ଭାବେ ଡ. ଦେବୀପ୍ରସନ୍ନ ପଟ୍ଟନାୟକ (ପଦ୍ମଶ୍ରୀ) ଯୋଗଦେଇ ନାରୀ ସଶକ୍ତିକରଣରେ ଯୁଗଶ୍ରୀ ଯୁଗନାରୀ ପତ୍ରିକା ଗୁରୁତ୍ୱ ଦେଉଥିବାରୁ ଏହାର ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ସାବରମତୀ (ପଦ୍ମଶ୍ରୀ), ବିଶିଷ୍ଟ ପରିବେଶବିତ୍‌, ‘ମୁଁ ଯେପରି କୃଷି କରି ଭଲ ଖାଇବା ଓ ଭଲ ଖୁଆଇବା, ବିଷ ଖାଦ୍ୟ ଖାଇବା ନାହିଁ, ଶବଦାହ ପାଇଁ ଗଛଟେ ଲଗାଇବା କର୍ମକୁ ଆଦରି ନେଇଛି, ଆପଣମାନେ ସେହିଭଳି ଜୀଇଁବା ପାଇଁ ଏହି ସୁକର୍ମକୁ ଆଦରି ନିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ।

ବିଜୟ ନାୟକ, ବିଶିଷ୍ଟ ସାହିତ୍ୟିକ, ସ୍ୱତନ୍ତ୍ର ଅଧିକାରୀ, ଓଡ଼ିଆ ବିଶ୍ୱବିଦ୍ୟାଳୟ, ସତ୍ୟବାଦୀ, ପୁରୀ ମହାମାରୀ, ମହାଯୁଦ୍ଧ ଓ ଅନାହାରରୁ ମୁକ୍ତିଲାଭ କରି ବିଶ୍ୱ ଆଗକୁ ବଢୁଥିବା ବେଳେ ପୁନଶ୍ଚ ଯୁଦ୍ଧର ସଙ୍କଟ ଦେଖା ଦେଇଥିବାରୁ ଉଦ୍‌ବେଗ ପ୍ରକାଶ କରି ସାହିତ୍ୟିକମାନେ କଲମ ମୁନକୁ ଶକ୍ତିଶାଳୀ କରି ଶାନ୍ତିର ବାର୍ତ୍ତା ପ୍ରଚାର କରିବାକୁ ଆହ୍ୱାନ ଦେଇଥିଲେ।

ଡ. ଶକୁନ୍ତଳା ବଳିଆରସିଂହ, ସାଧାରଣ ସଂପାଦିକା, ‘ଓଡ଼ିଶା ଲେଖିକା ସଂସଦ’, ‘ସାହିତ୍ୟ ଶାନ୍ତିର ବାର୍ତ୍ତା ପ୍ରଚାର ସହ ପୃଥିବୀରୁ କଳଙ୍କ କାଳିମା ପୋଛିଦିଏ, ଦିଗ୍‌ଦର୍ଶନ ଦିଏ, ସାହିତ୍ୟ ବିନା ଜୀବନ ପଶୁତୁଲ୍ୟ। ତେଣୁ ସାହିତ୍ୟିକମାନେ ଜୀବନ ପାଇଁ ସାହିତ୍ୟ ରଚନା କରନ୍ତୁ ବୋଲି ପରାମର୍ଶ ଦେଇଥିଲେ। ପତ୍ରିକାର ସମ୍ପାଦିକା ମମତା ମହାପାତ୍ର ପତ୍ରିକାର ବହୁମୁଖୀ ଗୁଣବତ୍ତା ଓ ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ଏହି ଉତ୍ସବରେ ଯୁଗଶ୍ରୀ ଯୁଗନାରୀ ସମାଜସେବା ସମ୍ମାନ: ସାବରମତୀ (ପଦ୍ମଶ୍ରୀ), ବିଶିଷ୍ଟ ପରିବେଶବିତ୍‌, ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନ: ଡ. ପ୍ରଭାତୀ ମିଶ୍ର, ବିଶିଷ୍ଟ ସାହିତ୍ୟିକା, ଯୁଗଶ୍ରୀ ଯୁଗନାରୀ ଶ୍ରେଷ୍ଠ ସଂପାଦିକା ସମ୍ମାନ: ଶ୍ରୀମତୀ ସବିତାରାଣୀ ବେହେରା, ସଂପାଦିକା (ସ୍ମୃତି ସାନ୍ତ୍ୱନା), ଯୁଗଶ୍ରୀ ଯୁଗନାରୀ ଚିତ୍ରଶିଳ୍ପୀ ସମ୍ମାନ: ଶିଳ୍ପୀ କେଶୁ ଦାସ ଓ ଯୁଗଶ୍ରୀ ଯୁଗନାରୀ ପରିବେଶ ସୁରକ୍ଷା ସମ୍ମାନ : ପାରାଦ୍ୱୀପ ଫସ୍‌ଫେଟ୍‌ସ ଲିମିଟେଡ୍‌ଙ୍କୁ ପ୍ରଦାନ କରାଯାଇଥିଲା।

