Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ମଇ ଦିବସ ତଥା ଆନ୍ତଜାତୀୟ ଶ୍ରମିକ ଦିବସ ପାଳିତ
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ମଇ ଦିବସ ତଥା ଆନ୍ତଜାତୀୟ ଶ୍ରମିକ ଦିବସ ପାଳିତ

May 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଓଡିଶା କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡର ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ପାଳନ ହୋଇଯାଇଛି। ଦିବ ରେ ମୁଖ୍ୟଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସମ୍ମାନିତ ଅତିଥି ରୂପେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରି , ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ପୌର ପରିଷଦ ଅଧ୍ୟକ୍ଷା  ସଂଯୁକ୍ତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ପ୍ରଦୀପ ପ୍ରଜ୍ବଳନ ପରେ ସଭା କାର୍ଯ ଆରମ୍ଭ କରିଥିଲେ ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳ ଓ ଦିବସ ପାଳନ ଉପରେ ସ୍ୟମକ ଧାରଣା ଦେଇଥିଲେ।

ବକ୍ତାଗଣ ନିଜ ବକ୍ତବ୍ୟରେ ଶ୍ରମିକ ମାନଙ୍କ ଶ୍ରମ, ନିଷ୍ଠା ଓ ପ୍ରତିବଦ୍ଧତା ଯୋଗୁ ଆଜି ରାଜ୍ୟର ସାମଗ୍ରିକ ବିକାଶ ଉନ୍ନତି ପଥରେ ଆଗେଇ ଚାଲିଛି ବୋଲି କହିଥିଲେ। ଲାଞ୍ଜିଗଡ ବିଧାୟକ ଶ୍ରମିକ ମାନଙ୍କୁ ଶ୍ରମ ଆଇନ୍ ସଚେତନତା ଅଭିଯାନ ଦ୍ଵାରା ସଚେତନ କରାଯାଉ ଏବଂ ପ୍ରତି ବ୍ଲକରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦ୍ଵାରା କ୍ୟାମ୍ପ କରି ଶ୍ରମିକମାନଙ୍କୁ ପଞ୍ଜିକରଣ ର ବ୍ୟବସ୍ଥା କରି ଶ୍ରମ ଆଇନ ଓ ରାଜ୍ୟ ସରକାର ଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଉପରେ ବିଶେଷ ଧ୍ୟାନ ଦେବାପାଇଁ କହିଥିଲେ।ମୁଖ୍ୟ ଅତିଥି ଶ୍ରୀ ସିଂହଦେଓ ଉପସ୍ଥିତ ଶ୍ରମିକ ଭାଇ ଭଉଣୀ ହିତାଧିକାରୀଙ୍କୁ ମେ ଦିବସର ଅଭିନନ୍ଦନ ଜଣାଇ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଶ୍ରମିକ ଯୋଜନାରେ ପ୍ରତ୍ୟେକ ପଞ୍ଜୀକୃତ ଶ୍ରମିକ ଯେପରି ଲାଭବାନ ହେବେ ଓ ନିର୍ଦ୍ଧାରିତ ମଜୁରୀ ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ ସେଥି ପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟେଲ ଶ୍ରମିକ ମାନଙ୍କ ଚାକିରି ସର୍ତ୍ତାବଳୀ, ମଜୁରୀ,ସାମାଜିକ ସୁରକ୍ଷା ଓ ଶ୍ରମିକ କଲ୍ୟାଣ ନିମନ୍ତେ ବ୍ୟାପକ ପ୍ରଚାର ପ୍ରସାର ହେଲେ ଶ୍ରମିକ ମାନଙ୍କ ସ୍ୱାର୍ଥ ବଜାୟ ରହିବା ସଙ୍ଗେ ରାଜ୍ୟ ଓ ଦେଶର ଉନ୍ନତି ହେବ ବୋଲି କହିଥିଲେ। ପୌରାଧ୍ୟକ୍ଷା ଶ୍ରୀମତୀ ପଟେଲ ଉପସ୍ଥିତ ଶ୍ରମିକ ମାନଙ୍କୁ ଶୁଭେଛା ଜଣାଇ ନିଜକୁ ପଞ୍ଜୀକୃତ କରି ସମସ୍ତ କଲ୍ୟାଣକାରୀ ଯୋଜନାରୁ ଲାଭ ଉଠାଇବାକୁ କହିଥିଲେ।

