Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆସନ୍ତା ଜୁଲାଇ ମାସରୁ ଅନ ଲାଇନ ମାଧ୍ୟମରେ ପେନସନ ଆବେଦନ ଜରୁରୀ
ଆଞ୍ଚଳିକ

ଆସନ୍ତା ଜୁଲାଇ ମାସରୁ ଅନ ଲାଇନ ମାଧ୍ୟମରେ ପେନସନ ଆବେଦନ ଜରୁରୀ

May 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତା ଜୁଲାଇ ମାସରୁ ଅନ ଲାଇନ ମାଧ୍ୟମରେ ପେନସନ ଆବେଦନ ଜରୁରୀ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରଧାନ ମହାଲେଖାକାର ଓ ଲେଖା ନିୟନ୍ତ୍ରକ ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ବାରିପଦାସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷ ଠାରେ ଉଦଯାପିତ ହୋଇଯାଇଛି ।

ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ଅଧ୍ୟକ୍ଷତାରେ ଅନୁଷ୍ଠିତ ପେନସନ ଅଦାଲତରେ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ, ମୁଖ୍ୟ ଅତିଥି, ସହକାରୀ ମହାଲେଖାକାର ମୁକୁଲ ଜାମଲୋଖୀ, ସୁଶ୍ରୀ ତାନ୍ୟା ଆମ୍ଭସ୍ତା, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଉପ ଲେଖା ନିୟନ୍ତ୍ରକ ପୁଷ୍ପଶ୍ରୀ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ l ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ତାଙ୍କ ଅଭିଭାଷଣରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ପେନସନ ପ୍ରଦାନ ପାଇଁ ସରକାରୀ ନିର୍ଦେଶନାମା ଥିବା ସତ୍ବେ ପେନସନ ମଞ୍ଜୁରକର୍ତମାନେ ଠିକ ସମୟରେ ସେମାନଙ୍କର ପେନସନ କାଗଜପତ୍ର ଏ. ଜି କିମ୍ବା ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟକୁ ପଠାଉନାହାନ୍ତି।

ଯାହାଫଳରେ ବାହୁବର୍ଷ ଧରୀ ଅବସରପ୍ରାପ୍ତ କର୍ମଚାରୀ ସେମାନଙ୍କର ପେନସନ ପାଇବାରେ ବିଳମ୍ବ ହେଉଅଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ 2018 ମସିହାରୁ ବିଭିନ୍ନ ସମୟରେ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ନିର୍ଦେଶନାମା ଜାରି କରିଛନ୍ତି। ମାତ୍ର ପେନସନ ମଞ୍ଜୁରକର୍ତ୍ତାମାନେ ସେହି ପୁରୁଣା ପଦ୍ଧତିରେ ପେନସନ କାଗଜ ପଠାଉଛନ୍ତି।

ଆସନ୍ତା ଜୁଲାଇ ମାସଠାରୁ ଅନଲାଇନ ମାଧ୍ୟମରେ ପେନସନ ପାଇଁ ଆବେଦନ କରିବାକୁ ଅବସରପ୍ରାପ୍ତ କର୍ମଚାରୀ ଓ ପେନସନ ମଞ୍ଜୁରକର୍ତ୍ତାମାନଙ୍କୁ ଅନୁରୋଧ କରିଛନ୍ତି l ପୁରୁଣା ପଦ୍ଧତିରେ ପଠାଇଲେ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି ବରିଷ୍ଠ ଉପ ମହାଲେଖାକାର ପ୍ରକାଶ କରିଛନ୍ତି। ଏହି ପେନସନ ଅଦାଲତରେ 2012 ରୁ 2021 ପ୍ରଯ୍ୟନ୍ତ 180ଟି ବକେୟା ପେନସନ ପ୍ରାପ୍ୟ ଉପରେ ଶୁଣାଣି କରାଯାଇ ପେନସନ ମଂଜୁର ପାଇଁ ପଦକ୍ଷେପ ନିଆଗଲା।

ବିଗତ 2 ବର୍ଷ ମଧ୍ୟରେ ମୟୁରଭଞ୍ଜ ଜିଲ୍ଳାରେ 989 ଜଣ ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କ ମଧ୍ୟରୁ 629 ଜଣଙ୍କ ପେନସନ କାଗଜପତ୍ର ଏ. ଜି କାର୍ଯ୍ୟାଳୟକୁ ପେନସନ ମଂଜୁର ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ 48ଟି ଠିକ କାଗଜପତ୍ର ନ ଥିବାରୁ ଫେରି ଆସିଥିଲା ଲ ଜିଲ୍ଲାପାଳ ଶ୍ରୀ ଭାରଦ୍ୱାଜ ଓ ଶ୍ରୀରାଜ ଅଶୋକ ଫଇସଲା ହୋଇଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ଗ୍ରାଟୁଇଟି ଆଦେଶ ପ୍ରଦାନ କରିଥିଲେ।

ଏହି ପେନସନ ଅଦାଲତକୁ ଉପ ଜିଲ୍ଲାପାଳ ପ୍ରମିଳା ମଲ୍ଲିକ, ସ୍ୱତନ୍ତ୍ର ଅଧିକାରୀ ପୁରୁଷୋତ୍ତମ ବଳ, ବରିଷ୍ଠ ଲେଖା ଅଧିକାରୀ ମନୋରଞ୍ଜନ ପାଣିଗ୍ରାହୀ ଓ ସୁଶୀଲ ମିଶ୍ର ପରିଚାଳନା କରିଥିଲେ ଲ ଆଗାମୀ ଦିନରେ ଅନ୍ୟ ଜିଲ୍ଲା ମାନଙ୍କରେ ପେନସନ ଅଦାଲତ ଅନୁଷ୍ଠିତ ହେବ ବୋଳି ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି।

ଏଜି ପେନସନ ଅଦାଲତ ବାରିପଦା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.