Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆର୍ଯ୍ୟ ସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦଙ୍କ, ୧୦୪ତମ ଜୟନ୍ତୀ ପାଳିତ
ଆଞ୍ଚଳିକ

ଆର୍ଯ୍ୟ ସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦଙ୍କ, ୧୦୪ତମ ଜୟନ୍ତୀ ପାଳିତ

May 4, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦଙ୍କ, ୧୦୪ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଶାରେ ଗୁରୁକୁଳ ଆନ୍ଦୋଳନର ପ୍ରାଣ ପ୍ରତିଷ୍ଠାତା, ଆର୍ଯ୍ୟସମାଜର ଅନନ୍ୟ ପ୍ରଚାରକ ତଥା ସନ୍ନ୍ୟାସୀ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ୧୦୪ତମ ଜୟନ୍ତୀ ଆଜି ପୂର୍ବାହ୍ନରେ ୟୁନିଟ୍‌-୯ ଫ୍ଲାଟସ୍ଥିତ ଆର୍ଯ୍ୟଭବନଠାରେ ସ୍ୱାମୀ ବ୍ରହ୍ମାନନ୍ଦ ସେବା ଟ୍ରଷ୍ଟ ଓ ଆର୍ଯ୍ୟ ସମାଜ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ କୋଳଥିଆସ୍ଥିତ ସ୍ମୃତିବନଠାରେ ସ୍ୱାମୀ ବ୍ରହ୍ମାନନ୍ଦଙ୍କ ଉଦ୍ଦେଶ୍ୟରେ ରୋପିତ ବକୁଳ ବୃକ୍ଷକୁ ପୂଜା ସହ ଜଳଦାନ କରାଯାଇଥିଲା। ଅତିଥି ଭାବେ ଯୋଗଦେଇ ପ୍ରଫେସର ବୁଦ୍ଧଦେବ ବିଶ୍ର କହିଲେ ଯେ, ସ୍ୱାମିଜୀ ଓଡ଼ିଶାରେ ଦ୍ୱିତୀୟ ଗୋପବନ୍ଧୁ। ସେ କେବଳ ସଂସ୍କୃତ ଶିକ୍ଷାକୁ ଗୁରୁତ୍ୱ ଦେଉନଥିଲେ, ବଢି, ମରୁଡ଼ି ସମୟରେ ପ୍ରପୀଡ଼ିତ ଜନତାଙ୍କ ନିକଟରେ ପ୍ରଥମେ ଠିଆ ହେଉଥିଲେ। ସେ ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦଙ୍କ ନୀତି ଆଦର୍ଶ ଓ ସଂସ୍କାରର ବାର୍ତ୍ତାକୁ ସହର ଠାରୁ ଗ୍ରାମାଞ୍ଚଳ ବିଶେଷକରି ଗିରିଜନ ମାଳ ଅଞ୍ଚଳରେ ପହଞ୍ଚାଇବାରେ ସତତ ଚେଷ୍ଟିତ ଥିଲେ।

ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ଦ୍ୱାରା ଆର୍ଯ୍ୟଭବନ ଠାରେ ଶାନ୍ତିଯଜ୍ଞ ଅନୁଷ୍ଠିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ପୁଷ୍ପରାଜ ପ୍ରଧାନ, ବରୁଣ ରାଜ, ପ୍ରଜ୍ଞାରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ମହାପାତ୍ର ଓ ବାସ୍ତୁବିତ୍ ଡଃ ମନୋଜ ଲେଙ୍କା ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026
Latest News

କାହିଁକି ବିଜେପିରେ ଯୋଗଦେଲେ ହରଭଜନ ସିଂହ?: କହିଲେ କାରଣ

August 13, 2026

ସୁଖବୀର ବାଦଲଙ୍କୁ ଆକ୍ରମଣ ପରେ ହରସିମରତ କୌର ବାଦଲଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 13, 2026

“ଗଞ୍ଜା କାଣ୍ଡ” ପରେ ବଡ଼ ନିଷ୍ପତ୍ତି: ଏୟାର ଇଣ୍ଡିଆର ସମସ୍ତ ପାଇଲଟଙ୍କ ହେବା ଡ୍ରଗ୍ସ ପରୀକ୍ଷା

August 13, 2026

Hindalco’s Baphlimali Mine: ହିଣ୍ଡାଲ୍‌କୋ ଖଣିକୁ ମିଳିଲା ପ୍ରଥମ ଏଏସ୍‌ଆଇ ମାନ୍ୟତା 

August 13, 2026

ଓଡିଶା ଡିଜିପି ନିଯୁକ୍ତିରେ ପାଞ୍ଚଦିନ ପାଇଁ ରୋକ ଲଗାଇଲେ ସୁପ୍ରିମ କୋର୍ଟ

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.