ଦିବସ ଉପଲକ୍ଷେ ଶ୍ରମିକ ହିତାଧିକାରୀ ମାନଙ୍କୁ ମଞ୍ଚରେ ମୁଖ୍ୟ ଅତିଥି ମୃତ୍ୟକାଳୀନ ସହାୟତା, ଅନ୍ତେଷ୍ଟି କ୍ରିୟା ସହାୟତା,ପ୍ରସୂତି କାଳୀନ ସହାୟତା,ଶିକ୍ଷା ସହାୟତା ଓ ପରିଚୟ ପତ୍ର ପ୍ରଦାନ କରିଥିଲେ ।ଶ୍ରୀମତୀ ତ୍ରିବେଣୀ ନାଏକ ଙ୍କୁ ମୃତ୍ୟକାଳୀନ ସହାୟତା ୨ ଲକ୍ଷ ଟଙ୍କା, ବୈଜନ୍ତି ଭାଟିଙ୍କୁ ଅନ୍ତେଷ୍ଟି କ୍ରିୟା ସହାୟତା ବାବଦ ୫୦୦୦ ଟଙ୍କା, ହଂସିନି ମାଝୀ ଙ୍କୁ ଅନ୍ତେଷ୍ଟି କ୍ରିୟାସହାୟତା ବାବଦ କୁ ୧୦୦୦୦ ଟଙ୍କା,ପାଣ୍ଡବ ସୁନା ଙ୍କୁ ଶିକ୍ଷା ସହାୟତା ବାବଦ ୩୬୦୦ ଟଙ୍କା, ଅଣ ସଂଗଠିତ ଶ୍ରମିକ କ୍ଷେତ୍ରରେ ଅରକ୍ଷିତ ମାଝୀ ଙ୍କୁ ମୃତ୍ୟକାଳୀନ ସହାୟତା ବାବଦ ୧ ଲକ୍ଷ ଟଙ୍କା ଦିଆଯାଇଥିଲା।

ଏହା ବ୍ୟତୀତ ଏଭଳି ସହାୟତା ପାଇଁ ତାଲିକାଭୁକ୍ତ ଶ୍ରମିକ ହିତାଧିକାରୀ ମାନଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇ ଅନୁମୋଦନ ମଞ୍ଜୁରୀ ପାଇଁ ପଠାଯାଇଛି ବୋଲି ଶ୍ରମ ଅଧିକାରୀ କହିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡିଭିଜନାଲ ଶ୍ରମ କମିସନର ନରେନ୍ଦ୍ର ରାଇକା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ ବେହେରା, ସହକାରୀ ଶ୍ରମ ଅଧିକାରୀ, ଧର୍ମଗଡ ସୁଶାନ୍ତ ପାଇକରାୟ, ଶ୍ରମ କାର୍ଯ୍ୟାଳୟ କର୍ମକର୍ତ୍ତା ତଥା ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ଆନ୍ତଜାତୀୟ ଶ୍ରମିକ ଦିବସ ଭବାନୀପାଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ପୋଲିସ ଡିଜି ଙ୍କ ଉପସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୧୧ ମାଓବାଦୀ

March 16, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026
Latest News

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026

ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଆଇ କର୍ମଶାଳା

March 25, 2026

ଜିଲ୍ଲାପାଳଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ: ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ଉପରେ ଗୁରୁତ୍ଵ

March 25, 2026

ଆଞ୍ଚଳିକ ସଂଯୋଗୀକରଣ ଯୋଜନା-ସଂଶୋଧିତ ଉଡ଼ାନ ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ

March 25, 2026

“ପେଟ୍ରୋଲ ଏବଂ ଡିଜେଲର କୌଣସି ଅଭାବ ନାହିଁ”: ସର୍ବଦଳୀୟ ବୈଠକରେ କହିଲେ ସରକାର

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.