ଅଧ୍ୟାପକ କମଳାକାନ୍ତ ଦାଶଙ୍କ ବ୍ୟଙ୍ଗ କବିତା ପୁସ୍ତକ ‘କରନ୍ତି ଅଙ୍ଗେ ଅନେକ ଛାପ’, ଶ୍ରୀମତୀ ଗୀତାଞ୍ଜଳିି ପଟ୍ଟନାୟକଙ୍କ ଗଳ୍ପ ପୁସ୍ତକ ‘ନୂଆ ସକାଳ’, ଡାକ୍ତର ଅନୀତା ପଣ୍ଡାଙ୍କର ଉପନ୍ୟାସ ‘କୈଶୋର୍ଯ୍ୟ କସ୍ତୁରୀ’ଉନ୍ମୋଚିତ ହୋଇଥିଲା।

ଏହି ଅବସରରେ ‘ଯୁଗଶ୍ରୀ ଯୁଗନାରୀ’ ଏପ୍ରିଲ-୨୦୨୨ ସଂଖ୍ୟାର ଶୁଭ ଉନ୍ମୋଚନ ହୋଇଥିଲା । ସୁଶ୍ରୀ ଗୀତାଞ୍ଜଳି ସିଂହ ମଞ୍ଚ ଆହ୍ୱାନ କରିଥିବା ବେଳେ ସହିଦନଗର ଆର୍ଯ୍ୟ ମହିଳା ସମତି ବେଦପାଠ କରିଥିଲେ। ସୁଶ୍ରୀ ଦୀପ୍ତି ଦାସ ସଂଯୋଜନା କରିଥିଲା ବେଳେ ଡକ୍ଟର ମିନାକ୍ଷୀ ପଣ୍ଡା, ଡ. ସୁଷମା ମିଶ୍ର, ଡ. ଗାୟତ୍ରୀ କର, ଡ. ରିଚା ମହାପାତ୍ର, ଶ୍ରୀମତୀ ମାନି ଦାଶ, ବସନ୍ତ ପ୍ରଧାନ ସଭା ପରିଚାଳନାରେ ସହାୟତା କରିଥିଲେ।

ଉକ୍ତ ଉତ୍ସବରେ ବରିଷ୍ଠ ସାରସ୍ୱତ ସାଧକ ସର୍ବଶ୍ରୀ ଶାନ୍ତନୁ ଆଚାର୍ଯ୍ୟ, ଅଧ୍ୟାପକ ବିଶ୍ୱରଞ୍ଜନ, ବସନ୍ତ ପଣ୍ଡା, ବନଜା ଦେବୀ, ଗୌରହରି ଦାସ, କର୍ଣ୍ଣେଲ ଶରତ ମହାପାତ୍ର, ଉପେନ୍ଦ୍ର ପ୍ରସାଦ ନାୟନ, ଡଃ ପ୍ରଭାସ ଆଚାର୍ଯ୍ୟ, ପୀତବାସ ରାଉତରାୟ, ଇନ୍ଦିରା ଦାଶ, ବ୍ରତତୀ ଦାସ, ମୀନାକ୍ଷୀ ରାଉତରାୟ, କନକ ମଞ୍ଜରୀ ସାହୁ, କୁସୁମ ପଟେଲ। ଅଧ୍ୟାପକ କମଳାକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026
Latest News

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026

କଟକ ଦୁଷ୍କର୍ମ ମାମଲା: ୫ ଗିରଫ, ଅନ୍ୟ ଜଣେ ଫେରାର

August 14, 2026

ଅଗଷ୍ଟ ୧୪ ତାରିଖ ଶୁକ୍ରବାରରେ ସାତଟି ରାଶିର ଭାଗ୍ୟରେ ଦେଖାଦେବ ବଡ ପରିବର୍ତ୍ତନ

August 14, 2026

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.