Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଦିବ୍ୟଦିଗନ୍ତର ସ୍ୱନକ୍ଷତ୍ର ଉତ୍ସବ
ଆଞ୍ଚଳିକ

ଦିବ୍ୟଦିଗନ୍ତର ସ୍ୱନକ୍ଷତ୍ର ଉତ୍ସବ

April 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦିବ୍ୟ ଦିଗନ୍ତ ସାମାଜିକ ଅନୁଷ୍ଠାନର ସ୍ୱନକ୍ଷତ୍ର ଉତ୍ସବ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ‘ଗୀତଗୋବିନ୍ଦ ସଦନ’ ସଭାଗୃହରେ ଅତି ସୁନ୍ଦର କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପାଦିତ ହୋଇଯାଇଛି। ମୁଖ୍ୟ ଅତିଥି ପ୍ରଫେସର (ଡ଼କ୍ଟର) ଅଶୋକ ମହାପାତ୍ର, ଅନ୍ୟ ଅତିଥି ବୃନ୍ଦ, ଅନୁଷ୍ଠାନର ଅଧ୍ୟକ୍ଷା ମମତା ବିଶ୍ୱାଳ ଓ ସହ-ପ୍ରତିଷ୍ଠାତା ଓ ସଭାପତି ଜୟ ପ୍ରକାଶ ମିଶ୍ରଙ୍କ ଦ୍ୱାରା ଜଗନ୍ନାଥଙ୍କ ପାଦପଦ୍ମରେ ଦୀପଂଜ୍ୟୋତି ବନ୍ଦନା ଗାନ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରଯାଇଥିଲା, ଅତିଥିମାନଙ୍କୁ ଉତ୍ତରୀୟ ଓ ନିଆରା ଢ଼ଙ୍ଗରେ ଏକ ‘କର୍ପୁର ତୁଳସୀ’ର ଚାରା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ପରେ ସରସ୍ୱତୀ ବନ୍ଦନା ଓ ବନ୍ଦେ ଉତ୍କଳ ଜନନୀ ଗାନ ସହ ସଭାକାର୍ଯ୍ୟ ଅନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଥିଲା। ବିଗତ ବର୍ଷମାନଙ୍କର କାର୍ଯ୍ୟବଳୀର ବିବରଣୀ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ ହେବାସହ ସଭାପତି ଜୟ ପ୍ରକାଶ ମିଶ୍ର ଏହାକୁ ପାଠ କରିଥିଲେ।

ମମତା ବିଶ୍ୱାଳ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟାବଳୀର ସୂଚନା ଦେବା ସହ ଯୋଗ, ଆକ୍ୟୁପ୍ରେସର ମାଧ୍ୟମରେ ବିନା ଔଷଧରେ ସୁସ୍ଥ ରହିବାର ଛୋଟଛୋଟ କୌଶଳ ଅତି ସୁନ୍ଦର ଭାବରେ ବୁଝାଇଥିଲେ। ନିରନ୍ତର ଭାବେ ଅନୁଷ୍ଠାନ ସହ ସମସ୍ତ କାର୍ଯ୍ୟରେ ଜଡିତ ଥିବା ବ୍ୟକ୍ତିବିଶେଷଙ୍କୁ ଅତିଥି ମାନଙ୍କ ଦ୍ୱାରା ଉତ୍ତରୀୟ ଓ ବ୍ରାହ୍ମୀ ଚାରା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ପ୍ରଫେସର ମହାପାତ୍ର ସ୍ୱାସ୍ଥ୍ୟ ସଚେତନତା ଉପରେ ଦେଶୀୟ ଚିକିତ୍ସା ପଦ୍ଧତିରେ ସୁସ୍ଥ ରହିବାର ବାର୍ତ୍ତା ପ୍ରଦାନ କରିଥିଲେ।

ମୁଖ୍ୟବକ୍ତା ଜଗଦାନନ୍ଦ ସମାଜ ପ୍ରତି ଜଣେ ସାମାଜିକ ଅନୁଷ୍ଠାନର ପ୍ରତିବଦ୍ଧତା ବିଷୟରେ ସାରଗର୍ଭକ ତଥ୍ୟ ଓ ନିଜର କାର୍ଯ୍ୟଶୈଳୀର ବର୍ଣ୍ଣନା ସହିତ ଅତି ସରଳ ଭାବରେ ବୁଝାଇଥିଲେ।

ସମ୍ମାନିତ ଅତିଥି ଭାବେ ସୁବ୍ରତ ପାଣିଗ୍ରାହୀ ଜନସାଧାରଣଙ୍କର ଅପରିଣାମ ଦର୍ଶିତା, ଦୂରଦୃଷ୍ଟିର ଅଭାବ ହେତୁ ପରିବେଷ ଅସନ୍ତୁଳିତ ହେଉଛି ଏହା ଉପରେ ଆଲୋକପାତ କରିଥିଲେ। ଏହାକୁ ରକ୍ଷା ନ କଲେ ଆଗାମୀ ଦିନରେ ବିଶ୍ୱ ଧ୍ୱଂସ ହେବାର କିଛି ପ୍ରାମାଣିକ ତଥ୍ୟ ପ୍ରଦାନ କରିଥିଲେ।

ଔଷଧୀୟ ବୃକ୍ଷର ଓ ବିଲୁପ୍ତ ପ୍ରାୟ କିଛି ଗଛ ସଭାଗୃହର ପ୍ରବେଶ ଦ୍ୱାର ସମ୍ମୁଖରେ ରଖାଯାଇ ଏକ ଉଦ୍ୟାନ ବଗିଚା ସୃଷ୍ଟି କରାଯାଇଥିଲା ଯାହାକି ସମସ୍ତଙ୍କର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଦିବ୍ୟ ଦିଗନ୍ତର ଏହି ପ୍ରୟାସକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ ଓ ସମସ୍ତେ ନିଜ ନିଜ ବାଡିରେ କିଛିକିଛି ଔଷଧିୟ ଚାରା ରୋପଣର ସଂକଳ୍ପ ନେଇଥିଲେ । ପରିଶେଷରେ ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026
Latest News

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

August 13, 2026

ବୈତରଣୀରେ ବଢୁଛି ବନ୍ୟାଜଳ, କେନ୍ଦୁଝର ପାଟଣା ଓ ଆନନ୍ଦପୁରରେ ବିପଦ ସଂକେତ ଟପିଲା

August 13, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ

August 13, 2026

ସଂସଦର ମୌସୁମୀ ଅଧିବେଶନ: ଉଭୟ ସଦନରେ ୧୨ ବିଲ୍‌ ଗୃହୀତ

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.