Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ “ବିରୂପା କଳା ଜ୍ୟୋତି ସମ୍ମାନ”-୨୦୨୨ ପ୍ରଦାନ
ଆଞ୍ଚଳିକ

ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ “ବିରୂପା କଳା ଜ୍ୟୋତି ସମ୍ମାନ”-୨୦୨୨ ପ୍ରଦାନ

April 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ “ବିରୂପା କଳା ଜ୍ୟୋତି ସମ୍ମାନ”-୨୦୨୨ ପ୍ରଦାନ

ଭୁବନେଶ୍ୱର: କଳା, ସଂସ୍କୃତି, ପରମ୍ପରାକୁ ଉଦ୍‌ଜୀବିତ କରି ରଖି ଜନମାନସରେ ଏକ ଆନ୍ଦୋଳନ ସୃଷ୍ଟି କରିବାର ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱକାଳର ସାଧନା ପାଇଁ ରାଜ୍ୟର ଅଗ୍ରଣୀ ସମାଜିକ ଓ ସାଂସ୍କତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ବିରୂପା କଳା ଜ୍ୟୋତି ସମ୍ମାନ – ୨୦୨୨ ପ୍ରଦାନ କରାଯାଇଛି।

ଏହି ଉପଲକ୍ଷେ ୧୦ମ ବିରୂପା ମହୋତ୍ସବ ପାଳନ ଅବସରରେ ଆଞ୍ଚଳିକ ସାମାଜିକ ଓ ସାଂସ୍କୃତିକ ଉନ୍ନୟନ ଟ୍ରଷ୍ଟ ଓ ବିଜୟାନନ୍ଦ ଯୁବ ପରିଷଦ ପକ୍ଷରୁ ସଂସ୍କୃତି ପ୍ରେମୀ ଇଂ ଦିଲ୍ଲୀପ୍ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ କେନ୍ଦ୍ରୀୟ ରେଡ୍‌କ୍ରସ୍ ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ଡ. ଚନ୍ଦ୍ରିକା ପ୍ରସାଦ ଦାସ, ଜଳ ସେଚନ ବିଭାଗର ପ୍ରାକ୍ତନ ମୁଖ୍ୟଯନ୍ତ୍ରୀ ଇଂ କବି ପ୍ରସାଦ ମିଶ୍ର, ବାଲେଶ୍ୱର ଜିଲ୍ଲା ମଙ୍ଗଳ ଅଧିକାରୀ ବିଶ୍ୱଦର୍ଶୀ ସାହୁ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଡ. ପ୍ରକାଶଙ୍କୁ ଉପଢୌକନ, ସ୍ମୃତି ଫକଳ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ପ୍ରକାଶ ଥାଉକି ଡ. ପ୍ରକାଶ ୧୯୯୪ ମସିହାରୁ ଏହି ଅନୁଷ୍ଠାନକୁ ରୂପ ଦେଇ ଅଦ୍ୟାବଧି ଉତ୍କଳୀୟ କଳା, ସଂସ୍କୃତି, ପରମ୍ପରା ତଥା ବିଶେଷ କରି ୨୭ ବର୍ଷରୁ ଉର୍ଦ୍ଧ୍ୱକାଳ ଧରି ଦୁଇଟି ଅହୋରାତ୍ର ନାଟକ ପରିବେଷଣ କରି ଅଞ୍ଚଳର ଲକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ଯାତ୍ରା ସଂସ୍କୃତିର ପ୍ରଚାର ପ୍ରସାର ତଥା ଜନମାନସରେ ଏହାର ପ୍ରତିଫଳନ ସୃଷ୍ଟି କରିପାରିଛନ୍ତି । ସମ୍ବର୍ଦ୍ଧନାର ଉତ୍ତରରେ ଡ. ପ୍ରକାଶ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ଏକ ମହାନ ପର୍ବ ଏବଂ ଏହା ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରର ଅତିରିକ୍ତ ପୁଲିସ ଆୟୁକ୍ତ ଲଳିତେନ୍ଦୁ ମହାନ୍ତି, ରାଜ୍ୟ ସଂସ୍କୃତି ବିଭାଗର ଅଧିକାରୀ ତ୍ରିଲୋଚନ ବରାଳ, ବହୁଗ୍ରାମ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ମହୋତ୍ସବର ସଂପାଦକ ବିଶ୍ୱ ରଞ୍ଜନ ସାହୁ, ସହ ସଂପାଦକ ସୁରେଶ କୁମାର ରାଉତ, ସଭ୍ୟବୃନ୍ଦ, ପରିଷଦର କର୍ମକର୍ତ୍ତା ଓ ଡ. ପ୍ରକାଶଙ୍କ ସଂଘର କର୍ମକର୍ତ୍ତା ପମୁଖ ଉପସ୍ଥିତ ଥିଲେ । ଡ. ପ୍ରକାଶଙ୍କର ଏହି ସର୍ବଜନାଦୃତ ସଫଳତାରେ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ସ୍ୱାଗତ କରାଯିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026
Latest News

୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

April 22, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026

ଇଥାନଲ୍ ଉପରେ ନିୟମ ପରିବର୍ତ୍ତନ କଲେ ସରକାର, ମହଙ୍ଗା ବିମାନ ଯାତ୍ରା ହେବ ଶସ୍ତା !

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.